Advertisment

୧୯ରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ, କଂଗ୍ରେସ-ସପା ବିବାଦ ତୁଟିଲା!

ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ।

INDIA

INDIA

Advertisment

୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ ବସିବ।

Advertisment

ଏହି ସମୟରେ ସିଟ ଶେୟାରିଂ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସେହିପରି ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦେଖାଯାଇଥିବା ତିକ୍ତତାରେ ମଧ୍ୟ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ଏବେ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ପାଇଁ ବିଜେପି ସହ ଲଢ଼େଇ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ବୈଠକର ସମୟ କିନ୍ତୁ ଏଯାଏ ଜଣାପଡ଼ିନି। ନେତାମାନଙ୍କ ସମୟକୁ ଦେଖି ବୈଠକ ଆୟୋଜନ କରାଯିବ ବୋଲି କୁହାଯାଉଛି।

Advertisment

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଉକ୍ତ ବୈଠକ ନିର୍ଦ୍ଦିଷ୍ଟ ଭାବେ ସିଟ୍‌ ଶେୟାରିଂ ଫର୍ମୁଲା ଉପରେ ଫୋକସ କରିବ। କେଉଁ ଦଳ କେଉଁ ରାଜ୍ୟରେ କେତୋଟି ଆସନରେ ପ୍ରାର୍ଥୀ ଦେବେ, ତା’ର ନିଷ୍ପତ୍ତି ବୈଠକରେ ନିଆଯିବ। ନିକଟରେ ଶେଷ ହୋଇଥିବା ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଏଠାରେ କଂଗ୍ରେସକୁ ଅନ୍ୟ ଦଳଗୁଡ଼ିକ ସହ ବୁଝାମଣା କରିବାକୁ ପଡ଼ିପାରେ।

କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ଦଳକୁ ସବୁଠାରେ ହାରିବାକୁ ପଡ଼ିଥିଲେ। ତେଣୁ କଂଗ୍ରେସକୁ ଏବେ ଅନ୍ୟ ଦଳଗୁଡ଼ିକ କିଛି ଲୋକସଭା ଆସନରେ ବୁଝାମଣା କରିବାକୁ କହିପାରନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସପା ଓ କଂଗ୍ରେସ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ଉକ୍ତ ବିବାଦ ସମାଧାନ ହୋଇସାରିଛି। ତେଣୁ ଇଣ୍ଡିଆ ବୈଠକରେ ସପା ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇପାରନ୍ତି।

ଏହାପୂର୍ବରୁ ଡିସେମ୍ବର ୬ରେ ଇଣ୍ଡିଆ ମେଣ୍ଟର ବୈଠକ ହେବାର ଥିଲା। କିନ୍ତୁ ଅଖିଲେଶ, ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ଭଳି ବରିଷ୍ଠ ନେତାମାନେ ବୈଠକରେ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ମିଳିଥିଲା।

ତେଣୁ କଂଗ୍ରେସ ଡାକିଥିବା ଇଣ୍ଡିଆ ମେଣ୍ଟର ବୈଠକକୁ ବାତିଲ କରାଯାଇଥିଲା। ଏବେ ପୁଣି ବୈଠକ ବସିବାକୁ ଯାଉଛି। ଏଥିସହ ବିରୋଧୀ ଦଳଗୁଡ଼ିକ ସିଟ ଶେୟାରିଂ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି କୁହାଯାଉଛି।

Congress India Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe