Advertisment

ୟୁପିରେ କଂଗ୍ରେସକୁ ୧୭ ଆସନ, ୬୩ଟି ସ୍ଥାନରେ ଲଢ଼ିବ ସପା

ଉତ୍ତର ପ୍ରଦେଶରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଲୋକସଭା ଆସନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଇଣ୍ତିଆ ମେଣ୍ଟରେ ଥିବା ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ।

akhilesh Yadva

akhilesh Yadva

Advertisment

ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ କେବଳ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଲୋକସଭା ଆସନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଇଣ୍ତିଆ ମେଣ୍ଟରେ ଥିବା ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ।

Advertisment

ଦୁଇ ଦଳ ମଧ୍ୟରେ ସିଟ ଶେୟାରିଂକୁ ନେଇ ଚାଲିଥିବା ଅଙ୍କକଷାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୁଇ ଦଳ ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଡିଲ ଫାଇନାଲ କରିଛନ୍ତି। ପ୍ରଥମଥର ପାଇଁ ଇଣ୍ଡିଆ ମେଣ୍ଟରେ ଥିବା ଦୁଇ ଦଳ ମଧ୍ୟରେ କୌଣସି ରାଜ୍ୟରେ ସିଟ ଶେୟାରିଂ ଫର୍ମୁଲା କାର୍ଯ୍ୟକାରୀ ହୋଇଛି।

ମେଣ୍ଟ ସମ୍ପର୍କରେ ସୂଚନା ଦେଇ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ଅଭିନାଶ ପାଣ୍ଡେ କହିଛନ୍ତି, “ମୁଁ ଆପଣମାନଙ୍କୁ ବେଶ ଖୁସିର ସହ କହିବାକୁ ଚାହୁଁଛି ଯେ ଜାତୀୟ କଂଗ୍ରେସ ଉତ୍ତର ପ୍ରଦେଶର ୧୭ଟି ଆସନରେ ପ୍ରାର୍ଥୀ ଦେବ। ବାକି ୬୩ଟି ଆସନରେ ଇଣ୍ଡିଆ ମେଣ୍ଟରେ ଥିବା ସପା ଓ ଅନ୍ୟ ଦଳଗୁଡ଼ିକ ଲଢ଼େଇ କରିବେ।”

Advertisment

ବୁଝାମଣା ଅନୁଯାୟୀ, କଂଗ୍ରେସ ତା’ର ପ୍ରାର୍ଥୀ ରାଏ ବରେଲୀ ଓ ଆମେଠିରେ ଦେବ। ଏହାବାଦ ଦଳ କାନପୁର ନଗର, ଫତେପୁର ସିକ୍ରି, ବାସଗାଓଁ, ସାହରନପୁର, ପ୍ରୟାଗରାଜ, ମହାରାଜଗଞ୍ଜ, ଅମରୋହା, ଝାନସୀ, ବୁଲନ୍ଦଶହର, ଗାଜିଆବାଦ, ମଥୁରା, ସୀତାପୁର, ବାରବାଙ୍କି ଓ ଦେଓରିଆରେ ପ୍ରାର୍ଥୀ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେଉଥିବା ବାରାଣସୀରେ ମଧ୍ୟ କଂଗ୍ରେସ ହିଁ ପ୍ରାର୍ଥୀ ଛିଡ଼ା କରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସପା ସହ ସିଟ ଶେୟାରିଂ ଫର୍ମୁଲା ଅନିଶ୍ଚିତତା ମଧ୍ୟରେ ରହିଥିଲା। କିନ୍ତୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜେ ଅଖିଲେଶ ଯାଦବଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଦୁଇ ଦଳ ବୁଝାମଣା କରି ଏକାଠି ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

ବୈଠକ ପରେ ପ୍ରିୟଙ୍କା ଓ ଅଖିଲେଶ ମେଣ୍ଟ ହେବା ନେଇ ସଙ୍କେତ ଦେଇଥିଲେ। ଏବେ ସତକୁ ସତ ଦୁଇ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Akhilesh Yadav Uttar Pradesh Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe