Advertisment

ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି, ତୋଷଖାନା ମାମଲାରେ ଦଣ୍ଡାଦେଶ ଖାରଜ

ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି। ତୋଷଖାନା ମାମଲାରେ ଟ୍ରାଏଲ୍ କୋର୍ଟଙ୍କ ଦଣ୍ଡାଦେଶକୁ ଖାରଜ କଲେ ଇସଲାମାବାଦ ହାଇକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Imran Khan

Imran Khan

ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି। ତୋଷଖାନା ମାମଲାରେ ଟ୍ରାଏଲ୍ କୋର୍ଟଙ୍କ ଦଣ୍ଡାଦେଶକୁ ଖାରଜ କରି ଦେଇଛନ୍ତି ଇସଲାମାବାଦ ହାଇକୋର୍ଟ। ଚଳିତ ମାସ ୫ ତାରିଖରେ ଏହି ମାମଲାରେ ଇମ୍ରାନଙ୍କୁ ତିନି ବର୍ଷ ଜେଲଦଣ୍ଡ ସହ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଥିଲେ ଅଦାଲତ। 

Advertisment

ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇମ୍ରାନ। ଗତକାଲି ଆବେଦନ ଉପରେ ଇସଲାମାବାଦ ହାଇକୋର୍ଟ ପ୍ରଧାନ ବିଚାରପତି ଆମିର ଫାରୁକଙ୍କ ସମେତ ଜଷ୍ଟିସ ତାରିକ ମେହମୁଦ ଜାହାଙ୍ଗିରଙ୍କୁ ନେଇ ଗଠିତ ଏକ ଖଣ୍ଡପିଠ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି। ରାୟ ଅନୁସାରେ ଇମ୍ରାନଙ୍କ ଦେଣ୍ଡାଦେଶକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। 

ଏହି ଆଦେଶ ପରେ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ନେଇ ଯେଉଁ କଟକଣା ଲାଗିଥିଲା ତାହା ହଟିଯାଇଛି। ଏଥିସହ ସେ ଜେଲରୁ ମଧ୍ୟ ମୁକୁଳିବେ। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ଏକ ହ୍ୱାଟସ୍ ଆପ୍ ମେସେଜ୍ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ରାୟର ନକଲ ଖୁବ୍ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି ଜଷ୍ଟିସ୍ ଫାରୁକ୍। 

Advertisment

ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନକୁ ମିଳିଥିବା ଉପହାରକୁ ଇମ୍ରାନ୍ ହଡପ୍ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ, ଇମ୍ରାନ ପାଖାପାଖି ୧୪ କୋଟି ଟଙ୍କା ହଡପ୍ କରିଛନ୍ତି। ଏହି ମାମଲାରେ ଅଗଷ୍ଟ ୫ରେ ଏକ ଟ୍ରାଏଲ୍ କୋର୍ଟ ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ବର୍ଷ ନିର୍ବାଚନ ଲଢିବା ଉପରେ କଟକଣା ଲଗାଇଥିଲା। ଏହି ନିର୍ଦ୍ଦେଶ ପରେ ଇମ୍ରାନଙ୍କୁ ଗିରଫ କରିଥିଲା ପୁଲିସ। ବର୍ତ୍ତମାନ ତାଙ୍କୁ ବେଲ୍ ମିଳିବା ସହ ଦଣ୍ଡାଦେଶ ହଟିଯାଇଛି। 

Pakistan News Toshakhana Corruption Imran Khan's Conviction