Advertisment

ADR ରିପୋର୍ଟ; ଗୋଟିଏ ବର୍ଷରେ ବିଜେପିକୁ ଦାନରେ ମିଳିଛି ୨୫୦ କୋଟି ଟଙ୍କା

ଏହି କ୍ରମରେ କଂଗ୍ରେସକୁ ପଛରେ ପକାଇ ଏକ ଆଞ୍ଚଳିକ ଦଳ ଦ୍ୱିତୀୟରେ ରହିଛି।

undefined

BJP Flag

Advertisment

ଜାତୀୟ ଦଳ ହେଉ କିମ୍ବା କୌଣସି ଆଞ୍ଚଳିକ ଦଳ, ସମସ୍ତ ରାଜନୈତିକ ଦଳ ଲୋକଙ୍କଠାରୁ ପ୍ରାପ୍ତ ଅନୁଦାନ ମାଧ୍ୟମରେ ଦଳ ଚଳାନ୍ତି। ଦଳ ଚଳାଇବା ପାଇଁ ପ୍ରତ୍ୟେକ ଦଳକୁ ଲୋକଙ୍କଠାରୁ ଦାନ ମିଳିଥାଏ। ଆଉ ଏହି ଦାନ ଟଙ୍କା ପାଇବାରେ ଆଗରେ ରହିଛି ବିଜେପି। ନିକଟରେ ପ୍ରକାଶ ଏକ ରିପୋର୍ଟ ଅନୁସାରେ, ବିଜେପିକୁ ଦାନ ଆକାରରେ ସବୁଠୁ ଅଧିକ ଟଙ୍କା ମିଳିଛି। 

Advertisment

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR) ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଗୋଟିଏ ବର୍ଷ(୨୦୨୨-୨୩)ରେ ବିଜେପିକୁ ୨୫୦ କୋଟିରୁ ଅଧିକ ଦାନ ଟଙ୍କା ମିଳିଛ, ଯାହା ସମସ୍ତ ଦଳ ପାଇଥିବା ଦାନ ଟଙ୍କାର ୭୦ ପ୍ରତିଶତ। ଏହି କ୍ରମରେ କଂଗ୍ରେସକୁ ପଛରେ ପକାଇ ଏକ ଆଞ୍ଚଳିକ ଦଳ ଦ୍ୱିତୀୟରେ ରହିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରାୟ ୨୫ ପ୍ରତିଶତ ଦାନ ପାଇଛି।

କେଉଁ ଦଳକୁ କେତେ ଦାନ ମିଳିଛି?
ADR ରିପୋର୍ଟ ଅନୁଯାୟୀ, ନିର୍ବାଚନୀ ଟ୍ରଷ୍ଟରୁ ସମସ୍ତ ରାଜନୈତିକ ଦଳ ଗ୍ରହଣ କରିଥିବା ମୋଟ ଦାନରୁ କେବଳ ବିଜେପିକୁ ମିଳିଛ ୨୫୯.୦୮ କୋଟି ଟଙ୍କା। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା BRSକୁ ମିଳିଛି ୯୦ କୋଟି ଟଙ୍କା, ଯାହା ମୋଟ ଦାନର ୨୪.୫୬ ପ୍ରତିଶତ। ଅନ୍ୟ ତିନୋଟି ରାଜନୈତିକ ଦଳ ମଧ୍ୟରେ YSR କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସକୁ ମିଳିତ ଭାବେ ୧୭.୪୦ କୋଟି ଟଙ୍କା ମିଳିଛି।

Advertisment

ADR ରିପୋର୍ଟ ଅନୁସାରେ, ୩୯ ଟି କର୍ପୋରେଟ୍ ଏବଂ ବିଜନେସ୍ ହାଉସ୍ ନିର୍ବାଚନ ଟ୍ରଷ୍ଟକୁ ୩୬୩ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି। ଏକ କମ୍ପାନୀ ସମାଜ ଇଲେକ୍ଟୋରାଲ ଟ୍ରଷ୍ଟକୁ ୨ କୋଟି ଟଙ୍କା ଦେଇଛି। ସେହିପରି ଦୁଇଟି କମ୍ପାନୀ ପରିବର୍ତ୍ତନ ଇଲେକ୍ଟୋରାଲ୍ ଟ୍ରଷ୍ଟକୁ ୭୫.୫୦ ଲକ୍ଷ ଟଙ୍କା ଯୋଗଦାନ କରିଥିବା ବେଳେ ଅନ୍ୟ ଦୁଇଟି କମ୍ପାନୀ ଟ୍ରାଇମ୍ଫ ଇଲେକ୍ଟୋରାଲ ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି।

Bjp ADR Electoral Trusts
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe