Advertisment

ଅକ୍ଟୋବରରେ ଇଣ୍ଡିଆ ମେଣ୍ଟର ପ୍ରଥମ ସାଧାରଣ ସଭା, ସିଟ୍‌ ଶେୟାରିଂ ଉପରେ ମାନସମନ୍ଥନ

ମଧ୍ୟପ୍ରଦେଶର ଭୋପାଲରେ ଅକ୍ଟୋବର ପ୍ରଥମ ସପ୍ତାହରେ ମେଣ୍ଟର ନେତାମାନେ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବେ।

author-image
Hemant Lenka
Opposition

Opposition

ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ସାଧାରଣ ସଭା ଅକ୍ଟୋବରରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଭୋପାଲରେ ଅକ୍ଟୋବର ପ୍ରଥମ ସପ୍ତାହରେ ମେଣ୍ଟର ନେତାମାନେ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବେ। 

Advertisment

ଆଜି ପ୍ରଥମଥର ପାଇଁ ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକ ପରେ ମେଣ୍ଟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ସେହିପରି ମେଣ୍ଟ ପକ୍ଷରୁ ଜାତି ଭିତ୍ତିକ ଜନଗଣନାକୁ ଆଗକୁ ନିଆଯିବ। ଏହାବାଦ ଆଜିର ବୈଠକରେ ସିଟ୍‌ ଶେୟାରିଂ ଫର୍ମୁଲା ଉପରେ ମଧ୍ୟ ମାନସମନ୍ଥନ ହୋଇଛି।

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଦିଲ୍ଲୀ ବାସଭବନରେ ବସିଥିବା ସମନ୍ୱୟ କମିଟିରେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଛାଡ଼ି ଆଉ ସବୁ ସଦସ୍ୟ ଯୋଗ ଦେଇଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଶ୍ରୀ ବାନାର୍ଜୀଙ୍କୁ ସମନ କରିଥିବାରୁ ସେ ସମନ୍ୱୟ ବୈଠକରେ ଯୋଗ ଦେଇ ପାରି ନଥିଲେ।

Advertisment

ବୈଠକ ପରେ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ ବିରୋଧୀ ମେଣ୍ଟ ଇଣ୍ଡିଆ ଆୟୋଜନ କରିବାକୁ ଯାଉଥିବା ସାଧାରଣ ସଭାରେ ଦର ବୃଦ୍ଧ, ବେକାରୀ ଓ ବିଜେପି ସରକାରର ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଯିବ। ଭୋପାଲରେ ମେଣ୍ଟର ପ୍ରଥମ ବୈଠକ ଅକ୍ଟୋବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ସମନ୍ୱୟ କମିଟିରେ ୨୦୨୪ ଲୋକସଭା ନିର୍ବାଚନର ସିଟ ଶେୟାରିଂ ଫର୍ମୁଲା ଉପରେ ମଧ୍ୟ ଆଲୋଚନା ହୋଇଛି। ଆସନ ଭାଗବଣ୍ଟା ସମ୍ପର୍କରେ କମିଟି ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି।

ଗତ ନିର୍ବାଚନର ପ୍ରଦର୍ଶନ ଓ ରାଜ୍ୟରେ ଦଳର ଶକ୍ତି ଆଧାରରେ ସିଟ ଭାଗବଣ୍ଟା ହେବ। ବିରୋଧୀ ମେଣ୍ଟର ଦଳଗୁଡ଼ିକ ମିଳିତ ଭାବେ ଯେମିତି ବିଜେପି ବିରୋଧରେ ଜଣଙ୍କୁ ପ୍ରାର୍ଥୀ କରିବେ, ତା’କୁ ସମନ୍ୱୟ କମିଟି ନିଶ୍ଚିତ କରିବ।

ଏହାବାଦ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗକୁ ମଧ୍ୟ ଇଣ୍ଡିଆ ମେଣ୍ଟ ଆଗକୁ ନେବ। ବିହାର ସରକାର ଏବେ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା କରୁଛନ୍ତି। ଏହାକୁ ଆଗକୁ ନେବାକୁ ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି।

Opposition