Advertisment

ସମାଧାନ ହେଲାନି ମୌଳିକ ସମସ୍ୟା; ଭୋଟ ବର୍ଜନ କଲେ ଲୋକେ

ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ମତଦାନ ଚାଲିଛି

Tension situation

Tension situation

Advertisment

ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ହେଲେ ମୌଳିକ ସୁବିଧା ସମାଧାନ କରିବା ପ୍ରତିବାଦରେ  ଗ୍ରାମବାସୀ ବୁଥ୍‌ ଆଗରେ ଧାରଣା ଦେଇଛନ୍ତି, ଭୋଟ ବର୍ଜନ କରିଛନ୍ତି। ଏପରି ସ୍ଥିତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ନଂ ବୁଥରେ ଦେଖିବାକୁ ମିଳିଛି। 

Advertisment

ଆଜି ସକାଳେ ହଜାର ହଜାର ଗ୍ରାମବାସୀ ବୁଥକୁ ଆସିଥିଲେ। ହେଲେ କେହି ଭୋଟ୍ ଦେବାକୁ ବୁଥ ଭିତରକୁ ଯାଇନଥିଲେ। ବୁଥ୍ ବାହାରେ ହଜାର ହଜାର ଗ୍ରାମବାସୀ ଧାରଣାରେ ବସିଥିଲେ। ଯେପର୍ଯ୍ୟନ୍ତ ମୌଳିକ ସମସ୍ୟାର ସମାଧାନ ହୋଇନି ଭୋଟ ଦେବେ ନାହିଁ ବୋଲି କହିଥିଲେ। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

ଜଣେ ବ୍ୟକ୍ତି କହିଛନ୍ତି, ପାନୀୟ ଜଳ ସମସ୍ୟା ,ରାସ୍ତାଘାଟ ଓ ଅନ୍ୟ ସମସ୍ୟା ନେଇ ନେତା ,ବିଧାୟକ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲୁ। ସମସ୍ତେ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କେହି କିଛି କରିନଥିଲେ। ଏହାରି ପ୍ରତିବାଦରେ ଭୋଟ୍ ବର୍ଜନ କରି ପ୍ରତିବାଦ କରୁଛୁ।

Advertisment

ସୂଚନାଯୋଗ୍ୟ, ଓଡ଼ିଶାରେ ଚାଲିଛି  ପ୍ରଥମ ପର୍ଯ୍ୟାୟ ଭୋଟ୍। ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ମତଦାନ ଚାଲିଛି। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ ।

Koraput Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe