Advertisment

ପୁଲିଂ ବୁଥରେ କ’ଣ ଦେଖାଇଲେ ଦେଇ ପାରିବେ ଭୋଟ?

୨୦୧୯ ଭଳି ୨୦୨୪ରେ ମଧ୍ୟ ୭ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲୋକକମାନେ ସେମାନଙ୍କୁ ସାଂସଦମାନଙ୍କୁ ବାଛିବେ।

author-image
Hemant Lenka
ଅଦ୍ୟତନ ହୋଇଛି
ECI

ECI

ପୁଣିଥରେ ଦେଶବାସୀ ପରବର୍ତ୍ତୀ ସରକାର ବାଛିବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ୧୯ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯିବ। ୨୦୧୯ ଭଳି ୨୦୨୪ରେ ମଧ୍ୟ ୭ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲୋକକମାନେ ସେମାନଙ୍କୁ ସାଂସଦମାନଙ୍କୁ ବାଛିବେ।

Advertisment

ସେହିପରି ଓଡ଼ିଶାବାସୀ ମଧ୍ୟ ୪ଟି ପର୍ଯ୍ୟାୟରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ତେବେ ଭୋଟର କାର୍ଡ ନଥିଲେ ମଧ୍ୟ ଜଣେ ଭୋଟର ମତଦାନ କରିପାରିବେ। କିନ୍ତୁ ପ୍ରଥମେ ତାଙ୍କ ନାଁ ଉକ୍ତ ପୁଲିଂ ବୁଥରେ ରହିଥିବା ଦରକାର। ନାଁ ଥିଲେ ମଧ୍ୟ ଜଣେ ଭୋଟରଙ୍କୁ ନିମ୍ନଲିଖିତ ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏକୁ ପୁଲିଂ ଅଧିକାରୀଙ୍କୁ ଦେଖାଇବାକୁ ପଡ଼ିବ।

Advertisment

ଆଧାର କାର୍ଡ, ମନରେଗା ଜବ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଜାରି କରାଯାଇଥିବା ଫଟୋ ଥିବା ପାସବୁକ୍‌, ଶ୍ରମ ମନ୍ତ୍ରଣାଳୟ ଜାରି କରିଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ଏନପିଆର ଅଧୀନରେ ଆରଜିଆଇ ଜାରି କରିଥିବା ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋ ସହ ଥିବା ପେନସନ ଡକ୍ୟୁମେଣ୍ଟ, ଫଟୋ ଥିବା ଯେକୌଣସି ସରକାରୀ ବିଭାଗ ପକ୍ଷରୁ ଜାରି ପରିଚୟପତ୍ର, ୟୁଡିଆଇଡି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏକୁ ଦେଖାଇ ମତଦାନ କରାଯାଇ ପାରିବ।

Lok Sabha Elections Lok Sabha Election Lok Sabha Elections 2024 Lok Sabha Election 2024