Advertisment

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ‘ନୈତିକ ବିଜୟ’ ହୋଇସାରିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଇଭିଏମ୍‌ରେ ସିଲ୍‌ ହେବ ଭାଗ୍ୟ। ହେଲେ ଏହାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ‘ନୈତିକ ବିଜୟ’ ହୋଇସାରିଛି ବୋଲି ରାଜନୈତିକ ବିଶ୍ଳେଷକମାନେ ବିଚାର କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟତମ ଚର୍ଚ୍ଚିତ ଆସନ ହେଲା କେନ୍ଦ୍ରାପଡ଼ା ଲୋକସଭା ଆସନ। ସମଗ୍ର ଓଡ଼ିଶାବାସୀଙ୍କ ନଜର ଏବେ ଏଇଠି କେନ୍ଦ୍ରୀଭୂତ ହୋଇଛି। କାରଣ ଏଠିକାର ଲଢ଼େଇକୁ ଆଉ ସାଧାରଣ ନିର୍ବାଚନ ଲଢ଼େଇ […]

ଅଦ୍ୟତନ ହୋଇଛି
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ‘ନୈତିକ ବିଜୟ’ ହୋଇସାରିଛି

jay

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଇଭିଏମ୍‌ରେ ସିଲ୍‌ ହେବ ଭାଗ୍ୟ। ହେଲେ ଏହାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ‘ନୈତିକ ବିଜୟ’ ହୋଇସାରିଛି ବୋଲି ରାଜନୈତିକ ବିଶ୍ଳେଷକମାନେ ବିଚାର କରୁଛନ୍ତି।

Advertisment

୨୦୧୯ ସାଧାରଣ ନିର୍ବାଚନରେ ଅନ୍ୟତମ ଚର୍ଚ୍ଚିତ ଆସନ ହେଲା କେନ୍ଦ୍ରାପଡ଼ା ଲୋକସଭା ଆସନ। ସମଗ୍ର ଓଡ଼ିଶାବାସୀଙ୍କ ନଜର ଏବେ ଏଇଠି କେନ୍ଦ୍ରୀଭୂତ ହୋଇଛି। କାରଣ ଏଠିକାର ଲଢ଼େଇକୁ ଆଉ ସାଧାରଣ ନିର୍ବାଚନ ଲଢ଼େଇ ବୋଲି କହିହେଉନି। କେନ୍ଦ୍ରାପଡ଼ାର ଲଢ଼େଇ ଏବେ ସମ୍ମାନ ଓ ସ୍ୱାଭିମାନର ଲଢ଼େଇ ବୋଲି କୁହାଯାଉଛି।

ଏଠି ବିଜେଡି ଜଣକୁ ପ୍ରାର୍ଥୀ ଦେଇଛି ସତ, କିନ୍ତୁ ଅସଲ ଲଢ଼େଇ ହେଉଛି ଆଉ କାହା ଭିତରେ। ଗୋଟେପଟେ ଅଛନ୍ତି, ବିଜେଡିର ସମସ୍ତ ହେଭିୱେଡ୍‌, ନିଜେ ମୁଖିଆ ନବୀନ ପଟ୍ଟନାୟକ ଓ ତାଙ୍କର ଅଗଣିତ ଅଫିସର ଓ ପୁଲିସ । ଆରପଟେ ଏକା ଅଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାର ଏ ଲଢ଼େଇ ପୁରାଣର ଯୁବଯୋଦ୍ଧା ଅଭିମନ୍ୟୁଙ୍କୁ ପରାଜିତ କରିବାକୁ, ରଥୀମହାରଥୀ ରଚନା କରିଥିବା ଚକ୍ରବ୍ୟୂହ କଥା ମନେପକେଇ ଦେଉଛି। ରାଜନୈତିକ ବିଶ୍ଳେଷକଙ୍କ କହିବା କଥା ହେଲା, ପୁରାଣରେ ଅଭିମନ୍ୟୁ ହାରିଥିଲେ, ଏଠି କିନ୍ତୁ କେନ୍ଦ୍ରାପଡ଼ାର ଅଭିମନ୍ୟୁ ‘ବୈଜୟନ୍ତ ପଣ୍ଡା’ ଜିତି ସାରିଛନ୍ତି।

Advertisment

ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେଉଥିଲେ ବି, ସମଗ୍ର ବିଜେଡି ନେତା କେବଳ କେନ୍ଦ୍ରାପଡ଼ାରେ ହିଁ କ୍ୟାମ୍ପ ପକାଇଛନ୍ତି। ପ୍ରଚାର ଶେଷ ହେବାପରେ, କୌଣସି ବାହାର ନେତା ଓ କର୍ମୀ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ରହିବା ଏକପ୍ରକାର ସନ୍ଦେହଜନକ ହୋଇଥିଲେ ବି, ଏବେ ବିଜେଡିର ମାଳମାଳ ନେତା ମନ୍ତ୍ରୀ, କର୍ପୋରେଟର, ଛାମୁଆଁ ନେତା କେନ୍ଦ୍ରାପଡ଼ାରେ ଲୁଚିକି ରହିଛନ୍ତି। ସେମାନଙ୍କୁ ପୁଲିସ ଧରୁନାହିଁ।

ଏବେ କେନ୍ଦ୍ରାପଡ଼ାର ସବୁ ହୋଟେଲ୍ ବିଜେଡି ନେତାଙ୍କ ଦ୍ୱାରା ଅଧିକୃତ ହୋଇ ରହିଛି। ଶୁଣାଯାଉଛି, ଭୁବନେଶ୍ୱର ମହାନଗର ନିଗମର ସବୁ ବିଜେଡି କର୍ପୋରେଟର ଆଜି କେନ୍ଦ୍ରାପଡ଼ାରେ ପ୍ରବେଶ କରିଛନ୍ତି। ଏମାନେ କେଉଁ କାରଣରୁ ସେଠାକୁ ଯାଇଛନ୍ତି ତାହା କାହାକୁ ଜଣାନାହିଁ। ସେହିପରି ବିଜେଡିର ଅହଂକାରକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି। ନିର୍ବାଚନ ନସରୁଣୁ ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ଛାପି ତାକୁ ସୋଶାଲ୍ ମିଡିଆରେ ବୁଲେଇବାକୁ ଲୋକେ ସହଜରେ ଗ୍ରହଣ କରୁନାହାଁନ୍ତି।

ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ା ମାଟିରେ ପରାଜିତ କରିବା ସହଜ ନୁହେଁ ବୋଲି ବିଜେଡି ନିଶ୍ଚିତ ହୋଇଯାଇଛି। ଯଦି ତାହା ସତରେ ପରିଣତ ହୁଏ, ତେବେ ନବୀନ ଓ ତାଙ୍କ ବ୍ୟକ୍ତିଗତ ସହାୟକ ଭିକେ ପାଣ୍ଡିଆନଙ୍କର ନାକ କଟିଯିବ। ସେହି ଭୟରେ ବିଜେଡି ସେଠାରେ ନିଜର ସବୁ ଶକ୍ତି ଲଗେଇ ଦେଇଛି। ବିଜେଡିର ଏ ବଳକଷା, ନିଜ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଜିତେଇବାକୁ ନୁହେଁ, ବରଂ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ହରେଇବାକୁ। ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ଏହା ହିଁ ବୈଜୟନ୍ତଙ୍କ ନୈତିକ ବିଜୟ।

ବୈଜୟନ୍ତ ବିଜେପି ପ୍ରାର୍ଥୀ ହେବା ପରଠାରୁ, ତାଙ୍କ ନାମରେ ଅପପ୍ରଚାରରେ ଲାଗିଛି ବିଜେଡି। ନିଜେ ନବୀନ ମଧ୍ୟ ଗଣମାଧ୍ୟମକୁ ଡାକି ମିଛ କହୁଛନ୍ତି। କେତେବେଳେ ବୈଜୟନ୍ତଙ୍କୁ ବ୍ୟକ୍ତିଗତ ଆକ୍ଷପ ତ କେତେବେଳେ ତାଙ୍କ ପାରିବାରିକ ମାଲିକାନାରେ ଥିବା ସଂସ୍ଥା ଗୁଡ଼ିକ ବିରୋଧରେ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଉଛି ବିଜେଡି।

୨୦ ବର୍ଷର ଶାସନ କାଳରେ ନିଜେ ନବୀନ କାହାକୁ ବ୍ୟକ୍ତିଗତ ଭାବରେ ଆକ୍ଷେପ କରିବା କେହି ଦେଖିନଥିଲେ। ବୈଜୟନ୍ତଙ୍କ ଉପରେ ତାଙ୍କର ଏତେ ରାଗ ଯେ, ଏବେ ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ବି ସେ ପଛାଇ ନାହାଁନ୍ତି। ବୈଜୟନ୍ତଙ୍କୁ ବିରୋଧ କରି ତାଙ୍କ ବିଷୟରେ ବିଷୋଦ୍‌ଗାର କରିବା ତାଙ୍କ ଅସହିଷ୍ଣୁତା ଓ ଭୟକୁ ହିଁ ସୂଚେଇ ଦେଉଛି। ଏହିସବୁ କାରଣରୁ, ରାଜ୍ୟବାସୀ ଚିନ୍ତା କରୁଚନ୍ତି ଯେ, ଏ ଯୁଦ୍ଧରେ ବୈଜୟନ୍ତଙ୍କର ନୈତିକ ବିଜୟ ହୋଇସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe