Advertisment

‘ଏଥର ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’

‘ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ତେଣୁ ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି ତା’ହେଲେ ଜାଣି ରଖନ୍ତୁ ଆପଣ ପାଣ୍ଡୁଜୀଙ୍କୁ ଭୋଟ ଦେଉଛନ୍ତି । କାରଣ ବିଜେଡି ଆସିଲେ ଏଥର ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ ।’

ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

Advertisment

‘ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ତେଣୁ ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି ତା’ହେଲେ ଜାଣି ରଖନ୍ତୁ ଆପଣ ପାଣ୍ଡୁଜୀଙ୍କୁ ଭୋଟ ଦେଉଛନ୍ତି । କାରଣ ବିଜେଡି ଆସିଲେ ଏଥର ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ ।’ ଆଜି ଏପରି କହି ବିଜେଡିକୁ ସିଧାସଳଖ ଟାର୍ଗେଟ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

Advertisment

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀରେ ରୋଡ ଶୋ’ କରିଥିଲେ। ରୋଡ ଶୋ’ ସରିବା ପରେ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ବିଜେପିର କିଛି କର୍ମୀ ଉପସ୍ଥିତ ଥିଲେ।

ଏହି ଅବସରରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ସାଂସଦ ଷଡଙ୍ଗୀ କହିଛନ୍ତି, 'ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ସକ୍ରିୟ ଶାସନ ବ୍ୟବସ୍ଥା ସହ ଗରିବ ଓ ଯୁବ ବର୍ଗଙ୍କ ବିକାଶ, ମହିଳା ଓ ଚାଷୀଙ୍କ ବିକାଶ ପାଇଁ କାମ କରୁଥିବ । କାରଣ ଲୋକମାନଙ୍କୁ ସ୍ୱଚ୍ଛ, ପାରଦର୍ଶି ଦୁର୍ନୀତିମୁକ୍ତ ଶାସନ ଦରକାର। ରାଜ୍ୟକୁ ସକ୍ରିୟ ଓ ସୁସ୍ଥ ମୁଖ୍ୟମନ୍ତ୍ରୀ ଦରକାର। ଶାସନ ବ୍ୟବସ୍ଥା ଦୁର୍ନୀତିମୁକ୍ତ ହେବା ସହ ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିୟନ୍ତ୍ରଣାଧୀନ ହେବା ଦରକାର। ଏବେ ପରିବର୍ତ୍ତନର ହାୱା ବହୁଥିବା ବେଳେ ବିଜେଡି ମହଲରେ ଭୟ, ଡର ଓ ନୈରାଶ ଭାବନା ଭରି ରହିଛି।

Advertisment

ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରେ ରୋଡ ଶୋ’ କରିଥିବା ବେଳେ ଗତକାଲି ଗୃହ ମନ୍ତ୍ରୀ ଅମିତ ଶାହ କଟକରେ ରୋଡ ଶୋ’ କରିଥିଲେ। ଏହାପରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେପିର ଜଣେ ପରେ ଜଣେ ହେଭିୱେଟ ନେତା ଓଡ଼ିଶା ଗସ୍ତରେ ଆସି ବିଜେଡି ସରକାରକୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି।

ଆଜି ନଡ୍ଡା କହିଛନ୍ତି, ଓଡ଼ିଶାର ଲୋକେ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାର ଲୋକେ ମଧ୍ୟ ଏକ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ ଓଡ଼ିଆରେ କଥା ହୋଇପାରୁଥିବ। ଏହା ସହ ଓଡ଼ିଆ ଅସ୍ମିତା ସହ ଯୋଡ଼ି ହୋଇ ରହିଥିବ।

ସେ ଆହୁରି କହିଛନ୍ତି, ଜଣେ ଅଫିସର ଓଡ଼ିଶାକୁ ଚଳାଉଥିବା ବେଳେ ନବୀନ ବାବୁ ସକ୍ରିୟ ନାହାନ୍ତି। ଏଥିପାଇଁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ବିଜେପିକୁ କାମ ଦେବାକୁ ଚାହୁଁଛନ୍ତି। ବିଜେଡି ହାତରୁ ଗାଡ଼ି ପଳାଇଛି। ବିଜେଡି ବସ୍‌ ମିସ୍‌ କରିଛି। ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ ବୋଲି ନଡ୍ଡା କହିଛନ୍ତି।

ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ନେଇ ବର୍ଷିଛନ୍ତି ନଡ୍ଡା। କହିଛନ୍ତି, କିଛି ଦିନର କଥା। ପରେ ସବୁ ହିସାବକିତାବ କରାଯିବ।

Loksabha Election 2024 Odisha Assembly Election 2024 General Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe