Advertisment

ଅଗଷ୍ଟ ୧୫ ପରେ ମୁମ୍ବାଇରେ ବସିବ ଇ.ଣ୍ଡି.ଆର ତୃତୀୟ ବୈଠକ

ଅଗଷ୍ଟ ୧୫ ପରେ କିମ୍ବା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଏହି ମହାବୈଠକ ବସିବ ବୋଲି ଆଜି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ସୂଚନା ଦେଇଛନ୍ତି।

INDIA

INDIA

Advertisment

ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକ ମେଣ୍ଟ ଇ.ଣ୍ଡି.ଆର ତୃତୀୟ ବୈଠକ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଅଗଷ୍ଟ ୧୫ ପରେ କିମ୍ବା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଏହି ମହାବୈଠକ ବସିବ ବୋଲି ଆଜି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ସୂଚନା ଦେଇଛନ୍ତି।

Advertisment

ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇ ଦିନ ଧରି ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ମାନସମନ୍ଥନ କରିଥିଲେ। ଏହି ସମୟରେ ଏହି ବିରୋଧୀ ମେଣ୍ଟର ନାଁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ ବା ଇଣ୍ଡିଆ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ବେଙ୍ଗାଲୁରୁ ପରେ ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ କୁହାଯାଇ ନଥିଲା।

ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ଶ୍ରୀ ପାଟୋଲେ ଭେଟିଥିଲେ। ଏହାପରେ ସେ କହିଛନ୍ତି, କଂଗ୍ରେସ ମହାମେଣ୍ଟର ବୈଠକ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏଯାଏ ନିର୍ଦ୍ଦିଷ୍ଟ ଭାବେ ତାରିଖ ସ୍ଥିର ହୋଇ ନଥିବା ସେ କହିଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ବିରୋଧୀ ଦଳଗୁଡ଼ିକ କ୍ଷମତାରେ ନଥିବା କୌଣସି ରାଜ୍ୟରେ ଇଣ୍ଡିଆର ବୈଠକ ହେବାକୁ ଯାଉଛି। ମୁମ୍ବାଇରେ ବୈଠକ ହେବାକୁ ଯାଉଥିବା ବେଳେ ମହାରାଷ୍ଟ୍ରରେ ଏବେ ବିଜେପି, ଶିବସେନା(ଏକନାଥ ସିନ୍ଦେ ଗ୍ରୁପ) ଓ ଏନସିପି(ଅଜିତ ପାୱାର ଗ୍ରୁପ) ସରକାରରେ ରହିଛି। 

ବିହାରାରେ ବିରୋଧୀ ମେଣ୍ଟର ପ୍ରଥମ ବୈଠକ ହୋଇଥିବା ବେଳେ ଦ୍ୱିତୀୟ ବୈଠକ କର୍ଣ୍ଣାଟକାରେ ଅନୁଷ୍ଠିତ ହୋଇଥିଲା। ଏବେ ମୁମ୍ବାଇରେ ହେବାକୁ ଥିବା ବୈଠକର ଆୟୋଜନ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ), ଏନସିପି(ଶରଦ ପାୱାର) ଓ କଂଗ୍ରେସ ମିଳିତ ଭାବେ କରିବେ।

Congress Mumbai Uddhav Thackeray India Sharad Pawar Opposition Nda NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe