Advertisment

ଭାରତର ଯେସାକୁ ତେସା ଜବାବ, କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର

୫ ଦିନରେ ଭାରତ ଛାଡ଼ିବାକୁ କାନାଡା କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଲେ ଭାରତ ସରକାର। ଆଜି କିଛି ସମୟ ପୂର୍ବରୁ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର।

ଅଦ୍ୟତନ ହୋଇଛି
Canadian diplomat

Canadian diplomat

Advertisment

ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡ଼ା ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ। ୫ ଦିନରେ ଭାରତ ଛାଡ଼ିବାକୁ କାନାଡା କୂଟନୀତିଜ୍ଞଙ୍କୁ ଦେଲେ ନିର୍ଦ୍ଦେଶ। ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଆଭ୍ୟନ୍ତରୀଣ ବ୍ୟାପାର ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଉଛି। ଏହାପୂର୍ବରୁ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ହତ୍ୟାକୁ ନେଇ ଭାରତକୁ ଦାୟୀ କରି ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡ଼ା ସରକାର।

Advertisment

ଯାହାର ଯେସାକୁ ତେସା ଜବାବ ଦେଇଛନ୍ତି ଭାରତ ସରକାର। ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରିଥିଲେ କାନାଡା ସରକାର। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଛନ୍ତି, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରି କାନାଡା ସରକାର ଆଜି ପ୍ରଥମେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ।

କାନାଡ଼ାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଥିଲା। କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ମାତ୍ର ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା ପରେ ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର। 

Advertisment
India Govt India Kanada Relation India Expels Top Canadian Diplomat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe