Advertisment

ଖଡଗେଙ୍କ ଘରେ ଇଣ୍ଡିଆ ମେଣ୍ଟର ମେଳି

ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯୋଗ ଦେଇ ନାହାନ୍ତି।

ଅଦ୍ୟତନ ହୋଇଛି
Vote

Vote

Advertisment

ଦେଶରେ ଆଜି ଶେଷ ପର୍ଯ୍ୟାୟ ଭୋଟ ଚାଲିଛି। ଅନ୍ତିମ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟିଂ ସନ୍ଧ୍ୟା ୬ଟାରେ ଶେଷ ହେବ। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପୂର୍ବରୁ ଆଜି ସନ୍ଧ୍ୟା ୬.୩୦ରୁ ବିଭିନ୍ନ ଗଣମାଧ୍ୟ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ଜାରି କରାଯିବ।

Advertisment

ଏକଜିଟ ପୋଲ ଓ ଫଳାଫଳ ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ବୈଠକ ଆରମ୍ଭ ହୋଇଛି। ରଣନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱବହନ କରୁଥିବା ଏହି ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚାଲିଛି।

ବୈଠକରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ସଞ୍ଜୟ ସିଂହ, ରାଘବ ଚଡ୍ଡା, ସିପିଏମର ସୀତାରାମ ୟେଚୁରୀ, ଏନସିର ଫାରୁକ ଅବଦୁଲ୍ଲା, ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ଝାରଖଣ୍ଡର କ୍ଷମତାସୀନ ଜେଏମଏମର କଳ୍ପନା ସୋରେନ ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି। ଏହାବାଦ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି।

Advertisment

ତେବେ ବୈଠକରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଯୋଗ ଦେଇ ନାହାନ୍ତି। ବେଙ୍ଗଲରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବାତ୍ୟା ରେମାଲ ଜନିତ କ୍ଷୟକ୍ଷତିର ଆକଳନ କରାଯାଉଛି। ତେଣୁ ମମତା ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଥିଲେ।

ବୈଠକର ଏଜେଣ୍ଡ ଜଣାପଡ଼ି ନଥିଲେ ହେଁ ସବୁ ବିରୋଧୀଙ୍କୁ ଏକାଠି ରଖିବା ହିଁ ଏହାର ଉଦ୍ଦେଶ୍ୟ। ସେହିପରି ଭୋଟ ଗଣତି ଯେମିତି ଠିକ ଭାବେ ହେବ ଓ ଇଭିଏମ ଟ୍ୟାମ୍ପରିଂକୁ କେମିତି ରୋକା ଯାଇ ପାରିବ, ସେବିଷୟରେ ମଧ୍ୟ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଆଲୋଚନା କରିବେ।

ବିଜେପି ନେତୃତ୍ୱାଧୀନ ଏନଡିଏ ମ୍ୟାଜିକ ନମ୍ବର ୨୭୨ ଅତିକ୍ରମ କରିପାରିବ ନାହିଁ ବୋଲି କଂଗ୍ରେସ ଆଶା କରିଛି। ଏନଡିଏ ଅତିବେଶରୀର ୨୬୦ ଆସନ ଜିତିବାକୁ ସକ୍ଷମ ହେବ। ଏପରି ସ୍ଥିତିରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିଜେପିକୁ ସରକାର ଠାରୁ ଦୂରେଇ ରଖିବାକୁ ରଣନୀତି କରୁଛନ୍ତି।

ରେଜଲ୍ଟ ଯଦି ବିଜେପି ସପକ୍ଷରେ ନ ଯିବ, ତା’ହେଲେ ବିରୋଧୀଙ୍କ ପାଖର ସରକାର ଗଠନ କରିବାର ସୁଯୋଗ ରହିବ। ହେଲେ ସମସ୍ତେ ଏଥିପାଇଁ ଏକାଠି ହେବା ଅତ୍ୟନ୍ତ ଜରୁରୀ।

ବୈଠକ ପୂର୍ବରୁ ଖଡଗେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ “ଲଢ଼େଇ ଏଯାଏ ଶେଷ ହୋଇନି। ସବୁ ଦଳର ନେତା ଓ କର୍ମୀ ଅତ୍ୟନ୍ତ ସତର୍କ ହୋଇ ରହିଛନ୍ତି। ଆମେ ଲୋକସଭା ନିର୍ବାଚନ ୨୦୨୪ ଏକାଠି ହୋଇ ଲଢ଼ିଛୁ ଓ ବିଶ୍ୱାସ ଅଛି ସକାରାତ୍ମକ ଫଳ ମିଳିବ। କାରଣ ଭାରତର ଲୋକଙ୍କ ସମର୍ଥନ ଆମ ସହ ରହିଛି।”

India Opposition Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe