Advertisment

ନବୀନ ରିଏଲ ଷ୍ଟାର ତ ପୁଣି ଏବେ ଫିଲ୍ମ ଷ୍ଟାର କାହିଁକି ଖୋଜା ପଡ଼ୁଛନ୍ତି: ବିଜେପି

ବିଜେଡି ବାରମ୍ବାର କହିଆସୁଛି ଯେ, ଓଡ଼ିଶାରେ କେବଳ ଜଣେ ତାରକା ଏବଂ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା’ହେଲେ ଏବେପୁଣି ରିୟଲ ତାରକାଙ୍କ ଆବଶ୍ୟକ ବିଜେଡି କାହିଁକି କରୁଛି ? ବିଜେଡି ଏବେ ସେଲିବ୍ରିଟି ଶୂନ୍ୟ ।

author-image
Ordigital Desk
BJP

BJP

ବିଜେଡି ବାରମ୍ବାର କହୁଛି ଯେ, ନବୀନ ପଟ୍ଟନାୟକ ରିଏଲ ଷ୍ଟାର । ବିଜେଡିକୁ ଫିଲ୍ମ ଷ୍ଟାର ଦରକାର ନାହିଁ । ମାତ୍ର ଏବେ ହାରିବା ଭୟ ଘାରିବାରୁ ବିଜେଡି ଫିଲ୍ମ ତାରକାମାନଙ୍କୁ ଖୋଜୁଛି । ଆତ୍ମପ୍ରଚାର ପାଇଁ କଳାକାରଙ୍କୁ ବ୍ୟବହାର କରୁଛି । ଆଉ ‘ୟୁଜ୍ ଆଣ୍ଡ ଥ୍ରୋ’ ଭଳି ଫୋପାଡ଼ି ଦେଉଛି । ଏଭଳି ଅଭିଯୋଗ ଆଣି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ ପିଙ୍କି ପ୍ରଧାନ, ଅଭିନେତା ହରିହର ମହାପାତ୍ର କହିଥିଲେ ଯେ, ୨୪ ବର୍ଷର ବିଜେଡି ଶାସନରେ ସର୍ବାଧିକ ଅବହେଳିତ ହୋଇଛନ୍ତି କଳାଜଗତ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ରାଜ୍ୟର ଅଗଣିତ କଳାକାର ଭାଇ ଓ ଭଉଣୀମାନେ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ଓ ବଂଚାଇ ରଖିଥିବା ସଂକୀର୍ତନ, ପାଲା, ଦାସକାଠିଆ କଳାକାରମାନେ ବିଜେଡି ସରକାରର ଅବହେଳା ଓ ପ୍ରତାରଣାର ଶିକାର ହୋଇ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ଆତ୍ମପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାରମାନଙ୍କୁ ବ୍ୟବହାର କରୁଛନ୍ତି, କିନ୍ତୁ କଳାଜଗତ ସହ ଜଡ଼ିତ କଳାକାର ଭାଇଭଉଣୀଙ୍କ ପାଇଁ କିଛି କରିନାହାଁନ୍ତି । "ୟୁଜ୍ ଆଣ୍ଡ ଥ୍ରୋ’ କରିବାରେ ସିଦ୍ଧହସ୍ତ ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ହଠାତ୍ ସିନେ କଳାକାରଙ୍କୁ ଭେଟି ଆଲୋଚନା କରିବା ସଂପୂର୍ଣ୍ଣ ଛଳନାତ୍ମକ ଥିଲା ବୋଲି ଅଭିଯୋଗ କରିଛନ୍ତି। 

ବିଜେଡି ବାରମ୍ବାର କହିଆସୁଛି ଯେ, ଓଡ଼ିଶାରେ କେବଳ ଜଣେ ତାରକା ଏବଂ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା’ହେଲେ ଏବେପୁଣି ରିୟଲ ତାରକାଙ୍କ ଆବଶ୍ୟକ ବିଜେଡି କାହିଁକି କରୁଛି ? ବିଜେଡି ଏବେ ସେଲିବ୍ରିଟି ଶୂନ୍ୟ । ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ କରିବା ପାଇଁ ବିଜେଡି ଚେଷ୍ଟା କରୁଛି । ବିଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କେବେହେଲେ ଓଡ଼ିଆ ଚଳଚିତ୍ର ଦେଖିନାହାନ୍ତି କି କୈାଣସି ‘ଚଳଚିତ୍ର ଆୱାର୍ଡ୍ ସୋ'କୁ ଯାଇନାହାନ୍ତି । ଏପରିକି ପ୍ରତ୍ୟକ୍ଷ ଭାବେ ଓଡ଼ିଆ କଳାକାରଙ୍କୁ ଭେଟି ନାହାନ୍ତି । ଏବେ ବିଜେଡିକୁ ହାରିବା ଭୟ ଘାରିଛି, ସେଥିପାଇଁ ଫିଲ୍ମ ଷ୍ଟାରମାନଙ୍କୁ ଖୋଜା ଚାଲିଛି ବୋଲି ବିଜେପି କହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜି କଳାକାରମାନଙ୍କୁ ୪୫୦୦ଟଙ୍କା ଭତ୍ତା ଦେଉଥିବାବେଳେ ଓଡ଼ିଆ କଲାକାରଙ୍କୁ ନବୀନ ବାବୁ ଦେଉଛନ୍ତି ମାତ୍ର ୨୦୦୦ଟଙ୍କା, ଯାହା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ ।

Advertisment

ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ ରାଜ୍ୟ ସରକାର କଳାକାରଙ୍କ ପାଇଁ ଆବାସିକ କଲୋନୀ, ବୀମା ଭଳି ସୁବିଧା ଯୋଗାଇ ଦେଉଛନ୍ତି । କିନ୍ତୁ ନବୀନ ସରକାର ହକି ବିଶ୍ୱକପ ସମୟରେ ଓଡ଼ିଶାର କଳାକାରଙ୍କୁ ନଡାକି ବମ୍ବେ କଳାକାରଙ୍କୁ ଡାକି ୫୦-୧୦୦ କୋଟି ଦେଲେ । ଓଡ଼ିଶାରେ ଥିବା ସିନେମା ହଲ୍ ବନ୍ଦ ହୋଇ କଲ୍ୟାଣମଣ୍ଡପ ହେଉଛି । ସର୍ବପୁରାତନ ଫିଲ୍ମ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ'କୁ ମନୋରଂଜନ ପାର୍କରେ ପରିଣତ କରି ବିଜେଡି ନେତାଙ୍କ ବିବାହ, ବ୍ରତ, ଜନ୍ମଦିନ ପାଳନ କରାଯାଉଛି । ଓଡ଼ିଆ ସିନେମା ନିର୍ମାଣ ପାଇଁ ସବସିଡି କି ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉନାହାନ୍ତି ନବୀନ ପଟ୍ଟନାୟକ । ତେଣୁ ଆତ୍ମପ୍ରଚାର ପାଇଁ କଳାକାରଙ୍କୁ ବ୍ୟବହାର କରିବା ପୂର୍ବରୁ କଳାକାରଜଗତ ପାଇଁ କ’ଣ କରିଛନ୍ତି, ତାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଂସ୍କୃତିକ ପ୍ରକୋଷ୍ଠର ସଞ୍ଜିବ ମିଶ୍ର ଉପସ୍ଥିତ ଥିଲେ ।

BjD Bjp Loksabha Election