Advertisment

ବୈଠକ ପରେ ଇଣ୍ଡିଆ ମେଣ୍ଟର ବଡ଼ ଦମ୍ଭୋକ୍ତି: ଆମେ ଜିତିବୁ ୨୯୫ରୁ ଅଧିକ ଆସନ

ଏକଜିଟ ପୋଲି ଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ହେଭିୱେଟ ନେତାମାନେ ଦିଲ୍ଲୀରେ ଥିବା ଖଡଗେଙ୍କ ବାସଭବନରେ ବୈଠକ କରିଥିଲେ।

ଅଦ୍ୟତନ ହୋଇଛି
Kharge

Kharge

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକ ଶେଷ ହୋଇଛି। ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଦାବି କରାଯାଇଛି। ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ୨୯୫ରୁ ଅଧିକ ଆସନ ଜିତି କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି।

Advertisment

ଏକଜିଟ ପୋଲି ଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ହେଭିୱେଟ ନେତାମାନେ ଦିଲ୍ଲୀରେ ଥିବା ଖଡଗେଙ୍କ ବାସଭବନରେ ବୈଠକ କରିଥିଲେ। ବେଶ କିଛି ଘଣ୍ଟା ଧରି ଚାଲିଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ଇଣ୍ଡିଆ ମେଣ୍ଟର ଭବିଷ୍ୟତ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରାଯାଇଛି।

ବୈଠକରେ ଯୋଗ ଦେଇଥିବା ସବୁ ଦଳ ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ କରିବେ ଓ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିପାରିବ ନାହିଁ ବୋଲି ମତ ରଖିଛନ୍ତି।

Advertisment

ବୈଠକ ପରେ ଖଡଗେ କହିଛନ୍ତି ଯେ “ଆମେ ସବୁ ଦଳର ନେତାମାନଙ୍କ ସହ ନିର୍ବାଚନର ପ୍ରଦର୍ଶନ ନେଇ ଆଲୋଚନା କରିଛୁ। ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଜିତିବାକୁ ଯାଉଛି।”

ଖଡଗେଙ୍କ ଭଳି ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଜିତିବ। ସାଧାରଣ ନିର୍ବାଚନର ଫଳାଫଳ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯିବ। ବିଜେପିର ୪୦୦ ପାର ନାରା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ହିଁ ଫେଲ ମାରି ସାରିଥିଲା।”

ଇଣ୍ଡିଆ ମେଣ୍ଟ ଜିତିଲେ କିଏ ପ୍ରଧାନମନ୍ତ୍ରୀ ହେବେ ବୋଲି ପ୍ରଶ୍ନର ଉତ୍ତରରେ ତେଜସ୍ୱୀ କହିଛନ୍ତି, “ସେକଥା ପରବର୍ତ୍ତୀ ସମୟରେ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେବେ। ଆମେ ନିର୍ବାଚନ ଜିତିବାକୁ ଯାଉଛୁ।” ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି ଯେ ବିଜେପି ଉତ୍ତର ପ୍ରଦେଶରେ ହାରିବାକୁ ଯାଉଛି। ରାଜ୍ୟର ଅଧିକାଂଶ ଲୋକସଭା ଆସନରେ ଇଣ୍ଡିଆ ମେଣ୍ଟ ଜିତିବାକୁ ଯାଉଛି ବୋଲି ସେ କହିଛନ୍ତି। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ବିଜେପି ପ୍ରାୟ ୨୨୦ଟି ଆସନ ଜିତିବ। ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଜିତିବ। ବିଜେପି ଏକାକୀ ପ୍ରାୟ ୨୨୦ ଓ ଏନଡିଏ ଆସନ ସଂଖ୍ୟା ୨୩୫ରେ ସୀମିତ ରହିବ। ଇଣ୍ଡିଆ ମେଣ୍ଟ ଗୋଟିଏ ସଶକ୍ତ ଓ ସ୍ଥିର ସରକାର ନିଜ ବଳରେ ଗଠନ କରିବ। ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଜୁନ ୪ରେ ଘୋଷଣା କରାଯିବ।” 

ବୈଠକରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ସଞ୍ଜୟ ସିଂହ, ରାଘବ ଚଡ୍ଡା, ସିପିଏମର ସୀତାରାମ ୟେଚୁରୀ, ଏନସିର ଫାରୁକ ଅବଦୁଲ୍ଲା, ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ଝାରଖଣ୍ଡର କ୍ଷମତାସୀନ ଜେଏମଏମର କଳ୍ପନା ସୋରେନ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ। ଏହାବାଦ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ।

ବିଜେପି ନେତୃତ୍ୱାଧୀନ ଏନଡିଏ ମ୍ୟାଜିକ ନମ୍ବର ୨୭୨ ଅତିକ୍ରମ କରିପାରିବ ନାହିଁ ବୋଲି କଂଗ୍ରେସ ଆଶା କରିଛି। ଏନଡିଏ ଅତିବେଶରୀର ୨୬୦ ଆସନ ଜିତିବାକୁ ସକ୍ଷମ ହେବ। ଏପରି ସ୍ଥିତିରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିଜେପିକୁ ସରକାର ଠାରୁ ଦୂରେଇ ରଖିବାକୁ ରଣନୀତି କରୁଛନ୍ତି।

Opposition Mallikarjun Kharge Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe