Advertisment

୧୩ ଆସନରେ ଉପ ନିର୍ବାଚନ: ବୃହତ୍ତ ବିଜୟ ଦିଗରେ ଇଣ୍ଡିଆ ବ୍ଲକ

ବର୍ତ୍ତମାନ ସୁଦ୍ଧା ୧୩ଟି ଆସନରୁ ଇଣ୍ଡିଆ ମେଣ୍ଟ ୬ଟିରେ ବାଜିମାତ କରି ସାରିଥିବା ବେଳେ ଆଉ ୫ଟିରେ ଆଗୁଆ ରହିଛି। ବିଜେପି କେବଳ ହିମାଚଳ ପ୍ରଦେଶର ହମିରପୁର ବିଧାନସଭା ଆସନ ଜିତିବାକୁ ସକ୍ଷମ ହୋଇଛି।

EVM

EVM

Advertisment

ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏବେ ୭ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବୃହତ୍ତ ବିଜୟ ଦିଗରେ ଆଗକୁ ମାଡ଼ି ଚାଲିଛି।

Advertisment

ବର୍ତ୍ତମାନ ସୁଦ୍ଧା ୧୩ଟି ଆସନରୁ ଇଣ୍ଡିଆ ମେଣ୍ଟ ୬ଟିରେ ବାଜିମାତ କରି ସାରିଥିବା ବେଳେ ଆଉ ୫ଟିରେ ଆଗୁଆ ରହିଛି। ବିଜେପି କେବଳ ହିମାଚଳ ପ୍ରଦେଶର ହମିରପୁର ବିଧାନସଭା ଆସନ ଜିତିବାକୁ ସକ୍ଷମ ହୋଇଛି। ଦଳର ବିହାର ସହଯୋଗୀ ଜେଡିୟୁ ଗୋଟିଏ ଆସନରେ ଲିଡ୍‌ କରୁଛି।

ବୁଧବାର ୧୩ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ, ଟିଏମସି, ଆପ୍‌ ଓ ଡିଏମକେ ପ୍ରାର୍ଥୀ ଦେଇଥିଲେ। ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଓ ତାମିଲନାଡୁର ୧୩ଟି ଆସନ ପାଇଁ ୧୦ ତାରିଖରେ ଭୋଟ ପଡ଼ିଥିଲା। ଆଜି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବାରେ ଲାଗିଛି।

Advertisment

ପଞ୍ଜାବରେ ଆପ୍‌ର ମୋହିନ୍ଦର ଭଗତ ଜଲନ୍ଧର ଅରସନରୁ ୨୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ୪ ଆସନରେ ଟିଏମସି ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇସାରିଛି। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। 

ହିମାଚଳ ପ୍ରଦେଶରେ ମୁଖମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସେ ବିଜେପିର ଗଡ଼ ଭାବେ ପରିଚିତ ଦେହରା ଆସନରୁ ଲଢ଼ିଥିଲେ। ଏଠାରେ କମଲେଶ ବିଜୟୀ ହୋଇଛନ୍ତି।

ନାଲାଗଡ଼ରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ହରଦୀପ ସିଂହ ବାୱା ଜିତିଛନ୍ତି। ସେ ୩୪,୬୦୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର କେଏଲ ଠାକୁରଙ୍କୁ କେବଳ ୨୫,୬୧୮ ଖଣ୍ଡ ଭୋଟ ମିଳିଛି। ହମିରପୁର ବିଧାନସଭା ଆସନ ବିଜେପି ଖାତାକୁ ଯାଇଛି। ଏଠାରେ ବିଜେପିର ଆଶୀଷ ଶର୍ମା ୧୫୭୧ ଖଣ୍ଡ ଭୋଟରେ ଜିତିଛନ୍ତି।

ଉତ୍ତରାଖଣ୍ଡର ବଦ୍ରିନାଥ ଧଓ ମାଙ୍ଗଲାଉର ଆସନରେ କଂଗ୍ରେସ ପ୍ରାର୍ଥୀମାନେ ବହୁ ଆଗରେ ରହିଛନ୍ତି। ମଧ୍ୟପ୍ରଦେଶର ଅମରୱାର ସିଟରେ କଂଗ୍ରେସ ପ୍ରାର୍ଥୀ ଧୀରନ ଶାହ ଇନଭାତି ବିଜୟ ହେବା ସ୍ଥିତିରେ ଅଛନ୍ତି।

ବିହାରର ରୁପାଉଲି ଆସନରେ ଜେଡିୟୁର କଳାଧର ପ୍ରସାଦନ ମଣ୍ଡଳ ଓ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ତଥାପି କଳାଧର ସାମାନ୍ୟ ଆଗରେ ରହିଛନ୍ତି।

ତାମିଲନାଡୁର ବିକ୍ରବନ୍ଦି ଆସନରେ ଡିଏମକେର ଅନ୍ନିୟୁର ଶିବା ବିଜୟୀ ହୋଇଛନ୍ତି।

By-Election Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe