/odisha-reporter/media/post_attachments/uploadimage/library/16_9/16_9_0/IMAGE_1709453421.jpg)
Pragya Thakur, Ramesh Bidhuri and Parvesh Sahib Singh Verma
ଲୋକସଭା ନିର୍ବାଚନକୁ ନେଇ ବିଜେପି ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏହି ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଟ୍ ସ୍ପିଚ୍ ଦେଉଥିବା ନେତାଙ୍କ ଟିକେଟ୍ କାଟିଛି ବିଜେପି। କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନ ପାଇଁ ବିଜେପି ୩୪ ସାଂସଦଙ୍କୁ ମଧ୍ୟ ଟିକେଟ୍ ଦେଇ ନାହିଁ। ଏଥିରେ ବିଶେଷ ରୂପେ ସେହି ସାଂସଦମାନେ ସାମିଲ ଅଛନ୍ତି ଯେଉଁମାନେ ନିଜ କାର୍ଯ୍ୟକାଳ ସମୟରେ ହେଟ୍ସ୍ପିଚ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ।
ବିଜେପି ନିଜ ପ୍ରଥମ ତାଲିକାରେ ଯେଉଁ ପ୍ରମୁଖ ସାଂସଦଙ୍କ ଟିକେଟ୍ କାଟିଛି ସେଥିରେ ପ୍ରଜ୍ଞା ଠାକୁର, ରମେଶ ବିଧୁରୀ ଓ ପ୍ରବେଶ ବର୍ମା ମୁଖ୍ୟ ରୂପେ ସାମିଲ ଅଛନ୍ତି। ଏହି ତିନି ନେତା ସଂସଦ ଭିତରେ ଓ ବାହାରେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ଏମାନଙ୍କୁ ଏବେ ଆଉ ବିଜେପି ଟିକେଟ ଦେଇ ନାହିଁ। ନିର୍ବାଚନ ପୂର୍ବରୁ ଦଳ କୌଣସି ପ୍ରକାରର ବିପଦ ଆଣିବାକୁ ଚାହୁଁନାହିଁ। କିମ୍ବା ବିରୋଧୀ ଦଳକୁ କୌଣସି ପ୍ରସଙ୍ଗ ଦେବାକୁ ଚାହୁଁନାହିଁ ବୋଲି ବିଜେପି ବାର୍ତ୍ତା ଦେଇଛି।
ଗତ ନିର୍ବାଚନରେ ​​ବିଜେପି ଆଲୋକ ଶର୍ମାଙ୍କ ସ୍ଥାନରେ ପ୍ରଜ୍ଞା ସିଂହ ଠାକୁରଙ୍କୁ ମୈଦାନକୁ ଓହ୍ଲାଇଥିଲା। ୨୦୦୮ ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞା ସିଂହ ଠାକୁରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ଯେତେବେଳେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା, ସେତେବେଳେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।
ସେହିପରି ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ଆଉ ଏକ ନାଁ ମଧ୍ୟ ଗାଏବ୍ ଅଛି, ଯାହାକୁ ନେଇ ସମସ୍ତେ ଚକିତ ଅଛନ୍ତି। ଦୁଇ ଥରର ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ସାହିବ ସିଂହ ବର୍ମାଙ୍କ ପୁଅ ପରବେଶ ବର୍ମାଙ୍କୁ ମଧ୍ୟ ଦଳ ଟିକେଟ୍ ଦେଇ ନାହିଁ। ପରବେଶ ବର୍ମାଙ୍କ ବିବାଦୀୟ ମନ୍ତବ୍ୟ ଓ ଭାଷଣକୁ ଧ୍ୟାନରେ ରଖି ଦଳ ତାଙ୍କୁ ଏଥର ମଇଦାନକୁ ଓହ୍ଲାଇବ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
