Advertisment

କେଜ୍ରିୱାଲଙ୍କ ପାଇଁ ବଡ଼ ଆନ୍ଦୋଳନର ଡାକରା ଦେଲା ଇଣ୍ଡିଆ ବ୍ଲକ

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆନ୍ଦୋଳନ କରିବ ବୋଲି ଆପ ପକ୍ଷରୁ ଘୋଷଣା କରାଯାଇଛି।

Kejriwal

Kejriwal

Advertisment

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ବଡ଼ ଆନ୍ଦୋଳନର ଡାକରା ଦେଇଛି। ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେଣୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆନ୍ଦୋଳନ କରିବ ବୋଲି ଆପ ପକ୍ଷରୁ ଘୋଷଣା କରାଯାଇଛି।

Advertisment

କେଜ୍ରିୱାଲଙ୍କ ଆପ ଅଭିଯୋଗ କରି ଚାଲିଛି ଯେ ବିଜେପି ତାଙ୍କୁ ଜେଲ ଭିତରେ ହତ୍ୟା କରିବାକୁ ଚାହୁଁଛି। ଜୁନ ୩ରୁ ଜୁଲାଇ ୭ ତାରିଖ ମଧ୍ୟ କେଜ୍ରିୱାଲଙ୍କ ରକ୍ତ ଶର୍କରା ୨୬ଥର ହ୍ରାସ ପାଇଛି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କେହି ବି ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଇଣ୍ଡିଆ ବ୍ଲକ ଜୁଲାଇ ୩୦ରେ ଯନ୍ତରମନ୍ତର ଠାରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ପ୍ରସଙ୍ଗ ନେଇ ବିଶାଳ ବିକ୍ଷୋଭ ସମାବେଶ କରିବ ବୋଲି ଆପ କହିଛି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ତେବେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ନିକଟରେ ତାଙ୍କୁ ଜାମିନ ଦେଇଥିଲେ।

Advertisment

କିନ୍ତୁ ଜାମିନ ମିଳିବାର କିଛି ଦିନ ପୂର୍ବରୁ ଅର୍ଥାତ ଜୁନ ୨୬ରେ ସିବିଆଇ ତାଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଫଳରେ ଇଡି କେସ୍‌ରେ ଜାମିନ ମିଳିବା ସତ୍ତ୍ୱେ ସେ ତିହାର ଜେଲରେ ରହିଛନ୍ତି।

ସିବିଆଇ ଗିରଫଦାରୀକୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କୋର୍ଟ ଆସନ୍ତା ସୋମବାର ଏହାର ଶୁଣାଣି କରିବେ।

Delhi Arvind Kejriwal Opposition AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe