ମୁଖ୍ୟମନ୍ତ୍ରୀ ଠକିଦେଲେ: ସୁଚିନ୍ତିତ ଢଙ୍ଗରେ ପଦମପୁରବାସୀଙ୍କୁ ଭଣ୍ଡେଇଲେ ସରକାର

ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି

 Chief Minister

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Friday, 22 December 2023
  • Updated: 22 December 2023, 10:05 PM IST

Sports

Latest News

ବରଗଡ଼ ଜିଲ୍ଲାର ପଦମପୁର ବର୍ଷକ ମଧ୍ୟରେ ନୂଆ ଜିଲ୍ଲାର ମାନ୍ୟତା ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଛି । ହାଇକୋର୍ଟଙ୍କ ଆଳ ଦେଖାଇ ଏବେ ପଦମପୁରବାସୀଙ୍କୁ ପୁଣିଥରେ ଠକିବାର ଆଉ ଗୋଟିଏ ବାହାନା ମଧ୍ୟ ରାଜ୍ୟ ସରକାରଙ୍କୁ ମିଳିଯାଇଛି । ତେବେ ନୂଆ ଜିଲ୍ଲା ଗଠନ ପାଇଁ ଗତ ବର୍ଷକ ମଧ୍ୟରେ ସାମାନ୍ୟତମ ପଦକ୍ଷେପ ସରକାର ନେଇନଥିବା ଓ ଆନ୍ତରିକତା ଦେଖାଇନଥିବା ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ଭାଗରେ ନୂଆ ଜିଲ୍ଲା ଗଠନ ପାଇଁ ଦାବିକୁ ଦେଖି ରାଜ୍ୟ ସରକାର ପ୍ରଥମରୁ ହିଁ ବ୍ୟାକଫୁଟରେ ରହିଥିଲେ । ପଦମପୁର ଉପନିର୍ବାଚନରେ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୨ ଡିସେମ୍ବର ୨ତାରିଖରେ ନୂଆ ଜିଲ୍ଲା(ପଦମପୁରକୁ) ଗଠନ ନେଇ ବର୍ଷକ ମଧ୍ୟରେ ପ୍ରକ୍ରିୟା ଶେଷ ହେବ ବୋଲି ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ସଦୃଶ ହୋଇଛି । ଏପରିକି ନୂଆ ଜିଲ୍ଲା ଗଠନକୁ ନେଇ ହାଇକୋର୍ଟଙ୍କ ରାୟ ଆସିବାର ୨୪ଘଣ୍ଟା ପୂର୍ବରୁ ବି ପଦମପୁରବାସୀଙ୍କୁ ଭଣ୍ଡେଇବାକୁ ସୁଚିନ୍ତିତ ଉପାୟ ହୋଇଥିଲା । ବରଗଡ଼ ଜିଲ୍ଲାର ଦୁଇ ବିଧାୟକ ସୁଶାନ୍ତ ସିଂ ଓ ବର୍ଷାସିଂ ବରିହା ଏକ ସାର୍ବଜନୀନ ସଭାରେ ପଦମପୁର ଜିଲ୍ଲା ଗଠନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏନେଇ ଫୋନ୍ କରି ସୂଚନା ଦେଇଛନ୍ତି ଓ ୩୦ତାରିଖରେ କ୍ୟାବିନେଟରେ ଏହି ନୂଆ ଜିଲ୍ଲା ଗଠନ ପ୍ରସ୍ତାବ ପାରିତ ହେବ ବୋଲି କହିଥିଲେ । ଏହି ଦୁଇ ବିଧାୟକଙ୍କ ଘୋଷଣା ସହ ପଦମପୁରବାସୀ ନୂଆ ଜିଲ୍ଲା ଖୁସିରେ ବାଣଫୁଟାଇ ଉତ୍ସବ ମନାଇଥିଲେ ।

Also Read

ମାତ୍ର ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଓ ଶାସକ ଦଳର ପ୍ରକୃତ ଆଭିମୁଖ୍ୟ ପଦାରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୨ ଡିସେମ୍ବର ୨ତାରିଖରେ ପଦମପୁରକୁ ବର୍ଷକ ମଧ୍ୟରେ ନୂଆ ଜିଲ୍ଲାର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିବା ପରେ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ରାଜସ୍ୱ ବିଭାଗରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ୨୦୨୩ ଜାନୁୟାରୀ ପ୍ରଥମ ସପ୍ତାହରେ ତତକାଳୀନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପଦମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଖୁବଶୀଘ୍ର ଏକ କ୍ୟାବିନେଟ୍ ସବକମିଟି ଗଠନ ହେବ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବର୍ଷକ ମଧ୍ୟରେ ବି ସେହି କମିଟି ଗଠନ ହୋଇପାରିଲା ନାହିଁ କିମ୍ବା କମିଟିର ରୂପରେଖ କ’ଣ ରହିବ ତାହା ଚୂଡ଼ାନ୍ତ ହେଲାନି । ଏପରିକି ପଦମପୁରବାସୀଙ୍କୁ ଧନ୍ୟବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ଫେବୃୟାରୀ ମାସରେ ଗସ୍ତ କରିବାବେଳେ ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିବା କଥା ଦୋହରାଇôଥଲେ । ଏହାସତ୍ତ୍ୱେ ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା । କେବଳ ଲୋକଦେଖାଣିଆ ଭାବେ ଗତ ମାସରେ ଉତ୍ତରାଂଚଳ ଆରଡିସିଙ୍କୁ ପଦମପୁର ପଠାଇ ଜିଲ୍ଲା ମୁଖ୍ୟାଳୟ କେଉଁଠି ହେବ ତାହା ଚିହ୍ନଟ ପ୍ରକ୍ରିୟାକୁ ବେଶ୍ ଜୋରସୋରରେ ପ୍ରଚାରପ୍ରସାର କରାଗଲା ।
ଏପଟେ ହାଇକୋର୍ଟରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତିଙ୍କ ଦ୍ୱାରା ଦାଏର ମାମଲାର ଶୁଣାଣି କରି ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଅଙ୍କୁଶ ଲଗାଇଛନ୍ତି । ହାଇକୋର୍ଟଙ୍କ ବିନା ଅନୁମତିରେ ନୂଆ ଜିଲ୍ଲା ଗଠନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଚାହିଁଲେ ଏ ଦିଗରେ ପ୍ରକ୍ରିୟା କରିପାରନ୍ତି ମାତ୍ର ଜିଲ୍ଲା ଘୋଷଣା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

କୌଣସି ନୀତି ନିର୍ଦ୍ଧାରଣ ନକରି ବିନା ଗାଇଡଲାଇନରେ ସରକାର ମନଇଚ୍ଛା ଜିଲ୍ଲା ଗଠନ କରିପାରିବେ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ମତ ଦେଲେ । ‘ମାଛକୁ ଗୋଳିଆ ପାଣି ସୁହାଇଲା ଭଳି’ ରାଜ୍ୟ ସରକାରଙ୍କୁ ଏବେ ହାଇକୋର୍ଟଙ୍କ ରାୟ ସୁହାଇଛି । ନିର୍ବାଚନୀ ବର୍ଷରେ ସରକାର ନୂଆ ଜିଲ୍ଲା ଗଠନ ସଂକ୍ରାନ୍ତରେ ନିଜର ପକ୍ଷକୁ ଜୋରଦାର ଢଙ୍ଗରେ କୋର୍ଟରେ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି । ଯଦିଓ କୋର୍ଟରେ ଆଡଭୋକେଟ୍ ଜେନେରାଲ ଏକେ ପରିଜା ଓ ସରକାରୀ ଓକିଲ ଡିକେ ମହାନ୍ତି ସରକାରଙ୍କ ପକ୍ଷରୁ ହାଜର ହୋଇ ପକ୍ଷ ରଖିଥିଲେ । କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୀତ ଛୁଟି ପରେ ନିର୍ଦ୍ଧାରଣ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୧୫ରୁ ଅଧିକ ସ୍ଥାନରେ ଏବେ ନୂଆ ଜିଲ୍ଲା ଗଠନ ଦାବି ଜୋର ଧରିଛି । ନିର୍ବାଚନୀ ବର୍ଷରେ ଏହା ନବୀନ ପଟ୍ଟନାୟକ ସରକାର ପାଇଁ ମୁଣ୍ଡବ୍ୟଥା ପାଲଟିଥାନ୍ତା । ହାଇକୋର୍ଟଙ୍କ ରାୟ ହିଁ ଏବେ ସରକାରଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଜିଲ୍ଲା ଗଠନ ପ୍ରସଙ୍ଗକୁ ନେଇ ବିରୋଧୀ ଏବେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି । ଜନସ୍ୱାର୍ଥ ମାମଲାଟି ସରକାରୀ ଦଳର ପ୍ରାୟୋଜିତ ଥିଲା । ତା’ର ନିର୍ଦ୍ଦେଶକ ରାଜ୍ୟ ଆଡଭୋକେଟ୍ ଜେନେରାଲ ଥିଲେ । ଯିଏକି ବିଜୁ ଜନତ ଦଳର ଆଶାବାଡ଼ି ଭଳି କାମ କରୁଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବର୍ଷେ ତଳେ ମୁଖ୍ୟମନ୍ତ୍ରୀ ନୂଆ ଜିଲ୍ଲା ଗଠନ ଘୋଷଣା କରିଥିଲେ । ଜିଲ୍ଲା ଗଠନ ତ ଦୂରର କଥା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିପାରିଲେ ନାହିଁ । ରାଜନୀତିକ ଚାଲ୍ ଖେଳିଲେ, ଏବେ ଲୋକଙ୍କୁ କହିବେ କୋର୍ଟ ରୋକ୍ ଲଗାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଜିଲ୍ଲା କରିବା ପାଇଁ ସରକାର ଚାହୁଁନାହାନ୍ତି । ମିଛ କହି କିଭଳି ଭୋଟ୍ ନିଆଯାଏ ତାହା ପ୍ରମାଣିତ ହୋଇଛି ।
ଏପଟେ ବିଜେଡି ଆଗାମୀ ନିର୍ବାଚନରେ ପଦମପୁରବାସୀଙ୍କୁ କ’ଣ ଶାନ୍ତ୍ୱନା ଦେଇ ଭୋଟ୍ ମାଗିବେ ତାକୁ ନେଇ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story