Advertisment

ଝାରଖଣ୍ଡରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କଲା ଇଣ୍ଡିଆ ବ୍ଲକ: ୩ ଆସନରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ

ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ୬ଟି ଓ ବାମ ଦଳକୁ ନିର୍ସା, ସିନ୍ଦ୍ରି ଓ ବାଗୋଦର ଆସନ ମିଳିଛି।

ଅଦ୍ୟତନ ହୋଇଛି
Jharkhand

Jharkhand

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆ ଶନିବାର ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସିଟ୍‌ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ ମୋଟ ୮୧ ବିଧାନସଭା ଆସନ ମଧ୍ୟରୁ ସର୍ବାଧିକ ୪୩ଟି ଆସନରେ ଲଢ଼ିବ।

Advertisment

ସହଯୋଗୀ କଂଗ୍ରେସ ୩୦ ଆସନରେ ପ୍ରାର୍ଥୀ ଦେବ। ଏହାବାଦ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ୬ଟି ଓ ବାମ ଦଳକୁ ନିର୍ସା, ସିନ୍ଦ୍ରି ଓ ବାଗୋଦର ଆସନ ମିଳିଛି। ସେହିପରି ଧନୱର, ଛତ୍ରପୁର ଓ ବିଶ୍ରାମପୁରରେ ଇଣ୍ଡିଆ ବ୍ଲକରେ ଥିବା ଦଳଗୁଡ଼ିକ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ ହେବ। ଏହି ୩ ଆସନରେ ମେଣ୍ଟରେ ଥିବା ସବୁ ଦଳ ନିଜ ଇଚ୍ଛାରେ ପ୍ରାର୍ଥୀ ଦେଇପାରିବେ ବୋଲି ଡିଲ୍‌ ଫାଇନାଲ ହୋଇଛି।

ଧନୱର ଆସନରେ ବିଜେପି ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ବିରୋଧରେ ଇଣ୍ଡିଆ ବ୍ଲକରେ ଥିବା ସବୁ ଦଳ ଏବେ ପ୍ରାର୍ଥୀ ଦେଇ ପାରିବେ।

Advertisment

ଜେଏମଏମର ସାଧାରଣ ସମ୍ପାଦକ ବିନୋଦ ପାଣ୍ଡେ କହିଛନ୍ତି, “ଜେଏମଏମ, କଂଗ୍ରେସ ଓ ଆରଜେଡି ଓ ସିପିଆଇ-ଏମଏଲ ଝାରଖଣ୍ଡରେ ମିଳିତ ଭାବେ ବିଧାନସଭା ନିର୍ବାଚନ ଇଣ୍ଡିଆ ବ୍ଲକ ଅଧୀନରେ ଲଢ଼ିବେ। ୩ଟି ଆସନକୁ ଛାଡ଼ି ବାକି ସବୁ ନିର୍ବାଚନ ମଣ୍ଡଳୀରେ ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଛି। ଜେଏମଏମ ଧନୱର ଆସନରେ ସିପିଆଇ-ଏମଏଲ ସହ ବନ୍ଧୁତାପୂର୍ଣ୍ଣ ଲଢ଼େଇ କରିବ।”

୮୧ ଆସନ ବିଶିଷ୍ଟ ଝାରଖଣ୍ଡରେ ଆସନ୍ତା ୧୩ ଓ ୨୦ ତାରିଖରେ ଦୁଇ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Jharkhand Jharkhand Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe