Advertisment

ବଦ୍ରିଙ୍କ ଆଶୀର୍ବାଦ ଲୋଡ଼ିଲେ ସୌମ୍ୟ

ବିଜେଡିରୁ ନିଲମ୍ୱିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ଅର୍ଥାତ ବଦ୍ରି ଓ ସୌମ୍ୟ ଘଷିପୁରାରୁ ପ୍ରାର୍ଥୀ ହୋଇଛନ୍ତି।

author-image
Manoj Swain

ଓଡ଼ିଶା ରାଜନୀତିରେ ଗତକାଲି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଥିଲା। ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପାଖାପାଖି ବସିଥିଲେ। ଆଉ ଜଣେ ଅନ୍ୟ ଜଣଙ୍କୁ ଆର୍ଶୀବାଦ ଦେବାକୁ କହିଥିଲେ। କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ବିଧାୟକ ହେଉଛନ୍ତି ବଦ୍ରିନାରାୟଣ ପାତ୍ର। ସେ ୨୦୦୯ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି। ତାଙ୍କ ବୟସ ଏବେ ପ୍ରାୟ ୮୦ ଅତିକ୍ରମ କଲାଣି। ତଥାପି ସେ ଏଥର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଠିକ୍‌ ସେମିତି ବିଜେଡିରୁ ନିଲମ୍ୱିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ଅର୍ଥାତ ବଦ୍ରି ଓ ସୌମ୍ୟ ଘଷିପୁରାରୁ ପ୍ରାର୍ଥୀ ହୋଇଛନ୍ତି।

Advertisment
Odisha Kendujhar 2024 General Election