ନିକୁଞ୍ଜ ଧଳଙ୍କୁ ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ମାମଲାତି: କେନ୍ଦ୍ରକୁ ବିଦା, ଜୁଲାଇରେ ଯିବେ

ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର ଗଠନ ହେବାପରେ ୧୯୯୩ ବ୍ୟାଚ୍ ଆଇଏଏସ୍ ଶ୍ରୀ ଧଳଙ୍କୁ ୨୦୨୪ ଜୁଲାଇ ପହିଲାରୁ ‘ମୁଖ୍ୟମନ୍ତ୍ରୀଙ୍କ ସଚିବ’ ଭାବେ ଅବସ୍ଥାପିତ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ଧଳଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Nikunja Dhala

ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ (ମୁଖ୍ୟ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିଶନର ଅନୁଗର୍ଗଙ୍କ ବାମପାର୍ଶ୍ୱରେ ବସିଛନ୍ତି)

Ordigital Desk
  • Published: Friday, 18 April 2025
  • Updated: 18 April 2025, 06:48 PM IST

Sports

Latest News

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜବିହାରୀ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର କ୍ୟାବିନେଟ୍ କମିଟିର ଅନୁମୋଦନ ପରେ ଶୁକ୍ରବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟର ପ୍ରଥମ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ମାମଲାତି ଦେଖାଇବା ଆଇଏଏସ୍ ଶ୍ରୀ ଧଳଙ୍କୁ ମହଙ୍ଗା ପଡ଼ିଛି ଏବଂ ସେଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଡେପୁଟେସନରେ କେନ୍ଦ୍ରକୁ ପଠାଇ  କମ୍ ଗୁରୁତ୍ୱବହନ କରୁଥିବା ଗୋଟିଏ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଶ୍ରୀ ଧଳ କିଭଳି ବାରମ୍ବାର ପ୍ରୋଟୋକଲକୁ ଅଣଦେଖା କରୁଥିଲେ ସେ ସଂକ୍ରାନ୍ତରେ ଏକ ବିସ୍ତୃତ ଖବର ‘ଓଡ଼ିଶା ରିପୋର୍ଟର’ରେ ଫେବୃୟାରୀ ୩ତାରିଖରେ ପ୍ରକାଶିତ ହେବାପରେ ପ୍ରଶାସନିକ କରିଡରରେ ହଲଚଲ୍ ଦେଖିବାକୁ ମିଳିଥିଲା ।

କାହିଁକି ବିଦା ହେଲେ ନିକୁଞ୍ଜ

ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବିଜେପି ସରକାର ଗଠନ ହେବାପରେ ୧୯୯୩ ବ୍ୟାଚ୍ ଆଇଏଏସ୍ ଶ୍ରୀ ଧଳଙ୍କୁ ୨୦୨୪ ଜୁଲାଇ ପହିଲାରୁ ‘ମୁଖ୍ୟମନ୍ତ୍ରୀଙ୍କ ସଚିବ’ ଭାବେ ଅବସ୍ଥାପିତ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ଧଳଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀରେ ରହି ଶ୍ରୀ ଧଳ ରାଜ୍ୟ ସରକାରଙ୍କ ବିଭିନ୍ନ ବୈଠକ, ଏପରିକି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରୁଥିବା ପ୍ରାୟତଃ ସମସ୍ତ ବୈଠକଗୁଡ଼ିକରେ ନିୟମିତ ଭାବେ ଆଗଧାଡ଼ିରେ ବସି ବୈଠକରେ ନିଜର ଉପସ୍ଥିତି ଜାହିର କରିବାକୁ ପଛାଉନାହାନ୍ତି । ‘ଉତ୍କର୍ଷ ଓଡ଼ିଶା’ ଓ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’ ଭଳି କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରୁଥିବା ସମସ୍ତ ବୈଠକରେ ଶ୍ରୀ ଧଳଙ୍କୁ ମୁଖ୍ୟସଚିବ ଓ ଉନ୍ନୟନ କମିଶନରଙ୍କ ବାମପାଶ୍ୱର୍ରେ ବସୁଥିବାର ଫଟୋଚିତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ କରାଯାଉଛି । ଅନେକ ସମୟରେ  ଶ୍ରୀ ଧଳ ତାଙ୍କଠୁ ସିନିୟର ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ସତ୍ୟବ୍ରତ ସାହୁ ଓ ଦେଓରଞ୍ଜନ ସିଂଙ୍କୁ ଏଡ଼ାଇ ମୁଖ୍ୟ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିଶନର ଅନୁଗର୍ଗଙ୍କ ବାମପାଶ୍ୱର୍ରେ ବସୁଥିବାର ଫଟୋଚିତ୍ର ସରକାରଙ୍କ ଦ୍ୱାରା ଗଣମାଧ୍ୟମକୁ ଜାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ସଚିବ ନିଜେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଗୋଟିଏ ଟେବୁଲରେ ବସିବା ଏବଂ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ କାର୍ଯ୍ୟାଳୟରେ ରାତି ୧୦-୧୧ଟା ପର୍ଯ୍ୟନ୍ତ ରହୁଥିଲେ ମଧ୍ୟ ଶ୍ରୀ ଧଳ ସନ୍ଧ୍ୟା ୭-୮ଟାରେ ଘରକୁ ପଳାଉଥିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଲାଗି ରହିଛି । ‘ରୁଲସ୍ ଅଫ ବିଜିନେସ’ ଓ ‘ପ୍ରୋଟୋକଲ’କୁ ଅଣଦେଖା କରି  ଶ୍ରୀ ଧଳ ଏସବୁ କାର୍ଯ୍ୟ କରୁଥିବା ସଂକ୍ରାନ୍ତ ପ୍ରଶାସନିକ ତ୍ରୁଟିକୁ ନେଇ ହେଉଥିବା ପାୱାର କରିଡରର ହଲଚଲ୍ ସଂକ୍ରାନ୍ତୀୟ ଏକ ବିସ୍ତୃତ ରିପୋର୍ଟ ‘ଓଡ଼ିଶା ରିପୋର୍ଟରରେ ପ୍ରକାଶିତ ହୋଇଥିଲେ ମଧ୍ୟ ତାଙ୍କ ଉପରେ ପ୍ରଶାସନିକସ୍ତରରେ ଅଙ୍କୁଶ ଲାଗି ପାରିନଥିଲା । ସମ୍ଭବତଃ ଏବେ ତାଙ୍କୁ ବାଧ୍ୟତାମୂଳକ ଡେପୁଟେସନରେ କେନ୍ଦ୍ରକୁ ପଠାଯାଇବା ପଛରେ ଏସବୁ କାରଣ ରହିଥିବା ଚର୍ଚ୍ଚା ହେଉଛି ।

ଡେପୁଟେସନ ଅବଧି ସରିବା ପୂର୍ବରୁ ବିଦା କରିଥିଲା କେନ୍ଦ୍ର

ଶ୍ରୀ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଛି । ଏହି ପଦବୀରେ କାର୍ଯ୍ୟରତ ଆଇଏଏସ୍ ଉମଙ୍ଗ ନରୁଲା ଜୁନ୍ ୩୦ରେ ଅବସର ନେବେ । ଏହାପରେ ସେହି ପଦବୀରେ ଶ୍ରୀ ଧଳ କାର୍ଯ୍ୟ କରିବେ ବୋଲି ଶୁକ୍ରବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଅର୍ଥାତ୍ ଶ୍ରୀ ଧଳ ଓଡ଼ିଶାରେ ଆଉ ପ୍ରାୟ ଅଢ଼େଇମାସ କାର୍ଯ୍ୟ କରିବେ । ତେବେ ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ଧଳଙ୍କର କେନ୍ଦ୍ର ସରକାରରେ କାର୍ଯ୍ୟ କରିବାର ତିକ୍ତ ଅନୁଭୂତି ରହିଛି । କେନ୍ଦ୍ର ସରକାର ୨୦୧୭ ଏପ୍ରିଲ ମାସରେ ତାଙ୍କର ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା ପଠାଇ ଦେଇଥିଲେ । କେନ୍ଦ୍ର କୋଇଲା ମନ୍ତ୍ରଣାଳୟରେ ସେ କାର୍ଯ୍ୟ କରିବାବେଳେ ତତକାଳୀନ ବିଭାଗୀୟ ମନ୍ତ୍ରୀଙ୍କ ସୁପାରିଶରେ ତାଙ୍କୁ ଓଡ଼ିଶା ପଠାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଶ୍ରୀ ଧଳ ୨୦୧୭ ଏପ୍ରିଲ ୧୦ରୁ ଜୁନ୍ ୯ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ମାସ ଛୁଟିରେ ରହିଥିଲେ । ପରେ ଓଡ଼ିଶା ସରକାର ତାଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୦୧୭ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ (୪ମାସ ରଖି) କାର୍ଯ୍ୟ କରିବାର ସୁଯୋଗ ଦେଇ ଭୁବନେଶ୍ୱର ଫେରାଇ ଆଣିଥିଲେ ।

ଶ୍ରୀ ଧଳ ଏବେ ‘ମୁଖ୍ୟମନ୍ତ୍ରୀଙ୍କ ସଚିବ’ ପଦବୀରେ କାର୍ଯ୍ୟରତ ଥାଇ ଦିଲ୍ଲୀକୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପଛରେ ବି ଏଭଳି ‘ବାଧ୍ୟତାମୂଳକ ପ୍ରକ୍ରିୟା’ ରହିଥିବା ଚର୍ଚ୍ଚା ହେଉଛି ।

କ’ଣ କହୁଛନ୍ତି ବିଶେଷଜ୍ଞ

ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଏ ସରକାରରେ ବିଭିନ୍ନ ପ୍ରକାରର ପ୍ରଶାସନିକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯଦି ଶୀର୍ଷ ପାହ୍ୟାର ଅଫିସରମାନେ ପ୍ରୋଟୋକଲ ପାଳନ ନକରିବେ ତା’ହେଲେ ସରକାର ସେମାନଙ୍କ ପ୍ରତି କଠୋର ହେବାର ଆବଶ୍ୟକତା ରହିଛି । ପୂର୍ବର ନବୀନ ପଟ୍ଟନାୟକ ସରକାରରେ ଜଣେ ଅଫିସର କିଭଳି ସବୁ ପ୍ରୋଟୋକଲକୁ ନିଜ ମର୍ଜିରେ ପାଳନ କରୁଥିଲେ ତାହା ରାଜ୍ୟବାସୀ ଦେଖିଛନ୍ତି । ତେଣୁ ଯେମିତି କରିବେ ସେମିତି ଭୋଗିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ସେହିପରି ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ରୁଲସ୍ ଅଫ ବିଜିନେସ ଅନୁସାରେ ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବ’ ରାଜ୍ୟ ସରକାରଙ୍କ କୌଣସି ଫାଇଲରେ କୌଣସି ମତାମତ ଲିଖିତ ଭାବେ ଦେଇପାରିବେ ନାହିଁ । ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ତଳୁ ବିଭାଗୀୟ ସଚିବ, ମୁଖ୍ୟ ସଚିବ ଅବା ଉନ୍ନୟନ କମିଶନରଙ୍କ ବାଟ ଦେଇ ବିଭାଗୀୟ ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥାଏ । ତଳୁ ଆସିଥିବା ଫାଇଲରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୌପଚାରିକ ପରାମର୍ଶ ଦେବେ ଓ ମୁଖ୍ୟମନ୍ତ୍ରୀ ସେହି ଫାଇଲରେ ନିଜର ମତାମତ ଦେଇ ଦସ୍ତଖତ କରିଥାନ୍ତି । ଅବଶ୍ୟ ଓଡ଼ିଶାର ସିଏମଓରେ ପ୍ରତ୍ୟେକ ଫାଇଲର ଏକ ‘ଡମି ଫାଇଲ’ ତିଆରି ହୁଏ, ଯାହା ସାର୍ବଜନୀନ ହୁଏନି । ଏହା କେବଳ ମୁଖ୍ୟମନ୍ତ୍ରୀ ନିଜର ସୁବିଧା ପାଇଁ ଉପଯୋଗ କରନ୍ତି ଓ କେଉଁ ପ୍ରସଙ୍ଗରେ ତାଙ୍କ କାର୍ଯ୍ୟାଳୟର ସଚିବ ତାଙ୍କୁ କ’ଣ ମତାମତ ଦେଇଛନ୍ତି ତାହା ଭବିଷ୍ୟତରେ ଜାଣିବା ପାଇଁ ଉପଯୋଗ ହୋଇଥାଏ । ତେଣୁ ଯଦି ଜଣେ ଅଫିସର ନିଜର ମତାମତ ଦେଇପାରିବେ ନାହିଁ ସେ ସମୀକ୍ଷା ବୈଠକରେ ଭାଗିଦାର ହେବେ କାହିଁକି? ତାଙ୍କର ‘ବସ୍‌’ ମୁଖ୍ୟମନ୍ତ୍ରୀ ବୈଠକରେ ରହୁଛନ୍ତି, ସେ ପଛରେ ବସି ତାଙ୍କୁ ସହଯୋଗ କରିପାରିବେ କିନ୍ତୁ ଆଗରେ ନୁହେଁ କିମ୍ବା ତାଙ୍କ ସହ ସମାନ ଟେବୁଲରେ ନୁହେଁ । ଯଦି ସେଭଳି ହେଉଥାନ୍ତା ତା’ହେଲେ ମନ୍ତ୍ରୀମାନଙ୍କ ସଚିବ ଓ ମୁଖ୍ୟ ସଚିବଙ୍କ ‘ଓଏସଡି’ ବି ଆସି ବୈଠକରେ ସାମିଲ ହେଉଥାନ୍ତେ । ତେଣୁ ଏଭଳି ପ୍ରଶାସନିକ ତ୍ରୁଟିବିଚ୍ୟୁତ ପ୍ରତି ସରକାର ଯତ୍ନବାନ ହେବାର ଆବଶ୍ୟକତା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story