Advertisment

କୁନି କୁନି ଛୁଆଙ୍କ ଖାଦ୍ୟ ଖାଇଦେଲେ ଅଙ୍ଗନବାଡ଼ି ଦିଦି!

କୁନିକୁନି ପିଲାମାନଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ, ସୁଜି ପିଲାଙ୍କୁ ଦିଆନଯାଇ ଅଙ୍ଗନବାଡ଼ି କର୍ମୀ ହଡ଼ପ କରୁଥିବାର ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Anganwadi

Anganwadi

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ହେରଫେର ଅଭିଯୋଗ। ଅଙ୍ଗନବାଡ଼ି କର୍ମୀ ଶିଶୁଙ୍କ ଖାଦ୍ୟ ହଡ଼ପ କରିଥିବା ଜଣାପଡ଼ିଛି। ଏନେଇ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ଅଭିଭାବକ। ଅନ୍ୟପଟେ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଙ୍ଗନବାଡ଼ି କର୍ମୀ।

Advertisment

ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକ ମହୁ ପଞ୍ଚାୟତର ବଜାରଦାଣ୍ଡି ଅଙ୍ଗନବାଡ଼ି କେନ୍ଦ୍ରରେ। ୫ମାସ ହେବ ଏହି କେନ୍ଦ୍ରରେ ପାଠ ପଢ଼ୁଥିବା କୁନିକୁନି ପିଲାମାନଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ, ସୁଜି ପିଲାଙ୍କୁ ଦିଆନଯାଇ ଅଙ୍ଗନବାଡ଼ି କର୍ମୀ ହଡ଼ପ କରୁଥିବାର ଅଭିଯୋଗ ହୋଇଛି। ଏନେଇ ଆଜି ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ଜିଲ୍ଲାପାଳଙ୍କ ନିକଟରେ ଲିଖିତଭାବେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ଅଭିଭାବକ ମାନେ।

ଆରତୀ ତ୍ରିପାଠୀ ଅଙ୍ଗନବାଡ଼ି କର୍ମୀ କହିଛନ୍ତି, ଯେତେବେଳେ ଅଣ୍ଡା ଛତୁଆ ଆସେ ମୁଁ ସଙ୍ଗେ ସଙ୍ଗେ ଦେଇଦିଏ। କୌଣସି ଦିନ ମୁଁ ବନ୍ଦ କରିନି। ଆଗରୁ ଅଣ୍ଡା ୬ଟଙ୍କା ୫୦ପଇସାରେ କିଣୁଥିଲି ପିଲା ମାନଙ୍କୁ ୧୦ଟା ଲେଖାଏ ଦେଉଥିଲି। ଏବେ ଅଣ୍ଡା ୮ଟଙ୍କା ହୋଥିବାରୁ ମୁଁ ୮ ଲେଖାଏ ଦେଉଛି। 

Advertisment

ସେବତୀ ତ୍ରିପାଠୀ ଗ୍ରାମବାସୀ କହିଛନ୍ତି, ଯେତେବେଳେ ଅଙ୍ଗନବାଡ଼ିକୁ ଯିବୁ ପିଲାମାନେ ବସିକି ମାଡ଼ଗୋଳ ଲାଗୁଥିବେ ପାଠ ପଢୁନଥିବେ। ଆଉ ଦିଦି ମୋବାଇଲରେ ଗପୁଥିବେ। ଚାରି ମାସ ହେଲା ଅଙ୍ଗନବାଡ଼ିରେ ରୋଷେଇ ହେଉନାହିଁ। ଆଉ ଥରେ ରୋଷେଇ କରି ଆଣିଥିଲେ ମୋ ନାତି ଖାଇଥିଲା। ସେଖାଦ୍ୟରୁ ପୋକ ବାହାରିଥିଲା। 

ରିପୋର୍ଟ- ଆଳିରୁ ବନମାଳୀ ସାହୁ

Anganwadi Workers Anganwadi Didi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe