ଏବେ ଚର୍ଚ୍ଚାରେ କିଏ ସେ କଟକର ମନ୍ତ୍ରୀ ମହୋଦୟ ? | Odisha Reporter
ପୁଳାପୁଳା ଟଙ୍କା ବାହାରିବା ପରେ ଜେଲ ଯାଇଥିବା ଥାନା ବାବୁଙ୍କ ଲିଙ୍କରେ କିଏ ? ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀଙ୍କ ମୁଣ୍ଡରେ ରହିଛି କାହାର ହାତ ? ଡିଆଇଜି ଓ ଏସପିଙ୍କୁ ମନ୍ତ୍ରୀ ବାରମ୍ବାର ଚାପ ପକାଇ କରାଇଥିଲେ ପୋଷ୍ଟିଂ । ତାରା କହିଲେ, ଦୁର୍ନୀତିରେ ଲିପ୍ତ ଥିବା ଯୋଗୁଁ ଥାନାରେ ପୋଷ୍ଟିଂ କରୁନଥିଲେ ଏସପି । ବିଜେପି ପଚାରିଲା ପ୍ରଶ୍ନ, କଟକ ଜିଲ୍ଲାର କେଉଁ ମନ୍ତ୍ରୀଙ୍କ ଲିଙ୍କ ରହିଛି ସୁଶାନ୍ତଙ୍କ ସହ ? ତେବେ ବିଜେଡି କହିଛି, ବିରୋଧୀ ଦଳକୁ ବିଧାୟକ ଓ ମନ୍ତ୍ରୀ ଛଡା କିଛି ଦିଶେନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
