Advertisment

ଜାତିଗତ ଜନଗଣନା କରି 'ପଦ୍ମବ୍ୟୁହ'କୁ ଭାଙ୍ଗିବୁ: ରାହୁଲ ଗାନ୍ଧି

ଇଣ୍ଡିଆ ବ୍ଲକ୍ ଗୃହରେ ଆଇନ ଆଣି କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଯୋଗାଇବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଆଜି ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତକୁ ପଦ୍ମବ୍ୟୁହରେ ଫସାଯାଇଛି। ବର୍ତ୍ତମାନ ଦେଶ ଭୟର ବାତାବରଣରେ ବଞ୍ଚିଛି। ଏହି ଭୟ ପ୍ରତି କୋଣକୁ ବ୍ୟାପି ଯାଇଛି।

Advertisment

ଦେଶ ଭୟରେ ଥିବା କହିବା ପରେ ବିଜେପି ନେତାଙ୍କୁ ଇଙ୍ଗିତ କରି ରାହୁଲ ଗାନ୍ଧି କହିଛନ୍ତି, ମୋ ବନ୍ଧୁମାନେ (ବିଜେପି ସାଂସଦ) ହସୁଛନ୍ତି, କିନ୍ତୁ ସେମାନେ ମଧ୍ୟ ଭୟଭୀତ ଅଛନ୍ତି। ବିଜେପିରେ କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବାକୁ ଅନୁମତି ଦିଆଯାଇଛି। ଯଦି ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିବେ, ତେବେ ବଡ଼ ସମସ୍ୟା ହୋଇଯିବ। ଏଥିପାଇଁ ସେ ମଧ୍ୟ ଭୟରେ ଅଛନ୍ତି। ଏହି ଭୟ ସାରା ଦେଶରେ ବ୍ୟାପିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

ସେହିପରି କେନ୍ଦ୍ର ବଜେଟକୁ ମଧ୍ୟ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି। ବଜେଟରେ ଟିକସ ଟେରୋରିଜିମ ସମସ୍ୟାର ସମାଧାନ ହୋଇନାହିଁ, ଏବଂ ଏହି ବଜେଟ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହିତକର ନୁହେଁ ବୋଲି ରାହୁଲ ଗାନ୍ଧି କହିଛନ୍ତି।

Advertisment

ସେ କହିଛନ୍ତି, "ମୋର ଆଶା ଥିଲା ଏହି ବଜେଟ୍ 'ଚକ୍ରବ୍ୟୁହ 'ର ଶକ୍ତି ଦୁର୍ବଳ କରିବ, ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ, ଯୁବକମାନଙ୍କୁ ସାହାଯ୍ୟ କରିବ, ଶ୍ରମିକମାନଙ୍କୁ ଏବଂ କ୍ଷୁଦ୍ର ବ୍ୟବସାୟକୁ ସାହାଯ୍ୟ କରିବ। କିନ୍ତୁ ମୁଁ ଯାହା ଦେଖୁଛି, ଏହି ବଜେଟର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏକଚାଟିଆ ବ୍ୟବସାୟ ଢାଞ୍ଚାକୁ ଦୃୃଢ଼ କରିବା।" 

ପ୍ରକାଶ ଥାଉକି, ଲୋକସଭାରେ ଆଜି ରାହୁଲ ଗାନ୍ଧି ମହାଭାରତର ଚକ୍ରବ୍ୟୁହ ଉଦାହରଣ ଦେଇ ଅଭିମନ୍ୟୁଙ୍କ ଭଳି ଭାରତକୁ ପଦ୍ମବ୍ୟୁହରେ ଫସା ଯାଇଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ପଦ୍ମବ୍ୟୁହ କରି ଭାରତକୁ ଫସାଇଛି, ଇଣ୍ଡିଆ ବ୍ଲକ୍ ଏହାକୁ ଭାଙ୍ଗିବ। ଇଣ୍ଡିଆ ମେଣ୍ଟ ଜାତିଗତ ଜନଗଣନା କରି ବିଜେପିର ପଦ୍ମବ୍ୟୁହକୁ ଭାଙ୍ଗିବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ସେ ଆହୁରି ଦାବି କରି କହିଛନ୍ତି ଯେ, ଇଣ୍ଡିଆ ବ୍ଲକ୍ ଗୃହରେ ଆଇନ ଆଣି କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଯୋଗାଇବ।

Rahul Gandhi Lok Sabha Session Caste Census