Advertisment

ତେଲେଙ୍ଗାନା ବିଆରଏସକୁ ବଡ ଝଟକା, ଦଳ ଛାଡିଲେ ଦୁଇ ପୁରୁଖା ନେତା

ଜଣେ ବିଧାନ ପରିଷଦ ସଦସ୍ୟ ଏବଂ ଜଣେ ବିଧାନସଭା ସଦସ୍ୟ ଦଳ ଛାଡିଛନ୍ତି।

author-image
Debibandita Barick
Telengana CM KCR

Telengana CM KCR

ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଶାସକ ବିଆରଏସ(ଭାରତୀୟ ରାଷ୍ଟ୍ରୀୟ ସମିତି)କୁ ଝଟକା। ଦଳ ଛାଡିଲେ ଦୁଇ ବରିଷ୍ଠ ନେତା। ଜଣେ ବିଧାନ ପରିଷଦ ସଦସ୍ୟ ଏବଂ ଜଣେ ବିଧାନସଭା ସଦସ୍ୟ ଦଳ ଛାଡିଛନ୍ତି।

Advertisment

ଖାନପୁରର ବିଧାୟକ ଅଜମିରା ରେଖା ଇସ୍ତଫା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏମଏଲସି(ବିଧାନ ପରିଷଦ ସଦସ୍ୟ) କାସିରେଡ୍ଡି ନାରାୟଣ ରେଡ୍ଡି ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଏଥର ଅଜମିରା ରେଖାଙ୍କୁ ଟିକେଟ୍ ଦେଇନଥିଲା ଦଳ। ଏଥିପାଇଁ ସେ ଅସନ୍ତୁଷ୍ଟ ଥିଲେ, ବର୍ତ୍ତମାନ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, "ମୁଁ ଗତ 12 ବର୍ଷ ଧରି ଏହି ପାର୍ଟିର ସେବା କରିଥିଲି। ଯାହା ସେବା କରିଛି ଲୋକଙ୍କୁ ଜଣାଇବି। ମୁଁ ମୋର ଶକ୍ତି ପ୍ରଦର୍ଶନ କରିବି। ଦଳ ପ୍ରତି ମୁଁ ବିଶ୍ୱାସଘାତକତା କରି ନାହିଁ, ବରଂ ଦଳ ମୋ ପ୍ରତି ବିଶ୍ୱାସଘାତକତା କରିଛି।"

Advertisment

"ମୁଁ ଦଳରୁ ଇସ୍ତଫା ଦେଉଛି" ବୋଲି ଛଳଛଳ ଆଖିରେ କହିଛନ୍ତି ଅଜମିରା। ଏଥିସହ ଆଗାମୀ ନିର୍ବାଚନରେ ନିର୍ବାଚନମଣ୍ଡଳୀରୁ ବିଦ୍ରୋହୀ ପ୍ରାର୍ଥୀ କିମ୍ବା ଅନ୍ୟ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ସେପଟେ କଂଗ୍ରେସରେ ଯୋଗଦେବା ପରେ ଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କାସିରେଡ୍ଡି ନାରାୟଣ ରେଡ୍ଡୀ କହିଛନ୍ତି ଯେ, ଯଦିଓ  MLC ଭାବେ ତାଙ୍କ କାର୍ଯ୍ୟକାଳର ଚାରି ବର୍ଷ ବାକି ଅଛି, ତଥାପି ସେ ମଲ୍ଲିକାର୍ଜୁନ ଖଡଗେ ଏବଂ ପିସିସି ସଭାପତି ରେବନାଥ ରେଡ୍ଡୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ନାଗରକର୍ନୁଲ ଜିଲ୍ଲାର ଅନ୍ୟାନ୍ୟ ନେତା ମଧ୍ୟ କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି।

କାସିରେଡ୍ଡି ନାରାୟଣ ରେଡ୍ଡୀ କହିଛନ୍ତି, ତାଙ୍କ ସମର୍ଥକ ଏବଂ ଅନୁଗାମୀମାନେ ତାଙ୍କୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। ଯଦି କଂଗ୍ରେସ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦିଏ, ତେବେ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି।

Politics Brs Assembly Election Telangana Polls