Advertisment

ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ କହିଲେ କେଜ୍ରିୱାଲ

ଆଜି କେଜ୍ରିୱାଲ ତାଙ୍କ ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ ବୋଲି ଟ୍ୱିଟ କରିଛନ୍ତି।

Kejriwal

Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ହେଉଛି ଜନ୍ମ ଦିନ। ସେ ଏହି ଜନ୍ମ ଦିନରେ ତାଙ୍କର ପୂର୍ବତନ ଡେପୁଟି ମନୀଷ ସିସୋଦିଆଙ୍କୁ ବହୁତ ମିସ୍‌ କରୁଥିବା କହିଛନ୍ତି। ସିସୋଦିଆ ମନି ଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ ମାସ ହେଲା ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି।

Advertisment

ଆଜି କେଜ୍ରିୱାଲ ତାଙ୍କ ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ ବୋଲି ଟ୍ୱିଟ କରିଛନ୍ତି। ଏଥିସହ ଶକ୍ତିଶାଳୀ ଭାରତ ପାଇଁ ଆମ ସମସ୍ତଙ୍କୁ ଗୋଟିଏ ମୂଳଦୁଆ ପକାଇବା ପାଇଁ ଶପଥ ନେବାକୁ ପଡ଼ିବ ବୋଲି ମଧ୍ୟ କେଜ୍ରିୱାଲ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ସେ ନିଜର ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବରୁ ଟ୍ୱିଟର)ରେ କହିଛନ୍ତି, “ଆଜି ହେଉଛି ମୋ ଜନ୍ମ ଦିନ। ଅନେକ ଲୋକ ସେମାନଙ୍କ ଶୁଭେଚ୍ଛା ଜଣାଉଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। କିନ୍ତୁ ଆଇ ମିସ୍‌ ମନୀଷ। ସେ ମିଛ ମାମଲାରେ ଜେଲରେ ଅଛନ୍ତି।

Advertisment

ଭାରତରେ ଜନ୍ମ ନେଉଥିବା ପ୍ରତିଟି ପିଲାକୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଆମ ଦ୍ୱାରା ଯାହା ସମ୍ଭବ, ସେସବୁ କରିବା ଉଦ୍ଦେଶ୍ୟରେ ଆସନ୍ତୁ ଶପଥ ନେବା। ଏହା ଗୋଟିଏ ଶକ୍ତିଶାଳୀ ଭାରତ ପାଇଁ ମୂଳଦୁଆ ପକାଇବ। ଭାରତକୁ ନମ୍ବର ୧ କରିବା ପାଇଁ ଆମେ ଦେଖିଥିବା ସ୍ୱପ୍ନକୁ ସାକାର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ମନୀଷଙ୍କୁ ମଧ୍ୟ ଖୁସି କରିବ।”

ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଜ୍ୟପାଳ ଭିକେ ସକ୍ସେନା ଓ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

PM Modi Arvind Kejriwal AAP Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe