Advertisment

'ଇଣ୍ଡିଆ' ମେଣ୍ଟକୁ ପଞ୍ଜାବରେ ଝଟ୍‌କା, ଏକା ଲଢ଼ିବ ଆପ୍‌

ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ।

author-image
Madhupriya Mistry
punjab aap

punjab aap

ପଶ୍ଚିମବଙ୍ଗ ପରେ ପଞ୍ଜାମରେ 'ଇଣ୍ଡିଆ' ମେଣ୍ଟକୁ ଝଟ୍‌କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକା ଲଢ଼ିବାକୁ ଘୋଷଣା କରିବାର କିଛି ସମୟ ପରେ ପଞ୍ଜାବ ସରକାର ଏଭଳି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ଯାଉଥିବା ନେଇ ଆଶଙ୍କା କରାଯାଇଛି।

Advertisment

ଆଗକୁ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ସହ ଆପ୍‌ କୌଣସି ମେଣ୍ଟ କରିବନି। ଆମ୍‌ ଆଦମୀ ନିର୍ବାଚନ ଏକା ଲଢ଼ିବ ବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେପଟେ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି।

ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବଓ୍ୱାନ୍ତ ମାନ ଅନେକ ଥର ସାଧାରଣ ସଭାରେ ଏକା ଲଢ଼ିବାକୁ କହିସାରିଛନ୍ତି। ପଞ୍ଜାବର ୧୩ଟି ଆସନ ପାଇଁ ୪୦ଟି ନାମ ବିଚାର କରାଯାଉଛି। ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ସର୍ଭେ ଚାଲିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମିଣ୍ଡିଆ ମିଳିତ ମଞ୍ଚରେ ସବୁକିଛି ଠିକ୍‌ ଚାଲିନାହିଁ।

Advertisment

ଏହାପୂର୍ବରୁ ତ୍ରୁଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। ତାଙ୍କ ଦଳ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ସେ କହିଥିଲେ। ଏଥିସହ କଂଗ୍ରେସ ସହ କୌଣସି ମେଣ୍ଟ ନଥିବା ସେ ସ୍ପଷ୍ଟ କରିଥିଲେ।

Punjab AAP Loksabha Election INDIA Alliance