Advertisment

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଘାଣ୍ଟିଲା ଆଇଟି ଟିମ୍‌

ଗତକାଲି ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ଜେରା କରିଥିଲା।

Biswal Das

Biswal Das

Advertisment

ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି ଆୟକର ବିଭାଗା। ବିଶାଳଙ୍କୁ ଆୟକର ବିଭାଗର କର୍ମଚାରୀ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡ଼ିଛି।

Advertisment

ଗତକାଲି ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକିଥିଲା। ସେଠାରେ ବିଶାଳଙ୍କୁ ଦୀର୍ଘସମୟ ଧରି ଜେରା କରିଥିବା ଜଣାପଡ଼ିଛି। ତେବେ କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା, ବିଶାଳ ଟିକସ ଫାଙ୍କି ଥିଲେ କି, ନା ଅନ୍ୟ କିଛି କାରଣ ରହିଛି ତାହା ମଧ୍ୟ ଜଣାପଡ଼ିନାହିଁ।

ତେବେ ବିଶାଳଙ୍କୁ ଜେରା ବେଳେ ଆୟ କର ବିଭାଗ ହାତରେ କେଉଁ ତଥ୍ୟ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ଏନେଇ ବିଶାଳ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

Advertisment

ଝାରସୁଗୁଡାରୁ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି। ନିର୍ବାଚନ ଆଉ କିଛି ଦିନ ଥିବା ବେଳେ ବିଶାଳଙ୍କୁ ଆୟକର ବିଭାଗ ଡାକି ଜେରା କରିବା ତାହା ଚର୍ଚ୍ଚାର ବିଷୟ ପାଲଟଛି।

IT Raid Jarasuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe