Advertisment

ଭାରତ ବନାମ ଇଣ୍ଡିଆ: ସାଂଘାତିକ ବାଣ ମାରିଲେ କେଜ୍ରିୱାଲ

ପାରମ୍ପରିକ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖି ରାଷ୍ଟ୍ରପତି ଭବନରୁ ଜି-୨୦ ନିମନ୍ତ୍ରଣ ପତ୍ର ଆସିବା ପରେ ବିବାଦ ଦେଖାଯାଇଛି

AAP

AAP

Advertisment

ପାରମ୍ପରିକ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖି ରାଷ୍ଟ୍ରପତି ଭବନରୁ ଜି-୨୦ ନିମନ୍ତ୍ରଣ ପତ୍ର ଆସିବା ପରେ ବିବାଦ ଦେଖାଯାଇଛି। ନିକଟରେ ୨୬ରୁ ଅଧିକ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ।

Advertisment

ସେମାନେ ଇଣ୍ଡିଆ ନାଁରେ ପରିଚୟ ହାସଲ କରି ପ୍ରଚାର ମଧ୍ୟ କରୁଛନ୍ତି। ଏସବୁ ଭିତରେ ହଠାତ୍‌ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ଘଟଣାକୁ ବିରୋଧୀ ନିଜର ମେଣ୍ଟ ସହ ଲିଙ୍କ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ ବିରୋଧୀ ଦଳ ନେତା ମତ ରଖିଛନ୍ତି।

ତେବେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନ ବେଶ ଚର୍ଚ୍ଚାରେ ରହିଛି। ଯଦି ବିରୋଧୀ ଦଳଗୁଡ଼ିକ ନିଜକୁ ଭାରତ ବୋଲି କହିବେ, ତା’ହେଲେ ଦେଶର ନାଁକୁ ଶାସକ ଦଳ ‘ବିଜେପି’କୁ ବଦଳାଇ ଦେବ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

Advertisment

ମଙ୍ଗଳବାର କେଜ୍ରିୱାଲ ଭାରତ ବନାମ ଇଣ୍ଡିଆ ଚର୍ଚ୍ଚା ପ୍ରସଙ୍ଗରେ କହିଛନ୍ତି, “ମୋ ପାଖରେ ବିଧିବଦ୍ଧ ଭାବେ ଏପରି କିଛି(ନାଁ ପରିବର୍ତ୍ତନ) ଘଟୁଥିବାର ସୂଚନା ନାହିଁ। କେବଳ ଅଧିକାଂଶ ବିରୋଧୀ ଏକାଠି ହୋଇ ଗୋଟିଏ ମେଣ୍ଟ କଲେ ଓ ଏହା ନାଁ ଇଣ୍ଡିଆ ରଖିଲେ ବୋଲି କେନ୍ଦ୍ର ସରକାର କ’ଣ ଦେଶର ନାଁ ବଦଳାଇ ଦେବେ?

ଏହି ଦେଶ ୧୪୦ କୋଟି ଲୋକଙ୍କର। ଏହା କେବଳ ଗୋଟିଏ ଦଳର ଦେଶ ନୁହେଁ। ଯଦି ବିରୋଧୀ ମେଣ୍ଟ ନିଜର ନାଁ ଭାରତକୁ ବଦଳାଇ ଦେବେ, ତା’ହେଲେ ସେମାନେ ଦେଶର ନାଁ ଭାରତକୁ ବିଜେପି କରି ଦେବେ କି?”

କେଜ୍ରିୱାଲଙ୍କ ସହଯୋଗୀ ତଥା ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ମଧ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ଜି-୨୦ ଶିଖର ସମ୍ମିଳନୀର ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ କରିଥିବା ବିଜେପିର ଏପରି ଚେଷ୍ଟା ସମସ୍ତଙ୍କୁ ଚକିତ କରିଛି ଓ ଏହା ସାଧାରଣରେ ବିତର୍କ ସୃଷ୍ଟି କରିଛି। ବିଜେପି କେମିତି ଇଣ୍ଡିଆକୁ ହଟାଇ ଦେବ?

ଏହା ୧୩୫ କୋଟି ଭାରତୀୟଙ୍କର। ଆମର ଜାତୀୟ ପରିଚୟ କେବେ ହେଲେ ବିଜେପିର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହାକୁ ଦଳ ନିଜ ଇଚ୍ଛାରେ ବଦଳାଇ ପାରିବ ନାହିଁ। ଯୋଡ଼ି ହେବ ଭାରତ, ଜିତିବ ଇଣ୍ଡିଆ।”

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe