Advertisment

ବାଚସ୍ପତି ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ଜଗନଙ୍କ ଦଳର ୪ ସାଂସଦ

ସାଧାରଣ ନିର୍ବାଚନରେ ବିଜେପିର ସହଯୋଗୀ ଟିଡିପି ସହ ୱାଇଏସ୍‌ଆର କଂଗ୍ରେସର ଜୋରଦାର ଲଢ଼େଇ ହୋଇଥିଲା। ଜଗନଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା।

Jagan Mohan Redd

Jagan Mohan Redd

Advertisment

ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସଂସଦରେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଦେବ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ। ଲୋକସଭାରେ ଦଳର ୪ ଜଣ ସାଂସଦ ଆସନ୍ତାକାଲି ହେବାକୁ ଥିବା ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ ବିର୍ଲାଙ୍କ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

Advertisment

ସାଧାରଣ ନିର୍ବାଚନରେ ବିଜେପିର ସହଯୋଗୀ ଟିଡିପି ସହ ୱାଇଏସ୍‌ଆର କଂଗ୍ରେସର ଜୋରଦାର ଲଢ଼େଇ ହୋଇଥିଲା। ଜଗନଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ୨୦୧୯ରେ ୨୫ରୁ ୨୨ଟି ଲୋକସଭା ଆସନ ଜିତିଥିବା ୱାଇଏସଆର କଂଗ୍ରେସ ଏଥର କେବଳ ୪ଟିରେ ସୀମିତ ରହିଛି।

ଟିଡିପି, ବିଜେପି ଓ ଜନସେନା ମିଳିତ ଭାବେ ୨୧ଟି ଲୋକସଭା ଆସନ ଜିତିଛନ୍ତି। ସେହିପରି ବିଧାନସଭାରେ ମଧ୍ୟ ଏହି ୩ ଦଳ ମିଳିତ ଭାବେ ଜଗନଙ୍କୁ ହଟାଇ ସରକାର ଗଠନ କରିଛନ୍ତି।

Advertisment

ତଥାପି ଜଗନଙ୍କ ଦଳ ଓମ ବିର୍ଲାଙ୍କୁ ସମର୍ଥନ କରିବ। ବିଜେପି ପାଖରେ ବାଚସ୍ପତି ପଦ ହାତେଇବାକୁ ଉପଯୁକ୍ତ ସଂଖ୍ୟା ରହିଛି।  ଏବେ ଜଗନଙ୍କ ସମର୍ଥନ ପରେ ଓମ ବିଲାଙ୍କ ସପକ୍ଷରେ ୨୯୭ ସାଂସଦଙ୍କ ସମଥଆନ ହୋଇଯାଇଛି। ବିଜେପି ଏକାକୀ ୨୪୦ ଆସନ ଜିତିଥିବା ବେଳେ ସହଯୋଗୀମାନେ ୫୩ଟି ଆସନ ରଖିଛନ୍ତି।

ପୂର୍ବରୁ ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟରେ ଜଗନଙ୍କ ଦଳ ବିଜେପିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍‌ କରାଇବାରେ ସହାୟତା କରିଥିଲା। ଧାରା ୩୭୦ ଓ ସିଏଏକୁ ଜଗନଙ୍କ ସମର୍ଥନରେ ବିଜେପି ରାଜ୍ୟସଭାରେ ଗୃହୀତ କରିବାକୁ ସକ୍ଷମ ହୋଇଥିଲା।

YS Jagan Mohan Reddy Lok Sabha Speaker Lok Sabha Jagan Mohan Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe