Advertisment

ଜ୍ଞାନବ୍ୟାପୀକୁ ନେଇ ବଡ଼ କଥା କହି ଦେଲେ ଯୋଗୀ ଆଦିତ୍ୟନାଥ

ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ କରିବାକୁ ଥିବା ସର୍ଭେକୁ ଅଗଷ୍ଟ ୩ ଯାଏ ବନ୍ଦ ରଖିଛନ୍ତି। ବାରାଣସୀର ଗୋଟିଏ କୋର୍ଟ ଏହାର ସର୍ଭେ ପାଇଁ ଅନୁମତି ଦେଇଥିଲେ।

Yogi

Yogi

Advertisment

ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ଥିବା ବେଳେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜ୍ଞାନବ୍ୟାପୀ ମସଜିଦ ମାମଲାର ମୁସଲିମ ଆବେଦନକାରୀ ବିବାଦର ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଧରି ଆସନ୍ତୁ। ଏହା ଏକ ଐତିହାସିକ ଭୁଲ ହୋଇଥିବାରୁ ଏହାର ସାମାଧାନ ପାଇଁ ସେମାନେ ଆଗକୁ ଆସିବା ଦରକାର ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

Advertisment

ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ଏଏସ୍‌ଆଇ କରିବାକୁ ଥିବା ସର୍ଭେକୁ ଅଗଷ୍ଟ ୩ ଯାଏ ବନ୍ଦ ରଖିଛନ୍ତି। ବାରାଣସୀର ଗୋଟିଏ କୋର୍ଟ ଏହାର ସର୍ଭେ ପାଇଁ ଅନୁମତି ଦେଇଥିଲେ। ତେବେ ଅଗଷ୍ଟ ୩ରେ ହାଇକୋର୍ଟ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତେବେ ଏହାର ୩ ଦିନ ପରେ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିଛି। ସେ ପରୋକ୍ଷରେ ହିନ୍ଦୁ ପକ୍ଷ କରୁଥିବା ଦାବିକୁ ସମର୍ଥନ କରିଛନ୍ତି।

ଏଏନ୍‌ଆଇ ସହ ଆଲୋଚନା କରିବା ବେଳେ ମସଜିଦ ପରିସରରେ ତ୍ରିଶୁଳ କ’ଣ କରୁଛି ବୋଲି ଯୋଗୀ ଆଦିତ୍ୟନାଥ ପ୍ରଶ୍ନ କରିଛନ୍ତି। ଏଥିସହ ସରକାର ଏହି ଦୀର୍ଘ ବର୍ଷର ବିବାଦକୁ ସମାଧାନ କରିବା ମୁଡରେ ଅଛନ୍ତି। ତେଣୁ ମୁସଲିମ ଆବେଦନକାରୀ ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଧରି ଆସନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisment

ଆଦିତ୍ୟନାଥ କହିଛନ୍ତି, “ଯଦି ଆମେ ଏହାକୁ (ଜ୍ଞାନବ୍ୟାପୀ) ମସଜିଦ କହିବା, ତା’ହେଲେ ଗୋଟିଏ ବିବାଦ ସୃଷ୍ଟି ହେବ। ମସଜିଦ ପରିସରରେ ତ୍ରିଶୁଳ କେଉଁଠୁ ଆସିଲା? ଆମେ ଏହାକୁ ରଖି ନାହୁଁ। ସେଠାରେ ଜ୍ୟୋତିର୍ଲିଙ୍ଗ ଓ ଦେବଦେବୀଙ୍କ ପ୍ରତିକୃତି ରହିଛି। ମୁଁ ଭାବୁଛି ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ମୁସଲିମ ପକ୍ଷ ଗୋଟିଏ ପ୍ରସ୍ତାବ ନେଇ ଆସିବା ଦରକାର। ଏହି ଭୁଲର ସମାଧାନ ଆମେ ଚାହୁଁଛୁ।”

ଅଖିଲ ଭାରତ ହିନ୍ଦୁ ମହାସଭା ଜାତୀୟ ସଭାପତି ସ୍ୱାମୀ ଚକ୍ରପାଣି ମହାରାଜ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ କଥାରେ ସହମତ ହୋଇଛନ୍ତି। ଜ୍ଞାନବ୍ୟାପୀ ପ୍ରସଙ୍ଗରେ ମୁସଲିମ ପକ୍ଷ ଗୋଟିଏ ପ୍ରସ୍ତାବ ଧରି ଆଗକୁ ଆସିବା ଦରକାର। ଭାଇଚାରାର ମାର୍ଗ ଦେଖାଇବା ପାଇଁ ମୁସଲିମ ଆବେଦନକାରୀଙ୍କ ପାଖରେ ଗୋଟିଏ ଭଲ ସୁଯୋଗ ରହିଥିବା ସେ କହିଛନ୍ତି।

Gyanvapi Masjid CM Yogi Adityanath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe