Advertisment

ଶରଦ ପାୱାରଙ୍କ ବଡ଼ ବୟାନ: ୪ରୁ ୬ ମାସ ଭିତରେ ଆମେ ବଦଳାଇ ପାରିବା ମହାରାଷ୍ଟ୍ର ସରକାର

ଆସନ୍ତା ୪ରୁ ୬ ମାସ ମଧ୍ୟରେ ମହାରାଷ୍ଟ୍ରରେ ଲୋକମାନେ ଚାହିଁଲେ ସରକାର ବଦଳାଇ ପାରିବା ବୋଲି ସେ କହିଛନ୍ତି।

author-image
Hemant Lenka
Sharad Pawar

Sharad Pawar

ଏନସିପି(ଏସ୍‌ସିପି) ମୁଖ୍ୟ ଶରଦ ପାୱାର ବଡ଼ ବୟାନ ଦେଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ-ଏନସିପି(ଏସ୍‌ସିପି) ଓ ଶିବସେନା(ଉଦ୍ଧବ ଠାକରେ) ମିଳିତ ଭାବେ ମହାରାଷ୍ଟ୍ରରେ ଭଲ ପ୍ରଦର୍ଶନ କରିଥିଲେ।

Advertisment

ଏହି ପ୍ରଦର୍ଶନରେ ଉତ୍ସାହିତ ହୋଇ ପଡ଼ିଥିବା ଶରଦ ପାୱାର ଏବେ ବଡ଼ କଥା କହିଛନ୍ତି। ଆସନ୍ତା ୪ରୁ ୬ ମାସ ମଧ୍ୟରେ ମହାରାଷ୍ଟ୍ରରେ ଲୋକମାନେ ଚାହିଁଲେ ସରକାର ବଦଳାଇ ପାରିବା ବୋଲି ସେ କହିଛନ୍ତି।

ବର୍ତ୍ତମାନ ଶରଦ ପାୱାର ବାରାମତୀକୁ ମରୁଡ଼ି ସମସ୍ୟାର ସମୀକ୍ଷା କରିବାକୁ ଯାଇଛନ୍ତି। ଏହି ସମୟରେ ସେ ଗୋଟିଏ ଗାଁରେ ପହଞ୍ଚିଥିଲେ। ସେଠାରେ ସେ ଲୋକମାନଙ୍କୁ କହିଛନ୍ତି ଯେ ସମ୍ଭବତଃ ଅକ୍ଟୋବର ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହା ବିକାଶ ଅଘାଡ଼ି ଦଳ ବିଜୟୀ ହେବାକୁ ଚାହୁଁଛି। ବର୍ତ୍ତମାନ କ୍ଷମତାରେ ଥିବା ମାହାୟୁତି ସରକାର ଉପରେ ମଧ୍ୟ ଶରଦ ପାୱାର ବର୍ଷିଛନ୍ତି। ଏହି ସରକାର ଲୋକଙ୍କୁ କୌଣସି ପ୍ରକାରର ସହାୟତା କରୁ ନାହିଁ। ବିଶେଷ କରି ଚାଷୀମାନେ ଜଳାଭାବର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।

Advertisment

ଶରଦ ପାୱାର କହିଛନ୍ତି ଯେ “କ୍ଷମତାରେ ଥିବା ଲୋକମାନେ ସେମାନଙ୍କୁ ଭୋଟ ଦେଇଥିବା ସାଧାରଣ ଜନତାଙ୍କ ପାଇଁ କାମ କରିବା ଦରକାର। କିନ୍ତୁ ଦୁଃଖର ବିଷୟ ହେଉଛି ଏବେ କ୍ଷମତାର ଥିବା ଲୋକମାନେ ସାଧାରଣ ଜନତାଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେଉ ନାହାନ୍ତି।

ଆମେ ଯେଉଁ ପର୍ଯ୍ୟନ୍ତ ସରକାର ବଦଳାଇ ନାହାନ୍ତି, ସେଯାଏ ଲୋକାଭିମୁଖୀ ନୀତି ପ୍ରଣୟନ ହୋଇପାରିବ ନାହିଁ। ମୁଁ ଆପଣମାନଙ୍କ ଠାରୁ ପରିବର୍ତ୍ତନ ପାଇଁ ୪ରୁ ୬ ମାସ ସମୟ ମାଗୁଛି। ଆମେ ବିଧାନସଭା ନିର୍ବାଚନ ଜିତିବାକୁ ଚାହୁଁଛୁ। ଏହାଦ୍ୱାରା ଆମେ ଆମର ସରକାର ଗଠନ କରିବୁ ଓ ଏହି ସରକାର ସାଧାରଣ ଲୋକଙ୍କୁ ସହାୟତା କରିବ।

ଚାଷୀମାନେ ଦୁଗ୍ଧ ଉତ୍ପାଦନରୁ ଭଲ ଟଙ୍କା ପାଇପାରିବେ। କିନ୍ତୁ ରାଜ୍ୟ ସରକାର ଉପଯୁକ୍ତ ଟଙ୍କା ପ୍ରଦାନ କରିବାରେ ବିଫଳ। ଆମେ ଏଥିପାଇଁ ସରକାରଙ୍କ ଉପରେ ଚାପ ପକାଇବା ଉଚିତ। ମୁଁ ବିକ୍ଷୋଭ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ। ସମସ୍ତ ଚାଷୀ ମୋ ସହ ଆନ୍ଦୋଳନକୁ ଓହ୍ଲାଇ ପାରିବେ।”

Sharad Pawar NCP