Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେବେ ହେଲେ ଛାଡ଼ିବିନି କହିଲେ ନୀତୀଶ କୁମାର

ଏକଦା ବିଜେପି ଓ ମୋଦିଙ୍କ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଥିବା ନୀତୀଶ କୁମାର ହଠାତ୍‌ ଲୋକସଭା ନିର୍ବାଚନ ପୂର୍ବରୁ ପଟ ବଦଳାଇ ଥିଲେ।

author-image
Hemant Lenka
PM Modi

PM Modi

ପଲଟୁରାମ ବା ସବୁବେଳେ ପଟ ପରିବର୍ତ୍ତନ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଷ କୁମାର ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ବଡ଼ କଥା କହିଛନ୍ତି। ସାଧାରଣ ନିର୍ବାଚନରେ ବିଜେପିକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳି ନଥିବାରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଗୁରୁତ୍ୱ ଏନଡିଏରେ ବଢ଼ିଯାଇଛି।

Advertisment

ତାଙ୍କ ଉପରେ ବିଜେପି ସରକାର ଗଠନ କରିବାକୁ ନିର୍ଭର କରୁଛି। ଏଯାଏ ନୀତୀଶ କୁମାର ବିଜେପି ସହ ରହିଛନ୍ତି। ହେଲେ ସେ ପରବର୍ତ୍ତୀ ମୁହୂର୍ତ୍ତରେ ପଲଟି ଯିବାର ଆଶଙ୍କା ବି ରହିଛି।

ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ନୀତୀଶ କୁମାର ସମ୍ବୋଧନ କରି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ସେ କେବେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥସହ ସେ ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ବୈଠକ ଆରମ୍ଭରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ପହଞ୍ଚି ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ହେଲେ ମୋଦି ତାଙ୍କ ହାତକୁ ଧରି ପକାଇଥିଲା। ସେହି ଅବସ୍ଥାରେ ସେ ମୋଦିଙ୍କ ଆଶୀର୍ବାଦ ନେଇଥିଲେ।  

Advertisment

ନୀତୀଶ କୁମାର କହିଛନ୍ତି, “ମୁଁ ସବୁବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିବି। ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଆସିବେ ସେତେବେଳେ ଏଠାରେ ଓ ସେଠାରେ ଏଥର ଜିତିଥିବା ଲୋକମାନେ ଆସନ୍ତାଥର ହାରିବେ। ଏପରି ଘଟଣା ଘଟିବ ବୋଲି ଆମର ପୂରା ବିଶ୍ୱାସ ରହିଛି।”

ନୀତୀଶ କୁମାର ବିରୋଧୀ ମେଣ୍ଟକୁ ସମାଲୋଚନା କରି ଦେଶ ପ୍ରତି ସେମାନଙ୍କର କୌଣସି ଅବଦାନ ନଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷ ଧରି ଦେଶର ସେବା ଭଲ ଭାବେ କରିଥିବାରୁ ତାଙ୍କ ଦଳ ସମର୍ଥନ କରିବାକୁ ମନସ୍ଥ କରିଥିବା ନୀତୀଶ କୁମାର କହିଛନ୍ତି।

ସେ କହିଛନ୍ତି, “ଆମ ଦଳ ଜେଡିୟୁ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି। ଗଲା ୧୦ ବର୍ଷ ଧରି ସେ ପ୍ରଧାନମନ୍ତ୍ରୀ ରହିବା ଗୋଟିଏ ବଡ଼ ଖୁସିର ବିଷୟ। ସେ ପୁଣି ପ୍ରଧାନମନ୍ତ୍ରୀ ହେବେ। ସେ ଦେଶର ସେବା କରି ଚାଲିଛନ୍ତି ଓ ଯାହା ବି କିଛି ରହି ଯାଇଛି, ସେସବୁ ଏଥର ପୂରା ହେବ। ତାଙ୍କ ସହ ଆମେ ରହିଛୁ ଓ ଆଗକୁ ମଧ୍ୟ ରହିବୁ।”

ଏକଦା ବିଜେପି ଓ ମୋଦିଙ୍କ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଥିବା ନୀତୀଶ କୁମାର ହଠାତ୍‌ ଲୋକସଭା ନିର୍ବାଚନ ପୂର୍ବରୁ ପଟ ବଦଳାଇ ଥିଲେ। ସେ ଇଣ୍ଡିଆ ମେଣ୍ଟ ଛାଡ଼ି ବିଜେପି ସହ ହାତ ମିଳାଇଥିଲେ।

ବିହାରରେ ବିଜେପି ସହ ମିଶି ଜେଡିୟୁ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲା। ବିଜେପି ଏବେ ଜେଡିୟୁ ଓ ଚନ୍ଦ୍ରବାବୁ ନାଇଡଙ୍କୁ ସମର୍ଥନରେ କେନ୍ଦ୍ରରେ ମେଣ୍ଟ କରିବାକୁ ଯାଉଛି। ଏଥିପାଇଁ ଆଜି ନୀତୀଶ କୁମାର ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିଛନ୍ତି।

PM Modi Nitish Kumar Nda