Advertisment

ଭାରତ-ଚୀନ ସୀମା ବିବାଦ ଉପରେ ତୁରନ୍ତ ଆଲୋଚନା କରିବାର ଆବଶ୍ୟକ ଅଛି: ପିଏମ ମୋଦି

"କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ।"

PM Modi & Xi Jinping

PM Modi & Xi Jinping

Advertisment

ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଉପରେ ତୁରନ୍ତ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକାର ଏକ ସାପ୍ତାହିକ ପତ୍ରିକା ନ୍ୟୁଜ୍ ୱିକ୍ ସହ ବାର୍ତ୍ତାଳାପ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସେ କହିଛନ୍ତି ଯେ, କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ଦ୍ୱିପାକ୍ଷିକ ଆଲୋଚନା କଲେ ବିବାଦ ତୁଟି ଯାଇପାରେ।   

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ଆମେ ଆମ ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବା ବୋଲି ମୁଁ ଆଶା କରୁଛି ଏବଂ ଏହା ମଧ୍ୟ ମୋର ବିଶ୍ୱାସ।"

Advertisment

ନ୍ୟୁଜ୍ ୱିକକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି। ସେ ତାଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପ୍ରଗତି, ଭିତ୍ତିଭୂମି ବିକାଶ, ପରିବେଶ ସମସ୍ୟା, ଚୀନ ସହ ଭାରତର ସମ୍ପର୍କ ଏବଂ ସାମ୍ବାଦିକ ସ୍ୱାଧୀନତା ହ୍ରାସ ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି। 

ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ପ୍ରତିକ୍ରିୟା ରଖିବାକୁ କୁହାଯିବାରୁ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୁଁ ପାକିସ୍ତାନର ନବ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି। ଆତଙ୍କବାଦ ଏବଂ ହିଂସା ମୁକ୍ତ ପରିବେଶରେ ଭାରତ ସର୍ବଦା ନିଜ ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧତା ପାଇଁ ପ୍ରୋତ୍ସାହିତ କରିଆସୁଛି।" ଇମ୍ରାନ ଖାନଙ୍କ କାରାଗାର ବିଷୟରେ ପଚରାଯିବାରୁ, ଏହା ପଡୋଶୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଏଥିରେ ହସ୍ତକ୍ଷେପ କରିବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

India-China Border Dispute PM Modi Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe