Advertisment

ଡିକେ ଶିବକୁମାରଙ୍କୁ ଆଶ୍ୱସ୍ତି, CBI ଆବେଦନକୁ ଖାରଜ କଲେ ହାଇକୋର୍ଟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ଜାରି ରଖିବାକୁ କରିଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।

DK Shivakumar

DK Shivakumar

Advertisment

କର୍ଣ୍ଣାଟକେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତଦନ୍ତ ଜାରି ରଖିବାକୁ କରିଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।

Advertisment

ଡି.କେ ଶିବକୁମାରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)ର ଯାଞ୍ଚ ଅନୁମତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସିବିଆଇ ଏବଂ ବିରୋଧୀ ବିଜେପି ବିଧାୟକ ବସନଗୌଡା ପାଟିଲ ୟନ୍ତଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲା ଉପରେ ଶୁଣାଣି କରି ହାଇକୋର୍ଟ ଉଭୟ ଆବେଦନକୁ ଖାରଜ କରି ଦେଇଛନ୍ତି। 

ପ୍ରକାଶ ଥାଉକି, ଶିବକୁମାରଙ୍କ ବିରୁଦ୍ଧରେ 74 କୋଟି ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା। ସେ 2013ରୁ 2018 ମଧ୍ୟରେ କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। 

Advertisment

ଏହି ମାମଲାରେ ସିବିଆଇର ତଦନ୍ତ ଅନୁମତିକୁ ପ୍ରତ୍ୟାହାର କରି ନେଇଥିଲେ ରାଜ୍ୟ ସରକାର। ଏହା ପରେ ମାମଲା ଲୋକାୟୁକ୍ତଙ୍କ ନିକଟକୁ ଯାଇଛି। ତଥାପି ସିବିଆଇ ତଦନ୍ତ ଜାରି ରଖିବା ସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। 

ସେପଟେ ଶିବକୁମାର ମଧ୍ୟ ସିବିଆଇ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜୁଲାଇରେ15ରେ ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଶିବକୁମାରଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଶେଷରେ ଶିବକୁମାରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। କେବଳ ଲୋକାୟୁକ୍ତ ହିଁ ତଦନ୍ତ ପ୍ରକ୍ରିୟା ଜାରି ରଖିବ। 

CBI DK Shivakumar Karnataka High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe