Advertisment

ଝାରଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ଫର୍ମୁଲା: କିଏ କେତେ ଆସନରେ ଲଢ଼ିବେ?

ଝାରଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଦୁଇ ଦଳ ଆସନ୍ତା ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢ଼ିବେ।

JMM

JMM

Advertisment

ଆସନ୍ତା ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟରେ ଥିବା ଜେଏମଏମ ଓ କଂଗ୍ରେସ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛନ୍ତି। ବିହାରର ଆରଜେଡି ମଧ୍ୟ ଝାରଖଣ୍ଡରେ ଇଣ୍ଡିଆ ମେଣ୍ଟର ସଦସ୍ୟ ଭାବେ ବିଧାନସଭା ନିର୍ବାଚନ ଲଢ଼ିବ। ଆସନ୍ତା ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଜି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛନ୍ତି।

Advertisment

ଝାରଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଦୁଇ ଦଳ ଆସନ୍ତା ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢ଼ିବେ। ବାକି ୧୧ଟି ଆସନ ଦୁଇ ଦଳ ସହଯୋଗୀ ଆରଜେଡି ଓ ବାମ ଦଳ ପାଇଁ ଛାଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏ ସମ୍ପର୍କରେ ଘୋଷଣା କରିବା ସହ ୧୧ଟି ଆସନକୁ ନେଇ ମେଣ୍ଟରେ ଥିବା ଆରଜେଡି ଓ ବାମ ଦଳଗୁଡ଼ିକ ସହ ଆଲୋଚନା ଚାଲିଛି। ସେ କହିଛନ୍ତି, “ଆମେ ମେଣ୍ଟରେ ଥିବା ସହଯୋଗୀଙ୍କ ସହ କଥା ହୋଇ କେଉଁ ଦଳ କେଉଁଠି ଲଢ଼ିବେ, ସେକଥା ପର୍ଯ୍ୟାକ୍ରମେ ସାର୍ବଜନୀନ କରିବୁ।”

Advertisment

ଆଦିବାସୀ ବହୁଳ ଝାରଖଣ୍ଡରେ ଦୁଇ ପ୍ରମୁଖ ଦଳ ହେଉଛନ୍ତି ଜେଏମଏମ ଓ ବିଜେପି। ରାଜ୍ୟରେ ଜେଏମଏମ ସହଯୋଗୀ କଂଗ୍ରାସ ଓ ଆରଜେଡି ସହ ମେଣ୍ଟ କରିଛି। ୨୦୧୯ରେ ଜେଏମଏମ-କଂଗ୍ରେସ ଓ ଆରଜେଡି ୮୧ଟି ଆସନରୁ ୪୭ଟିରେ ଜିତିଥିଲେ।

Congress Jharkhand JMM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe