Advertisment

ସନାତନ ବିବାଦ: ମାପିଚୁପି ବୟାନ ଦେଲା କଂଗ୍ରେସ

ଦିନକୁ ଦିନ ରାଜନୀତିକ ବୟାନବାଜୀ ତୀବ୍ର ହେଉଥିବାରୁ ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ କଂଗ୍ରେସ ବେଶ ମାପିଚୁପି ବୟାନ ଦେଇଛି।

author-image
Hemant Lenka
Congress

Congress

ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ଡିଏମକେର ଜଣଙ୍କ ପରେ ଜଣେ ନେତା ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେବାକୁ ବିବାଦ ସୃଷ୍ଟି ହୋଇଛି। ଡିଏମକେ ଇଣ୍ଡିଆ ମେଣ୍ଟରେ ଥିବାରୁ ବିଜେପି ସିଧାସଳଖ ପୂରା ଗ୍ରୁପ୍‌କୁ ଟାର୍ଗେଟ କରୁଛି। ଦିନକୁ ଦିନ ରାଜନୀତିକ ବୟାନବାଜୀ ତୀବ୍ର ହେଉଥିବାରୁ ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ କଂଗ୍ରେସ ବେଶ ମାପିଚୁପି ବୟାନ ଦେଇଛି।

Advertisment

ଗୁରୁବାର କଂଗ୍ରେସ କହିଛି ଯେ “ବିରୋଧୀ ମେଣ୍ଟ ଇଣ୍ଡିଆ ସବୁ ଧର୍ମ ଓ ଜାତିକୁ ସମ୍ମାନ ଦିଏ।” ଡିଏମକେର ଉଦୟନିଧିଙ୍କ ପରେ ବୁଧବାର ସାଂସଦ ଏ ରାଜା ସନାତନ ଧର୍ମକୁ ଏଚଆଇଭି ଓ କୁଷ୍ଠ ଭଳି ରୋଗ ସହ ତୁଳନା କରିଥିଲେ।

ଏ ସମ୍ପର୍କରେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି, “କଂଗ୍ରେସ ସବୁବେଳେ ସର୍ବଧର୍ମ ସମ୍ଭବରେ ବିଶ୍ୱାସ କରେ। ଏଠାରେ ପ୍ରତିଟି ଧର୍ମ ଓ ପ୍ରତିଟି ବିଶ୍ୱାସ ପାଇଁ ସ୍ଥାନ ରହିଛି। କେହି ବି ଗୋଟିଏ ଆସ୍ଥାକୁ ଅନ୍ୟ ଆସ୍ଥା ସହ ତୁଳନାରେ ଛୋଟ କରି ଦେଖାଇ ପାରିବେ ନାହିଁ। ଏସବୁ ମନ୍ତବ୍ୟ ପାଇଁ ସମ୍ବିଧାନ ଅନୁମତି ଦେଇ ନାହିଁ କିମ୍ବା ଭାରତୀୟ ଜାତୀୟ କଂଗ୍ରେସ ଏଥିରେ ବିଶ୍ୱାସ ରଖେ ନାହିଁ।”

Advertisment

ଖେଡା କହିଛନ୍ତି ଯେ ଏହି ପ୍ରସଙ୍ଗ ସହଯୋଗୀ ଡିଏମକେ ଆଗରେ ଉଠାଇବାର କୌଣସି ଆବଶ୍ୟକ ନାହିଁ। କାରଣ ଆମ ମେଣ୍ଟରେ ଥିବା ସଦସ୍ୟମାନେ ସବୁ ଧର୍ମକୁ ସମ୍ମାନ କରିବା ପାଇଁ ଜଣାଶୁଣା। ଯଦି ଆପଣମାନେ କାହାର ମନ୍ତବ୍ୟକୁ ଟ୍ୱିଷ୍ଟ କରିବେ, ତା’ହେଲେ ଆପଣମାନେ ବେଶ ଆରାମରେ ଏହା କରିପାରିବେ।

ଯଦି ଏହା ପ୍ରଧାନମନ୍ତ୍ରୀଙ୍କୁ ସୁହାଉଛି, ତା’ହେଲେ ସେମାନେ ସବୁ କିଛି କରିପାରିବେ। କିନ୍ତୁ ଇଣ୍ଡିଆ ମେଣ୍ଟର ପ୍ରତିଟି ସଦସ୍ୟ ସମସ୍ତ ଆସ୍ଥା, ସଂପ୍ରଦାୟ, ବିଶ୍ୱାସ ଓ ଧର୍ମକୁ ସମ୍ମାନ କରନ୍ତି ବୋଲି ପବନ ଖେଡା କହିଛନ୍ତି।

Congress DMK