Advertisment

Mood of the Nation: ମହାରାଷ୍ଟ୍ରରେ ଏନଡିଏକୁ ଚକମା ଦେବ ଇଣ୍ଡିଆ ମେଣ୍ଟ

କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଲୋକସଭାରେ ଏନଡିଏ ତୁଳନାରେ ଅଧିକ ଆସନ ଜିତିବେ। ଆଜି ଇଣ୍ଡିଆ ଟୁଡେ ପକ୍ଷରୁ ଜାରି ମୁଡ ଅଫ ନେଶନ ସର୍ଭେରେ ଏପରି ଆକଳନ କରାଯାଇଛି।

author-image
Hemant Lenka
NCP

NCP

ମହାରାଷ୍ଟ୍ରରେ ଶିବସେନା ଦୁଇ ଫାଳ। ଏନସିପି ଦୁଇ ଫାଳ। ଦୁଇ ଦଳର ବଡ଼ ଗୋଷ୍ଠୀ କ୍ଷମତାସୀନ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି। ତଥାପି ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଚକମା ଦେବ ବିରୋଧୀ ମେଣ୍ଟ ଇଣ୍ଡିଆ।

Advertisment

କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଲୋକସଭାରେ ଏନଡିଏ ତୁଳନାରେ ଅଧିକ ଆସନ ଜିତିବେ। ଆଜି ଇଣ୍ଡିଆ ଟୁଡେ ପକ୍ଷରୁ ଜାରି ମୁଡ ଅଫ ନେଶନ ସର୍ଭେରେ ଏପରି ଆକଳନ କରାଯାଇଛି।

ସର୍ଭେରେ କୁହାଯାଇଛି ଯେ ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ୨୬ଟି ଜିତିବ। ବିଜେପି ଓ ଏହାର ସହଯୋଗୀ ଦଳ ୨୨ଟି ଆସନରେ ସୀମିତ ରହିବେ।

Advertisment

ଦଳୱାରୀ ଦେଖିଲେ କଂଗ୍ରେସ ଏକାକୀ ମହାରାଷ୍ଟ୍ରର ୧୨ ଲୋକସଭା ଆସନରେ ବାଜିମାତ କରିବ। ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ଦଳ ମିଳିତ ଭାବେ ୧୪ ଆସନ ଜିତିବେ।

ଇଣ୍ଡିଆ ମେଣ୍ଟର ଭୋଟ ଭାଗ ୪୫% ଓ ଏନଡିଏର ଭୋଟ ଭାଗ ୪୦% ରହିବ ବୋଲି ମୁଡ ଅଫ ନେଶନ ସର୍ଭେରେ ଆକଳନ କରାଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୪୮ ଆସନରୁ ୪୧ଟିରେ ଜିତିଥିଲା। ବିଜେପି ଏକାକୀ ୨୩ଟି ଆସନ ଜିତିଥିଲା। ଅଭିବାଜିତ ଶିବସେନା ୧୮ଟି, ଅଭିବାଜିତ ଏନସିପି ୪ଟି ଓ କଂଗ୍ରେସ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏହାର ଅର୍ଥ ଏଥର କଂଗ୍ରେସ ମହାରାଷ୍ଟ୍ରରେ ତା’ର ଦମ ଦେଖାଇବ ବୋଲି ସର୍ଭେରେ କୁହାଯାଇଛି।

Opposition Nda Mood Of The Nation