Advertisment

ରିସର୍ଟରେ ହଙ୍ଗାମା, ପିଟାପିଟି ହେଲେ ବିଜେପି ବିଧାୟକ!

ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କୌଣସି ନାଁ ଘୋଷଣା କରାଯାଇ ନାହିଁ। ଏହାରି ଭିତରେ କିଛି ବିଜେପି ବିଧାୟକ ରିସର୍ଟରେ ମେଳି ବାନ୍ଧିଛନ୍ତି। କେବଳ ସେତିକି ନୁହେଁ ଏମାନେ ରିର୍ସଟ ଭିତରେ ବାଡିଆ ପିଟା ମଧ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
BJP

BJP

ରାଜସ୍ଥାନକୁ କଂଗ୍ରେସ ହାତରୁ ଛଡାଇ ନେଇଛି ବିଜେପି। ଏଠି ବିପୁଳ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ତେବେ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କୌଣସି ନାଁ ଘୋଷଣା କରାଯାଇ ନାହିଁ। ଏହାରି ଭିତରେ କିଛି ବିଜେପି ବିଧାୟକ ରିସର୍ଟରେ ମେଳି ବାନ୍ଧିଛନ୍ତି। କେବଳ ସେତିକି ନୁହେଁ ଏମାନେ ରିର୍ସଟ ଭିତରେ ବାଡିଆ ପିଟା ମଧ୍ୟ ହୋଇଥିବା ଖବର ସାମ୍ନାକୁ ଆସିଛି।

Advertisment

ମଙ୍ଗଳବାର ରାତିରେ ଭାରତୀୟ ଜନତା ପାର୍ଟିରେ ଏକ ହାଇ ପ୍ରୋଫାଇଲ୍ ଡ୍ରାମା ହୋଇଥିଲା। କୁହାଯାଉଛି ଯେ ବିଜେପି କୋଟା ଡିଭିଜନର ୫ରୁ ୬ ବିଧାୟକ ସିକର ରୋଡରେ ଥିବା ଏକ ରିସର୍ଟରେ ଥିଲେ। ଏହି ବିଧାୟକମାନେ ରାତିରେ ବହରୋଡ ଯିବାକୁ ଯୋଜନା କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ନୂତନ ବିଧାୟକ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ସେହି ବିଧାୟକ ଅନ୍ୟ ବିଧାୟକମାନଙ୍କୁ ନିଜ ବାପାଙ୍କୁ ଏହି କଥା ଜଣାଇବେ ବୋଲି ଧମକ ଦେଇଥିଲେ। ଏହା ପରେ ସେ ରିସଜର୍ଟ ରୁମ୍‌ରୁ ବାହାରି ନିଜ ବାପା ଏବଂ ସଂଗଠନ ସହ ଜଡିତ ନେତାମାନଙ୍କୁ ଫୋନ୍‌ କରି ପୂରା କାହାଣୀ କହିଥିଲେ।

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ, ଏହି ଘଟଣାର ଖବର ଜଣାପଡିବା ପରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହା ପରେ ତୁରନ୍ତ ରାଜ୍ୟର କିଛି ନେତାଙ୍କୁ ସେହି ରିସର୍ଟକୁ ପଠାଯାଇଥିଲା। ନେତାମାନେ ପହଞ୍ଚିବା ପରେ ସେଠାରେ ଥିବା ବିଧାୟକଙ୍କ ସହ ଝଗଡା ଆରମ୍ଭ ହୋଇଯାଇଥିଲା। ଏପରିକି ପିଟାପିଟି ଯାଏଁ ମଧ୍ୟ କଥା ଯାଇଥିଲା। ତେବେ ପରେ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇଥିଲା। ଏହାପରେ ସକାଳ ୪ଟାରେ ସେହି ବିଧାୟକମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟର କିଛି ବଡ ନେତାଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟିଥିବା କୁହାଯାଉଛି।

Advertisment
Bjp Rajasthan