Advertisment

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ବାହାରିଲା ଇଣ୍ଡି ମେଣ୍ଟ, ମାର୍ଚ୍ଚା ୩୧ରେ କରିବେ ମହା ରାଲି

ଜଣେ ପରେ ଜଣେ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ ମିଛ ମାମଲା ଦାୟର କରିବାକୁ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ଆପ୍ ଅଭିଯୋଗ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
File Photo

File Photo

ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ଅଭିଯୋଗରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି। ଆପ୍ ଇଡିର କାର୍ଯ୍ୟାନୁଷ୍ଠାନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରିଆସୁ ଥିବାବେଳେ ଏବେ ଗିରଫଦାରୀ ବିରୁଦ୍ଧରେ ବାହାରିଛନ୍ତି ଇଣ୍ଡି ମେଣ୍ଟ।

Advertisment

ଆସନ୍ତା ୩୧ରେ ଇଣ୍ଡି ମେଣ୍ଟ ଦଳ ଦିଲ୍ଲୀରେ ମେଗା ରାଲି କରିବା ନେଇ ଘୋଷଣା କରାଯାଇଛି। ଆଜି ମେଣ୍ଟ ଦଳ ସହଯୋଗୀ ଆପ୍ ଏବଂ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ରାମଲେଲା ମଇଦାନରେ ରାଲିର ଆୟୋଜନ ହେବ ବୋଲି ମେଣ୍ଟ ଦଳ ପକ୍ଷରୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ଆପ୍ ନେତା ଗୋପାଳ ରାୟ କହିଛନ୍ତି, "ଗଣତନ୍ତ୍ର ଏବଂ ଦେଶ ବିପଦରେ। ସମସ୍ତ ଇଣ୍ଡିଆ ମେଣ୍ଟ ଦଳ ଦେଶର ସ୍ୱାର୍ଥ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଏହି ମହା ରାଲି କରିବେ।"

Advertisment

ଏକଛତ୍ରବାଦ ଶାସନ ଚଳାଇ ଦେଶରେ ଗଣତନ୍ତ୍ରକୁ ହତ୍ୟା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ଯେଉଁମାନେ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ଭଲପାଉଛନ୍ତି, ସମ୍ମାନ କରୁଛନ୍ତି ସେମାନଙ୍କ ଉପରେ ରାଗ ଅଛି। ଜଣେ ପରେ ଜଣେ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ ମିଛ ମାମଲା ଦାୟର କରିବାକୁ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ଆପ୍ ନେତା ଗୋପାଳ ରାୟ ଅଭିଯୋଗ କରିଛନ୍ତି।

କଂଗ୍ରେସ ଦିଲ୍ଲୀ ମୁଖ୍ୟ ଅରବିନ୍ଦର ସିଂହ ଲଭଲି କହିଛନ୍ତି, "ମାର୍ଚ୍ଚ ୩୧ରେ ହେବାକୁ ଥିବା 'ମହା ରାଲି' ରାଜନୈତିକ ନୁହେଁ ବରଂ ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ଏବଂ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିବା।"

INDIA Bloc Mega Rally Arvind Kejriwal Arrest