Advertisment

ଉତ୍ତର ପ୍ରଦେଶରେ ବିଜେପିକୁ ଝଟକା ଦେବ ଇଣ୍ଡିଆ!

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏନଡିଏ ୩୭ଟି ଓ ଇଣ୍ଡିଆ ମେଣ୍ଟ ୪୨ଟି ଆସନରେ ଲିଡ୍‌ କରୁଛନ୍ତି।

UP

UP

Advertisment

ଉତ୍ତର ପ୍ରଦେଶରେ ବିଜେପିକୁ ଲାଗିପାରେ ସବୁଠାରୁ ବଡ଼ ଝଟକା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ରେ ବିଜେପିକୁ ମାତ ଦେଇପାରେ ଇଣ୍ଡିଆ। ବର୍ତ୍ତମାନ ଜାରି ରହିଥିବା ଟ୍ରେଣ୍ଡ କାଏମ ରହିଲେ ଇଣ୍ଡିଆ ମେଣ୍ଟ ୟୁପିରେ ସବୁଠାରୁ ବଡ଼ ସଫଳତା ପାଇବ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୟୁପି କେ ଲଡକେ ଇଣ୍ଡିଆ ମେଣ୍ଟ ପାଇଁ କାମ କରିଥିବା ବେଳେ ବିଜେପି ପାଇଁ ରାମ ମନ୍ଦିର ଫେଲ ମାରିଛି। 

Advertisment

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏନଡିଏ ୩୭ଟି ଓ ଇଣ୍ଡିଆ ମେଣ୍ଟ ୪୨ଟି ଆସନରେ ଲିଡ୍‌ କରୁଛନ୍ତି। ବିଜେପି ଏକାକୀ ୩୬ଟି ଆସନରେ ଆଗୁଆ ଥିବା ବେଳେ ଆରଏଲଡି ୧ଟି ସିଟ୍‌ରେ ଆଗରେ ଅଛି। ସେହିପରି ସମାଜବାଦୀ ପାର୍ଟି ୩୪ଟି ଓ କଂଗ୍ରେସ ୮ଟି ଲିଡ କରୁଛି।

୨୦୧୯ରେ ଏନଡିଏ ୟୁପରେ ୬୨ଟି ଆସନ ଜିତି ଥିବା ବେଳେ ସପା-ବିଏସ୍‌ପି ମେଣ୍ଟ ୧୫ଟି ଆସନ ଜିତିଥିଲେ। ଏଥିର ବିଏସପି ଏକାକୀ ଲଢ଼ୁଥିବା ବେଳେ ଅଖିଲେଶ ଯାଦବଙ୍କ ସପା ଓ କଂଗ୍ରେସ ଏକାଠି ଲଢ଼ୁଛନ୍ତି। ସପା ୬୨ଟି ଓ କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇଛି।

Advertisment

ୱେଷ୍ଟର୍ଣ୍ଣ ୟୁପିର ୨୯ଟି ଯାକ ଆସନରେ ସପା ଓ କଂଗ୍ରେସର ଦବଦବା ଦେଖିବାକୁ ମିଳିଛି। ଏଠାରେ ଉଭୟ ଦଳ ମିଳିତ ଭାବେ ୨୭ଟି ଆସନରେ ଲିଡ୍‌ କରୁଛନ୍ତି।

Election Results LokSabha Election Results 2024 Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe