Advertisment

‘ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି’

ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
CMO

CMO

Advertisment

‘ମୁଁ  ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି। ଥରେ ନୁହେଁ ଦୁଇ ଦୁଇ ଥର ମୁଁ ଚିଟଫଣ୍ଡ୍ ଠକେଇର ଶିକାର ହୋଇଛି।’ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ସେ କହିଛନ୍ତି, ଯେଉଁମାନେ ୨୦୧୯ ମସିହାରେ ବିଭିନ୍ନ ସଂସ୍ଥାରେ ପଇସା ରଖିଥିଲେ, ନିଶ୍ଚିତ ଭାବରେ କେହି ନା କେହି ଚିଟଫଣ୍ଡର ଶିକାର ହୋଇଥିବେ। ମୁଁ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛି। ବିଭିନ୍ନ ଲୋଭ ଦେଖାଇ ଟଙ୍କା ରଖିବାକୁ ରାଜି କରାଉଥିଲେ, ପରେ ଠକାମୀରେ ଶିକାର ହେବାକୁ ପଡ଼ୁଥିଲା। 

ମୁଁ ୨ଟି ସଂସ୍ଥାରେ ଠକାମୀରେ ଶିକାର ହୋଇଛି। ୧୯୯୦ ଓ ୨୦୦୨ ମସିହାରେ ଦୁଇଥର ଠକେଇର ଶିକାର ହୋଇଥିଲି। ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥାରେ ଠକେଇରେ ଶିକାର ହୋଇଥିଲି। ଟଙ୍କା ଯୋଗାଡ଼ କରି ଦେଇଥିଲି, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା। ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଠକ ସଂସ୍ଥାମାନଙ୍କୁ ଉତ୍ତର ଦାୟୀ କରିବା ପାଇଁ ୧୯୮୬ ମସିହାରେ ଯେଉଁ ଆଇନ ତିଆରି ହେଇଥିଲା, ସେ ଆଇନଟି ଯଥେଷ୍ଟ ଉପଯୋଗୀ ହେଲା ନାହିଁ। ଚିଟଫଣ୍ଡ ଠକେଇରେ ଶିକାର ହୋଇଥିବା ଲୋକମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ। ଯଦି ସୁରକ୍ଷା ଦେଇଥାଆନ୍ତା ଲୋକେମାନେ ଅସୁବିଧାରେ ସମ୍ମୁଖୀନ ହୋଇ ନଥାନ୍ତେ।

୧୯୮୬ ମସିହାରେ ତିଆରି ହୋଇଥିବା ଆଇନରେ ବହୁତ ଗଳା ବାଟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ। ବିଭିନ୍ନ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା। ପରେ ଏହି ଆଇନ ସଂସଦରେ ପାରିତ ହେଲା। ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଏଥିସହ ଜାତୀୟ ଉପଭୋକ୍ତା ଦିବସରେ ଓଟିଭିରେ ପ୍ରସାରିତ ହେଉଥିବା ସାଇବର ଠକେଇ ଅପରାଧ କାର୍ଯ୍ୟକ୍ରମର ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ‘ଓଟିଭି’ରେ ସାଇବର ଠକେଇ ଅପରାଧ କାର୍ଯ୍ୟକ୍ରମ ସମସ୍ତେ ଦେଖିଥିବେ। ନାଟ୍ୟ ରୂପାନ୍ତର କରି କିପରି ସାଇବର ଠକେଇ ଶିକାର ହେବାର ଦେଖାଉଛନ୍ତି। ଏହା ଦେଖି ସଚେତନ ହେବା ସହ ଆଇନ ଓ ଅଦାଲତରେ ନ୍ୟାୟ ପାଆନ୍ତୁ।

Bhubaneswar Cmo Of Odisha CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe