Advertisment

ସ୍ଥିତିବାନ ସତ୍ତ୍ୱ ହେବ ଭୁବନେଶ୍ୱର ଓ ଜଟଣୀର ସରକାରୀ ଲିଜ୍ ଜମି

ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

Cabinet Decision

Cabinet Decision

Advertisment

ଅତୀତରେ ଭୁବନେଶ୍ୱର ତହସିଲ ଓ ଜଟଣୀ ତହସିଲରେ ଘରଡ଼ିହ ନଥିବା ବ୍ୟକ୍ତିଙ୍କୁ ଦିଆଯାଇଥିବା ସରକାରୀ ଲିଜ୍ ଜମିର କିସମ ପରିବର୍ତ୍ତନ ହେବ। ଭୋଗ ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ଏହି ଲିଜ୍ ଜମିର ରେକର୍ଡକୁ ସ୍ଥିତିବାନ ସତ୍ତ୍ୱରେ ରେକର୍ଡ କରାଯିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ପୁରୀ ପୌରପାଳିକା ସମେତ ଭୁବନେଶ୍ୱର ଓ ଜଟଣୀ ତହସିଲରେ ବହୁଦିନରୁ ପଡ଼ିରହିଥିବା ଲିଜ୍ ଜମିଗୁଡ଼ିକର ସ୍ଥାୟୀ ସମାଧାନ ନିମନ୍ତେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ରେ ସଂଶୋଧନ କରାଯାଇଛି । ଫଳରେ ଭୁବନେଶ୍ୱର ଓ ଜଟଣୀ ତହସିଲରେ ଘରଡ଼ିହ ନଥାଇ ସରକାରୀ ଜମି ଲିଜ୍ ନେଇଥିବା ବ୍ୟକ୍ତି ଯିଏକି ଏବେ ଭୋଗ ଦଖଲରେ ଥିବେ ସେମାନଙ୍କୁ ଉକ୍ତ ଜମିର ସ୍ଥିତିବାନ ସତ୍ତ୍ୱ ମିଳିବ।

ଏଥିପାଇଁ ରେକର୍ଡରେ ଆବଶ୍ୟକ ସଂଶୋଧନ ମଧ୍ୟ ହେବ । ସେହିପରି ଅତୀତରେ ଓଡ଼ିଶା ପୌର ଆଇନ-୯୧୫୦ ଓ ସେତେବେଳେ ପ୍ରଚଳିତ ଅନ୍ୟାନ୍ୟ ଆଇନ ବଳରେ ପୁରୀ ପୌରପାଳିକା ଦ୍ୱାରା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସରକାରୀ ଜମି ଲିଜ୍ ଦିଆଯାଇଥିଲା । ଏବେ ସେହି ଜମି ଉପରେ ଭୋଗ ଦଖଲରେ ଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ପୁଣିଥରେ ଉକ୍ତ ଜମିକୁ ସରକାରଙ୍କଠୁ ଲିଜରେ ନେବାକୁ ରାଜସ୍ୱ ବିଭାଗ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।
ସେହିପରି ସହରାଂଚଳରେ ସରକାରୀ ଜମି ବନ୍ଦୋବସ୍ତ କରିବା ପାଇଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ରୁଲ ୩(୩)ରେ ପ୍ରଦତ୍ତ ବାର୍ଷିକ ଆୟ ସୀମା ଯଥାକ୍ରମେ ୮୪୦୦ରୁ ୩ଲକ୍ଷ ଟଙ୍କାକୁ ଓ ୩୦ହଜାରରୁ ୮ଲକ୍ଷ ଟଙ୍କାକୁ ବୃଦ୍ଧିକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

Advertisment
Odisha Cabinate Meeting Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe