Advertisment

ଲୋକସଭା ନିର୍ବାଚନ: ୫ଟି ଦାବି ରଖିଲା INDIA ବ୍ଲକ୍‌

ରାଜଧାନୀ ଦିଲ୍ଲୀର ରାମଲଲା ମୈଦାନରେ ଆୟୋଜିତ ହୋଇଥିବା ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିଟରେ ଇଣ୍ଡିଆ ବ୍ଲକ ୫ଟି ବଡ଼ ଦାବି ରଖିଛି।

priyanka-gandhi

priyanka-gandhi

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଗଲାଣି କସରତ। ଆଜି ରାଜଧାନୀ ଦିଲ୍ଲୀର ରାମଲଲା ମୈଦାନରେ ଆୟୋଜିତ ହୋଇଥିବା ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିଟରେ ଇଣ୍ଡିଆ ବ୍ଲକ ୫ଟି ବଡ଼ ଦାବି ରଖିଛି। ଇଣ୍ଡିଆ ବ୍ଲକର ରାଲିକୁ ସମ୍ବୋଧିତ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଆୟୋଗଙ୍କ ନିକଟରେ ୫ଟି ଦାବି ରଖିଛନ୍ତି। 

Advertisment

> ଲୋକସଭା ନିର୍ବାଚନରେ ଯେପରି​​ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ତାହା ନିର୍ବାଚନ ଆୟୋଗ ସୁନିଶ୍ଚିତ କରିବା ଉଚିତ।

> ନିର୍ବାଚନ ଆୟୋଗ ବିରୋଧୀ ଦଳଙ୍କ ବିରୋଧରେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିଆଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ଉଚିତ।

Advertisment

> ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ଦାବି କରାଯାଇଛି।

> ନିର୍ବାଚନ ସମୟରେ ବିରୋଧୀ ରାଜନୈତିକ ଦଳଗୁଡିକୁ ଆର୍ଥିକ ରୂପେ ପଙ୍ଗୁ କରିବା ପାଇଁ ଜୋରଜବରଦସ୍ତ କାର୍ଯ୍ୟାନୁଷ୍ଠାନଗୁ ତରନ୍ତୁ ବନ୍ଦ କରାଯିବା ଉଚିତ ବୋଲି ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଦାବି କରାଯାଇଛି।

> ନିର୍ବାଚନୀ ଚାନ୍ଦାକୁ ବ୍ୟବହାର କରି ବିଜେପି ଦ୍ୱାରା ପ୍ରତିଶୋଧର ଭବାନ, ଜୋର ଜବରଦସ୍ତ ବଟଇ ଆଦାୟ ଓ ମନିଲଣ୍ଡରିଂ ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସ୍‌ଆଇଟି ଗଠନ କରାଯିବାକୁ ନେଇ ଦାବି ହୋଇଛି।

କହିରଖୁ ଯେ ଇଡି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ଅଭିଯୋଗରେ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଅଭିଯୋଗରେ ଗିରଫ କରିଛି। ଏହି ଗିରଫଦାରୀକୁ ବିରୋଧ କରି ରବିବାର ଇଣ୍ଡିଆ ବ୍ଲକର ମହାରାଲି ଆୟୋଜିତ ହୋଇଥିଲା। ଏଥିରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି। ଏଥିରେ ପ୍ରାୟ ୨୮ଟି ବିରୋଧୀ ଦଳ ମେଳି କରି ଶକ୍ତି ପ୍ରଦର୍ଶନ କରିବା ସହ ବିଜେପି ଉପରେ ବର୍ଷିଛନ୍ତି।

INDIA Bloc Rally Loksabha Election 2024 Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe