Advertisment

ଉଦୟନିଧିଙ୍କ ସନାତନ ଧର୍ମ ବୟାନକୁ ନେଇ ତେଜିଲା ବିବାଦ: ଦୂରତା ଅବଲମ୍ବନ କଲା ଇଣ୍ଡିଆ ମେଣ୍ଟ

ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୋମବାର ଉଦୟନିଧିଙ୍କ ବୟାନକୁ ନିନ୍ଦା କାରିଛି। ଏପରି ବୟାନ ସହ ଇଣ୍ଡିଆ ମେଣ୍ଟର କୌଣସି ସମ୍ପର୍କ ନଥିବା ମଧ୍ୟ ଦଳ କହିଛି।

author-image
Hemant Lenka
TMC

TMC

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ ଉଦୟନିଧିଙ୍କ ‘ସନାତନ ଧର୍ମ ବିରୋଧୀ ବୟାନ’କୁ ନେଇ ବିବାଦ ତେଜିବାରେ ଲାଗିଛି। ଷ୍ଟାଲିନ ଓ ତାଙ୍କ ଦଳ ଡିଏମକେ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ। ହେଲେ ଜୁନିୟର ଷ୍ଟାଲିନଙ୍କ ବୟାନରୁ ଇଣ୍ଡିଆ ମେଣ୍ଟ ଦୂରତା ଅବଲମ୍ବନ କରିଛି।

Advertisment

ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୋମବାର ଉଦୟନିଧିଙ୍କ ବୟାନକୁ ନିନ୍ଦା କାରିଛି। ଏପରି ବୟାନ ସହ ଇଣ୍ଡିଆ ମେଣ୍ଟର କୌଣସି ସମ୍ପର୍କ ନଥିବା ମଧ୍ୟ ଦଳ କହିଛି।

ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, “ଆମେ ଏପରି ବୟାନକୁ ନିନ୍ଦା କରୁଛୁ। ସଦଭାବ ହେଉଛି ଆମ ସଂସ୍କୃତି। ଆମକୁ ଅନ୍ୟ ସବୁ ଧର୍ମକୁ ସମ୍ମାନ କରିବାକୁ ପଡ଼ିବ। ଇଣ୍ଡିଆ ମେଣ୍ଟର ସମ୍ପର୍କ ଏପରି ବୟାନ ସହ ନାହିଁ। ଯିଏ ବି ଏପରି ମନ୍ତବ୍ୟ ଦେଉଛନ୍ତି, ଆମେ ସମସ୍ତେ ଏହାକୁ ନିନ୍ଦା କରିବା ଦରକାର।”

Advertisment

ଉଦୟନିଧି କହିଥିଲେ ଯେ ସନାତନ ଧର୍ମ ଏକତା ଓ ସାମାଜିକ ନ୍ୟାୟ ବିରୋଧୀ। ଏହାର ବିଲୋପ ହେବା ଉଚିତ। ସେ ସନାତନ ଧର୍ମକୁ କରୋନା ଭାଇରସ, ମାଲାରିଆ ଓ ଡେଙ୍ଗୁ ସହ ଯୋଡ଼ିଥିଲେ। ଏହାକୁ ବିରୋଧ ନୁହେଁ, ବରଂ ଧ୍ୱଂସ କରାଯିବା ଦରକାର ବୋଲି ସେ କହିବା ପରେ ବିବାଦ ଆରମ୍ଭ ହୋଇଥିଲା।

ତାଙ୍କର ଏହି ବୟାନକୁ ନେଇ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ବିଜେପି ଏହି ବୟାନ ପାଇଁ ଇଣ୍ଡିଆ ମେଣ୍ଟକୁ ଦାୟୀ କରିବା ସହ ଉଦୟନିଧି କ୍ଷମା ମାଗନ୍ତୁ ବୋଲି ଦାବି କରିଛି।

Bjp India TMC Tamilnadu Opposition Nda MK Stalin MK Stalin's Son's Reaction MK Stalin's Son Remark