ଭୁବନେଶ୍ୱରରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍  ମ୍ୟାନୁଫାକଚରିଂ ୟୁନିଟ୍‌, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୩ବର୍ଷ ମଧ୍ୟରେ ପ୍ରାୟ ୬୨୦କୋଟି ଟଙ୍କାର ନିବେଶରେ ଏହି ଷ୍ଟେଟ ଅଫ ଆର୍ଟ ସୁବିଧା କେନ୍ଦ୍ର ସ୍ଥାପନ ହେବ । ଏହା ୫୦୦ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ନୂଆ ନିଯୁକ୍ତି ପ୍ରଦାନ କରିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • Published: Friday, 06 September 2024
  • , Updated: 06 September 2024, 09:39 PM IST

ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ମ୍ୟାନୁଫାକଚରିଂ   କେନ୍ଦ୍ରର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରର ଇନଫୋଭ୍ୟାଲିସ୍ଥିତ ଇଏମସି ପାର୍କରେ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିଃ ଦ୍ୱାରା ଏହି ୟୁନିଟ୍ ସ୍ଥାପନ କରାଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଦେଶର ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଓଡ଼ିଶାକୁ ଗଢ଼ିବା ଦିଗରେ ଏହି ୟୁନିଟ୍ ସ୍ଥାପନ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପ । ଏହି ନୂଆ ସୁବିଧା ନାକେବଳ ରାଜ୍ୟରେ ଷ୍ଟେଟ ଅଫ୍ ଆର୍ଟ ପ୍ରଡକ୍ଟ ସୃଷ୍ଟି କରିବ ବରଂ ପ୍ରତିଭାବାନ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଯାହା ସେମାନଙ୍କୁ ସବୁପ୍ରକାରର ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ । ଏହି ସୁବିଧା କେନ୍ଦ୍ର ପ୍ରଶିକ୍ଷିତ ପ୍ରଫେସନାଲଙ୍କୁ ଆକର୍ଷିତ କରିବ । ଯାହାକି ଅର୍ଥନୀତିକ ଅଭିବୃଦ୍ଧି କରିବା ସହ ଓଡ଼ିଶାକୁ ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ଭାବେ ବିକଶିତ କରିବ ।

ସୂଚନାଯୋଗ୍ୟ, ଆସନ୍ତା ୩ବର୍ଷ ମଧ୍ୟରେ ପ୍ରାୟ ୬୨୦କୋଟି ଟଙ୍କାର ନିବେଶରେ ଏହି ଷ୍ଟେଟ ଅଫ ଆର୍ଟ ସୁବିଧା କେନ୍ଦ୍ର ସ୍ଥାପନ ହେବ । ଏହା ୫୦୦ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ନୂଆ ନିଯୁକ୍ତି ପ୍ରଦାନ କରିବ ।

ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

Related story