ବିଜେପିକୁ ଜୋରଦାର ଝଟକା ଦେଲା ଇଣ୍ଡିଆ ମେଣ୍ଟ: ୧୩ରୁ ପୋଛି ନେଲା ୧୦ ଆସନ

ବିଜେପି ମାତ୍ର ୨ଟିରେ ଜିତିଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

TMC

ବିଜୟ ପରେ ଟିଏମସି କର୍ମୀ

Hemant Lenka
  • Published: Saturday, 13 July 2024
  • Updated: 13 July 2024, 09:29 PM IST

Sports

Latest News

ଲୋକସଭା ପରେ ୭ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆ ଶାସକ ବିଜେପିକୁ ଜୋରଦାର ଝଟକା ଦେଇଛି। ୧୩ଟି ବିଧାନସଭା ଆସନରୁ ଇଣ୍ଡିଆ ମେଣ୍ଟ ଖାତାକୁ ଯାଇଛି ୧୦ ଆସନ।

ବିଜେପି ମାତ୍ର ୨ଟିରେ ଜିତିଥିବା ବେଳେ ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନ ବେଳେ ୪୦୦ ପାର ନାରା ଦେଉଥିବା ବିଜେପି କେନ୍ଦ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରି ପାରି ନଥିଲା। ଦଳ ଏବେ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିବେ।

ଲୋକସଭା ନିର୍ବାଚନର ଝଟକାକୁ ଭୁଲି ନଥିବା ବିଜେପିକୁ ପୁଣି ଉପ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି କି ଦଳକୁ ଉତ୍ତରାଖଣ୍ଡର ବଦ୍ରିନାଥ ଓ ହିମାଚଳ ପ୍ରଦେଶର ଦେହରାରେ ବି ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଏହାପୂର୍ବରୁ ଲୋକସଭା ନିର୍ବାଚନରେ ଦଳ ଅଯୋଧ୍ୟା ଅନ୍ତର୍ଗତ ଫୈଜାବାଦରେ ମଧ୍ୟ ପରାସ୍ତ ହୋଇଥିଲା। ଏବେ ବଦ୍ରିନାଥ ବିଧାନସଭା ଆସନରେ ବି ବିଜେପି ହାରିଛି।

Also Read

ବେଙ୍ଗଲର ୪ଟି ବିଧାନସଭା ଆସନରେ ଉପ ନିର୍ବାଚନ ହୋଇଥିବା ବେଳେ କ୍ଷମତାସୀନ ଟିଏମସି କ୍ଲିନସୁଇପ କରିଛି। ହିମାଚଳର ୩ଟି ଆସନ ମଧ୍ୟରୁ କଂଗ୍ରେସ ୨ଟି ଓ ବିଜେପି କେବଳ ଗୋଟିଏ ଆସନ ବହୁ ସଂଘର୍ଷ ପରେ ପାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ପ୍ରଥମଥର ପାଇଁ ଦେହରା ଆସନରୁ ନିର୍ବାଚନ ଲଢ଼ି ଜିତିଛନ୍ତି।

ଉତ୍ତରାଖଣ୍ଡର ବଦ୍ରିନାଥ ଓ ମାଙ୍ଗଲୌର ଆସନ କଂଗ୍ରେସ ପାଖକୁ ଯାଇଛି। ପଞ୍ଜାବର ଜଲନ୍ଧରରେ ଆପ୍‌ ଜିତିଛି। ତାମିଲନାଡୁର ବିକ୍ରବନ୍ଦି ଆସନ ଡିଏମକେ ଖାତାକୁ ଯାଇଛି।

୧- ପଞ୍ଜାବର ପଶ୍ଚିମ ଜଲନ୍ଧର ଆସରେ ଆପର ମୋହିନ୍ଦର ଭଗତ କଂଗ୍ରେସର ସୁରିନ୍ଦର କୌରଙ୍କୁ ୩୭,୩୨୫ ଖଣ୍ଡ ଭୋଟରେ ହରାଇଛନ୍ତି। ଏଠାରେ ପୂର୍ବରୁ ଜିତିଥିବା ଆପ୍‌ ନେତା ଶୀତଲ ଅଙ୍ଗୁରାଲ ବିଜେପିକୁ ଚାଲିଯିବାରୁ ଉପ ନିର୍ବାଚନ ହୋଇଥିଲା।

୨- ବର୍ତ୍ତମାନ କଂଗ୍ରେସ ହିମାଚଳ ପ୍ରଦେଶରେ କ୍ଷମତାରେ ରହିଛି। ଏଠାକାର ୩ଟି ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ୨ଟି ଓ ବିଜେପି ଗୋଟିଏରେ ଜିତିଛି। କମଲେ ଠାକୁର ଦେହରା ଆସନରେ ବିଜେପିର ହୋଶିୟାର ସିଂହଙ୍କୁ ୯,୩୯୯ ଖଣ୍ଡ ଭୋଟରେ ହରାଇଛନ୍ତି।

ହରଦୀପ ସିଂହ ବାୱା ବିଜେପିର କେଏଲ ଠାକୁରଙ୍କୁ ନଲାଗଡ଼ ଆସନରେ ୮,୯୯୦ ଖଣ୍ଡ ଭୋଟରେ ମାତ ଦେଇଛନ୍ତି। କିନ୍ତୁ ହମିରପୁର ଆସନରେ ବିଜେପିର ଆଶୀଷ ଶର୍ମା ମାତ୍ର ୧୫୭୧ ଖଣ୍ଡ ଭୋଟରେ କଂଗ୍ରେସର ପୁଷ୍ପିନ୍ଦର ବର୍ମାଙ୍କ ଠାରୁ ଜିତିଛନ୍ତି।

ଏହି ୩ ଆସନରେ ପ୍ରାର୍ଥୀ ହୋଇଥିବା ନେତାମାନେ ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଜିତିଥିଲେ। କିନ୍ତୁ ରାଜ୍ୟସଭା ନିର୍ବାଚନରେ ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ପଦ୍ମ ଧରିଥିଲେ। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏବେ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉପ ନିର୍ବାଚନରେ ହାରିବାକୁ ପଡ଼ିଛି।

୩- ପଶ୍ଚିମବଙ୍ଗର ସମସ୍ତ ୪ଟି ଯାକ ଆସନ ଦିଦିଙ୍କ ଟିଏମସି ପାଖକୁ ଯାଇଛି। ମଧୁପର୍ଣ୍ଣା ଠାକୁର, ମକୁଟ ମଣି ଅଧିକାରୀ, କ୍ରିଷ୍ଣା କଲ୍ୟାଣୀ ଓ ସୁପ୍ତି ପାଣ୍ଡେ ଯଥାକ୍ରମେ ବଗଡା, ରଣଘାଟ, ରାଏଗଞ୍ଜ ଓ ମଣିକତାଲା ଆସନରୁ ଏକତରଫା ବିଜୟ ହାସଲ କରିଛନ୍ତି। ୨୫ ବର୍ଷୀୟ ମଧୁପର୍ଣ୍ଣା ହେଉଛନ୍ତି ଟିଏମସିର ରାଜ୍ୟସଭା ସାଂସଦ ମମତାବାଳା ଠାକୁରଙ୍କ ଝିଅ। ସେ ବେଙ୍ଗଲ ବିଧାନସଭାର ସର୍ବକନିଷ୍ଠ ବିଧାୟିକା ହେବାର ରେକର୍ଡ କରିଛନ୍ତି।

୪- ଉତ୍ତରାଖଣ୍ଡର ମାଙ୍ଗଲୌର ଆସନରେ କଂଗ୍ରେସର କାଜି ନିଜାମୁଦ୍ଦିନ ବିଜେପିର କର୍ତାର ସିଂ ଭଡାନାଙ୍କୁ ୪୨୨ ଖଣ୍ଡ ଭୋଟରେ ହରାଇଛନ୍ତି। ଏଠାରେ ଭୋଟ ଦିନ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ବଦ୍ରିନାଥରେ କଂଗ୍ରେସକୁ ନୂଆ କରି ଆସିଥିବା ଲକ୍ଷପତ ସିଂହ ଭୁଟୋଲା ୫,୨୨୪ ଖଣ୍ଡ ଭୋଟରେ ବିଜେପିର ରାଜେନ୍ଦ୍ର ଭଣ୍ଡାରୀଙ୍କୁ ପରାସ୍ତ କରିଛନ୍ତି।

୫- ତାମିଲନାଡୁର ବିକ୍ରବନ୍ଦି ଆସନରେ ଡିଏମକେର ଅନ୍ନିୟୁର ଶିବା ୧,୨୪,୦୫୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

୬- ବିହାରର ରୂପାଉଲି ଆସନରେ ଜେଡିୟୁର କଳାଧର ପ୍ରସାଦ ମଣ୍ଡଳଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶଙ୍କ ସିଂହଙ୍କ ଠାରୁ ୮,୨୪୬ ଖଣ୍ଡ ଭୋଟରେ ହାରିବାକୁ ପଡ଼ିଛି। ଏଠାକାର ଜେଡିୟୁ ବିଧାୟକ ବୀମା ଭାରତୀୟ ଆରଜେଡି ସହ ମିଶି ଲୋକସଭା ନିର୍ବାଚନ ଲଢ଼ିବାରୁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

୭- ମଧ୍ୟପ୍ରଦେଶର ଅମରୱାଡାରେ ବିଜେପିର କମଲେଶ ପ୍ରତାପ ଶାହ କଂଗ୍ରେଦସ ଧୀରନ ଶାହ ଇନବାତିଙ୍କୁ ୩,୦୨୭ ଖଣ୍ଡ ଭୋଟରେ ହରାଇଛନ୍ତି। କମଲେଶ ଏଠାରୁ କଂଗ୍ରେସ ଟିକେଟରେ ୩ଥର ବିଧାୟକ ହୋଇଥିଲେ। କିନ୍ତୁ ମାର୍ଚ୍ଚ ମାସରେ ସେ ବିଜେପିକୁ ଚାଲି ଯାଇଥିଲେ। ଫଳରେ ଏଠାରେ ଉପ ନିର୍ବାଚନ ହୋଇଥିଲା। କମଲେଶ ପୁଣି ବିଜେପି ଟିକେଟରୁ ଏଠାରେ ଲଢ଼ି ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story