Advertisment

ନିଜକୁ ବୁଲା ଷଣ୍ଢ କହିଲେ ବିଜେପି ସାଂସଦ ବ୍ରିଜ ଭୂଷଣ

ବ୍ରିଜ ଭୂଷଣ କହିଛନ୍ତି ଯେ ସେ ୩୩ ବର୍ଷ ବୟସରୁ  ତାଙ୍କ ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ।

Brij Bhushan

Brij Bhushan

Advertisment

ଯୌନ ନିର୍ଯାତନାରେ ଫସିବା ଯୋଗୁ ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶର ପ୍ରତିଷ୍ଠିତ ମହିଳା ରେସଲରମାନେ ବ୍ରିଜ ଭୂଷଣଙ୍କ ନାଁରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ୟ

Advertisment

କୋର୍ଟରେ ମାମଲା ଚାଲିଥିବାରୁ ବିଜେପି ୨୦୨୪ ନିର୍ବାଚନରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି। ବ୍ରିଜ ଭୂଷଣଙ୍କ ସାନ ପୁଅ କରଣ ଉତ୍ତର ପ୍ରଦେଶର କୈସେରଗଞ୍ଜରୁ ନିର୍ବାଚନ ଲଢ଼ୁଛନ୍ତି।

ପୁଅ ପାଇଁ ଜୋରଦାର ପ୍ରଚାର କରୁଥିବା ବ୍ରିଜ ଭୂଷଣ ନିଜକୁ ବୁଲା ଷଣ୍ଢ ବା ଖୋଲାରେ ବୁଲୁଥିବା ଷଣ୍ଢ ବୋଲି କହିଛନ୍ତି। ସେ ବୁଲା ଷଣ୍ଢ ହୋଇଥିବାରୁ ଏବେ ଯେକୌଣସି ଲୋକ ସହ ଲଢ଼ିପାରିବେ ଓ ଦୁଇ ଗୁଣା ସ୍ପିଡରେ ଲୋକଙ୍କ କାମ କରିପାରିବେ ବୋଲି କହିଛନ୍ତି।

Advertisment

ବ୍ରିଜ ଭୂଷଣ କହିଛନ୍ତି, “ମୋର ବୟସ ହୋଇନି କିମ୍ବା ମୁଁ ଅବସର ନେଇ ନାହିଁ। ଯେହେତୁ ମୁଁ ନିର୍ବାଚନ ଲଢ଼ୁ ନାହିଁ, ତେଣୁ ଆଗାମୀ ଦିନରେ ମୁଁ ଗୋଣ୍ଡାରେ ଅଧିକ ସମୟ ବିତାଇ ପାରିବି।

ଆପଣମାନେ ଯେତେବେଳେ ଉତ୍ସବ ମନାଇବେ କିମ୍ବା ଦୁଃଖରେ ଥିବେ ସେତେବେଳେ ମୁଁ ଆପଣଙ୍କ ପାଖରେ ରହିବି। ମୋର ଗୋଟିଏ ଲକ୍ଷ୍ୟ ଓ ସ୍ୱପ୍ନ ହେଲା-ସୁସ୍ଥ ଗୋଣ୍ଡା ମୁଁ ଅନେକ ମାଇଲଖୁଣ୍ଟ ଜୀବନରେ ହାସଲ କରିଛି।”

ସ୍ଥାନୀୟ ଲୋକମାନେ ଟ୍ରାଫିକ ଜାମ, ଫ୍ଲାଏଓଭରର ଅଭାବ, ବ୍ରିଜ, ବନ୍ୟା ଆଦି ସମସ୍ୟା ଭୋଗୁଥିବା କଥାକୁ ୬ଥର ଗୋଣ୍ଡାରୁ ସାଂସଦ ହୋଇଥିବା ବ୍ରିଜଭୂଷଣ ସ୍ୱୀକାର କରିଛନ୍ତି। ଏଥିସହ ସେ ଲୋକଙ୍କ ପ୍ରତିନିଧି ନ ହେଲେ ମଧ୍ୟ ସବୁ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

ବ୍ରିଜ ଭୂଷଣ କହିଛନ୍ତି ଯେ ସେ ୩୩ ବର୍ଷ ବୟସରୁ  ତାଙ୍କ ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ। ତେଣୁ ଏବେ ତାଙ୍କ ଲିଗାସିକୁ ତାଙ୍କ ସାନ ପୁଅ ଆଗକୁ ନେବାର ସମୟ ଆସି ଯାଇଛି।

ବିଜେପି ପାଇଁ ଭୋଟ ମାଗି ସେ କହିଛନ୍ତି, ବିରୋଧୀଙ୍କୁ ଭୋଟ ଦେବାର ଅର୍ଥ ଗୋଟିଏ ବଞ୍ଜର ଭୂମିରେ ମଞ୍ଜି ବୁଣିବା ସହ ସମାନ। ଯଦି ଆପଣ ମଞ୍ଜି ବୁଣିବାକୁ ଚାହୁଁଛନ୍ତି, ତା’ହେଲେ ବିଜେପି ପଡ଼ିଆରେ ଏହାକୁ ପକାନ୍ତୁ ବୋଲି ସେ କହିଛନ୍ତି।

Bjp Indian Wrestler Brij Bhushan Sharan Singh Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe