Advertisment

ରାଘବ ଚଢାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, "ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷମା ମାଗ..."

ନିଲମ୍ବନ ହଟାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସାଂସଦ ଚଢାଙ୍କୁ ପରାମର୍ଶ ଦେଇଛନ୍ତି ନ୍ୟାୟାଧୀଶ।

ଅଦ୍ୟତନ ହୋଇଛି
Raghav Chadha

Raghav Chadha

Advertisment

ଆପ୍ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ଉପରେ ବିଚାର କଲେ ସୁପ୍ରିମକୋର୍ଟ। ଏ ଉପରେ ବିଚାର କରି ସମାଧାନର ବାଟ ବତାଇଛନ୍ତି ସର୍ବୋଚ୍ଚ ଅଦାଲତ। ନିଲମ୍ବନ ହଟାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସାଂସଦ ଚଢାଙ୍କୁ ପରାମର୍ଶ ଦେଇଛନ୍ତି ନ୍ୟାୟାଧୀଶ। 

Advertisment

ଏଥିସହ କ୍ଷମା ପ୍ରାର୍ଥନାକୁ ମଧ୍ୟ ସହାନୁଭୂତି ସହ ବିଚାର କରିବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଆଜିର ଶୁଣାଣି ସମୟରେ ଚଢ଼ାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଆପ୍ ନେତା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ମଧ୍ୟ ଅଦାଲତଙ୍କ ଆଦେଶରେ ସହମତ ହୋଇଛନ୍ତି। ସେ କହିଛନ୍ତି, "ଚଢା କ୍ଷମା ମାଗିବା ଏକ ଉତ୍ତମ ବିକଳ୍ପ ହେବ।"

ସୂଚନା ଅନୁସାରେ, ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଅଗଷ୍ଟ 1ରେ ରାଜ୍ୟାସଭାରୁ ନିଲମ୍ବନ ହୋଇଥିଲେ ସାଂସଦ ରାଘବ ଚଢ଼ା। ଚାରି ଜଣ ସାଂସଦଙ୍କ ସମ୍ମତି ବିନା ଏକ ହାଉସ୍(ଗୃହ) ପ୍ୟାନେଲରେ ସେମାନଙ୍କ ନାମ ଉଲ୍ଲେଖ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ଆସିଥିଲେ। ଏହି ଚାରି ସାସଂଦ ରାଘବଙ୍କ ନାମରେ ଅଭିଯୋଗ ଆଣିଥିଲେ। 

Advertisment

ଏହାପରେ ଚଢ଼ାଙ୍କୁ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଂସଦ ଚଢ଼ା। 

ରାଘବଙ୍କ ପୂର୍ବରୁ ଆପର ଅନ୍ୟ ଜଣେ ସାଂସଦଙ୍କୁ ମଧ୍ୟ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା। ବରିଷ୍ଠ ନେତା ସଞ୍ଜୟ ସିଂହ ଜୁଲାଇ 24ରେ ରାଜ୍ୟସଭାରୁ ନିଲମ୍ବନ ହୋଇଥିଲେ। ସେ ବର୍ତ୍ତମାନ ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି।

Supreme Court Raghav Chadha Politics APP APP MP Raghav Chadha Suspension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe