Advertisment

୨୫ବର୍ଷରେ ପ୍ରଥମ ଥର; ଆମେଠି ନିର୍ବାଚନରେ ନାହାଁନ୍ତି ଗାନ୍ଧି ପରିବାର

୧୯୯୮ ପରେ ପ୍ରଥମ କରି ଆମେଠି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି ଗାନ୍ଧି ପରିବାର...

ଅଦ୍ୟତନ ହୋଇଛି
Sonia Gandhi & Rahul Gandhi

Sonia Gandhi & Rahul Gandhi

Advertisment

ବହୁ ପରୀକ୍ଷା-ନିରୀକ୍ଷା ପରେ ଶେଷରେ ଆମେଠି ଓ ରାଏବରେଲୀ ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। ଅନ୍ତିମ ପର୍ଯାୟରେ ଆମେଠି ପାଇଁ କେଏଲ ଶର୍ମା ଓ ରାଏବରେଲୀରୁ ରାହୁଲ ଗାନ୍ଧିଙ୍କୁ ଟିକେଟ୍ ଦେଇଛି ଦଳ। ଏହି ଟିକେଟ୍ ଘୋଷଣା ସହ କଂଗ୍ରେସ ୨୫ ବର୍ଷ ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆଣିଛି।

Advertisment

୧୯୯୮ ଅର୍ଥାତ୍ ୨୫ ବର୍ଷ ପରେ ଆମେଠି ଆସନରୁ ଗାନ୍ଧି ପରିବାର ନିର୍ବାଚନ ଲଢୁନାହାନ୍ତି। ୧୯୯୯ରେ ସୋନିଆ ଗାନ୍ଧି କଂଗ୍ରେସରୁ ଆମେଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ସଞ୍ଜୟ ସିଂହଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ସାଂସଦ ହୋଇଥିଲେ। ଏହାପରେ ପୁଅକୁ ଛାଡିଥିଲେ ମୈଦାନ। 

୨୦୦୪ରେ ୧୪ତମ ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧି ପ୍ରଥମ ଥର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ବିଏସପି ପ୍ରାର୍ଥୀ ଚନ୍ଦ୍ରପ୍ରକାଶ ମିଶ୍ରାଙ୍କୁ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ରାହୁଲ ଗାନ୍ଧି ଆମେଠି ଆସନରୁ ବିଜୟୀ ହୋଇଥିଲେ।

Advertisment

୨୦୧୪ରେ ରାହୁଲ ଗାନ୍ଧି ପୁଣି କ୍ରମାଗତ ତୃତୀୟ ଥର ପାଇଁ ଏହି ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହି ବର୍ଷ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏକ ଲକ୍ଷ ଭୋଟ ବ୍ୟବଧାନରେ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ ରାହୁଲ ଗାନ୍ଧି। ଏହା ପରେ ଆମେଠିରେ ବଦଳି ଯାଇଥିଲା କଂଗ୍ରେସର ଭାଗ୍ୟ। ୨୦୧୪ର ବଦଲା ୨୦୧୯ରେ ନେଇଥିଲେ ସ୍ମୃତି ଇରାନୀ।

କଂଗ୍ରେସର ଏହି ଗଡ଼ରୁ ରାହୁଲ ଗାନ୍ଧିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜେପି ପକ୍ଷରୁ ବିଜୟୀ ହୋଇଥିଲେ ସ୍ମୃତି ଇରାନୀ। ଆଏ ଏବେ ଅର୍ଥାକ୍ ୨୦୨୪ରେ ନିଜର ସମୀକରଣ ବଦଳାଇ ଦେଇଛି କଂଗ୍ରେସ। ପ୍ରଥମ କରି ୨୫ ବର୍ଷ ମଧ୍ୟରେ ଦଳ ଗାନ୍ଧି ପରିବାରର କୌଣସି ଚେହେରାଙ୍କୁ ଆମେଠି ଆସନରୁ ପ୍ରାର୍ଥୀ କରିନାହିଁ।

ଏଥର କେଏଲ ବା କିଶୋର ଲାଲ ଶର୍ମାଙ୍କୁ କଂଗ୍ରେସ ଆମେଠି ପାଇଁ ବାଛିଛି। କିଶୋର ଲାଲ ଗାନ୍ଧି ପରିବାରର ଖୁବ୍ ଘନିଷ୍ଠ ବୋଲି କୁହାଯାଉଛି। ସେ ରାଜୀବ ଗାନ୍ଧିଙ୍କ ଖୁବ୍ ନିକଟତର ଥିଲେ। ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ଓ ଗାନ୍ଧି ପରିବାର ସହ ଜଡ଼ିତ ଅଛନ୍ତି କିଶୋର ଲାଲ।   

Congress Lok Sabha Polls Amethi Gandhi Family
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe